
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ପର୍ବ କଥା ପଡ଼ିଲେ, ସ୍ୱତଃ ମନକୁ ଆସିଯାଏ ଦୀପାବଳି କଥା। ଏହା ଏମିତି ଏକ ପର୍ବ ଯାହା ସାରା ଭାରତରେ ବିପୁଳ ହର୍ଷ ଉଲ୍ଲାସରେ ପାଳନ କରାଯାଇଥାଏ। ଲୋକକଥା ଅନୁସାରେ, ଭଗବାନ ରାମଙ୍କ ଅଯୋଧ୍ୟା ଆଗମନ ଖୁସିର ସ୍ମାରକୀ ସ୍ୱରୂପ ସାରା ଉତ୍ତର ଭାରତରେ ଏହାକୁ ଆଲୋକର ପର୍ବ ରୂପେ ପାଳନ କରାଯାଏ। ଖାଲି ସେତିକି ନୁହେଁ,
ଦୀପାବଳି ଅମାବାସ୍ୟା ଭାରତର ବିଭିନ୍ନ ପ୍ରାନ୍ତ ଓ ପ୍ରଦେଶରେ ଭିନ୍ନ ଭିନ୍ନ ପ୍ରଥା ଓ ରୀତିନୀତିରେ ପାଳନ କରାଯାଏ।
ଉତ୍ତର ଭାରତରେ ଦୀପାବଳିର ଧୂମ୍ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ। କାରଣ ଗଙ୍ଗାକୂଳରେ ଲୀଳା କରିଥିବା ପ୍ରଭୁ ଶ୍ରୀରାମଙ୍କ ଅନୁଗାମୀ ଏହି ପ୍ରାନ୍ତରେ ଅଧିକ। ହିମାଚଳ ପଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ଶ୍ରୀନଗର, ଦିଲ୍ଲୀ ଓ ପଞ୍ଚାବରେ ଧୂମ୍ ଧାମ୍ରେ ପାଳନ କରାଯାଇଥାଏ ଦୀପାବଳି। ଏହି ସବୁ ଅଞ୍ଚଳରେ ଦୀପ ପ୍ରଜ୍ଜ୍ୱଳନ ସହ ବାଣ ଫୁଟାଇ ଓ ମିଷ୍ଠାନ୍ନ ବଣ୍ଟନରେ ଦୀପାବଳି ପାଳନ କରାଯାଏ। ସିଦ୍ଧି ପ୍ରଦାୟକ ଶ୍ରୀ ଗଣେଶ ଓ ସମ୍ପୃଦ୍ଧି ପ୍ରଦାୟିନୀ ମା’ ଲକ୍ଷ୍ମୀଙ୍କୁ ଏକାଠି ପୂଜା କରିବାର ବିଧି ଏହି ଅଞ୍ଚଳମାନଙ୍କରେ ରହିଛି। ଯଦି ଆପଣ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ତା’ ହେଲେ ଏଠାରେ ଅନୁଷ୍ଠିତ ହେଉଥିବା ଦିୱାଲି ମେଳାକୁ ବୁଲି ଯିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ଏଠାରେ ଗୋଟିଏ ସ୍ଥାନରେ ଆପଣଙ୍କୁ ଦୀପାବଳିରେ ବ୍ୟବହାର କରାଯାଉଥିବା ସମସ୍ତ ସାମଗ୍ରୀ ମିଳିପାରିବ।
from Odisha Reporter https://ift.tt/2CFOeWH
No comments:
Post a Comment