ଦିନିକିଆ ସିରିଜ୍‌: ଭୁବି ଓ ବୁମ୍ରାଙ୍କୁ ଡାକରା, ବାଦ୍‌ ପଡ଼ିଲେ ଶାମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଦିନିକିଆ ସିରିଜ୍‌: ଭୁବି ଓ ବୁମ୍ରାଙ୍କୁ ଡାକରା, ବାଦ୍‌ ପଡ଼ିଲେ ଶାମି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ଅବଶିଷ୍ଟ ୩ଟି ମ୍ୟାଚ୍‌ ପାଇଁ ଆଜି ବିସିସିଆଇ ୧୫ ଜଣିଆ ଦଳ ଘୋଷଣା କରିଛି। ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ଦୁଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍ରାଙ୍କୁ ଅବଶିଷ୍ଟ ୩ଟି ମ୍ୟାଚ୍‌ ପାଇଁ ଡାକରା ମିଳିଛି। ପୂର୍ବରୁ ୧୪ ଜଣିଆ ସ୍କ୍ୱାଡ୍‌ରେ ଥିବା ଦିଲ୍ଲୀର ସ୍ପିଡ୍‌ଷ୍ଟର ମହମ୍ମଦ ଶାମିଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଶାମିଙ୍କ ବ୍ୟତୀତ ସ୍କ୍ୱାଡ୍‌ରେ ଆଉ କୌଣସି ପରିବର୍ତ୍ତନ ହୋଇନାହିଁ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ଟିକିଆ ଦିନିକିଆ ସିରିଜ୍‌ରେ ଭାରତ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି। ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ ଜିତିଥିବା ବେଳେ ବୁଧବାର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ଟି ଟାଏରେ ଶେଷ ହୋଇଥିଲା। ଭାରତ ପ୍ରଥମ ବ୍ୟାଟିଂ କରି ୩୨୧ ରନ୍‌ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ମଧ୍ୟ ସମାନ ୩୨୧ ରନ୍‌ କରିଥିଲା। ଏବେ ୨୭ ତାରିଖରେ ପୁଣେଠାରେ ଉଭୟ ଦଳ ୩ୟ ଦିନିକିଆରେ ମୁହାଁମୁହିଁ ହେବେ।

ଟିମ୍‌ ଇଣ୍ଡିଆ: ବିରାଟ୍ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧୱନ, କେଏଲ୍‌ ରାହୁଲ, ଅମ୍ବାତି ରାୟିଡୁ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି(ୱିକେଟ୍‌ କିପର୍‌), ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦର ଚହଲ, ଖଲୀଲ ଅହମ୍ମଦ, ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମ୍ରା ଓ ଉମେଶ ଯାଦବ।



from Odisha Reporter https://ift.tt/2Si8iDG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages