‘କିସ୍‌ ଦେଲେ ଗୀତ ଦେବି’: ଅନୁଙ୍କ ବିରୋଧରେ ମୁହଁ ଖୋଲିଲେ ଶ୍ୱେତା, ସୋନା ବି ଆଣିଥିଲେ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

‘କିସ୍‌ ଦେଲେ ଗୀତ ଦେବି’: ଅନୁଙ୍କ ବିରୋଧରେ ମୁହଁ ଖୋଲିଲେ ଶ୍ୱେତା, ସୋନା ବି ଆଣିଥିଲେ ଅଭିଯୋଗ

ମୁମ୍ବାଇ: #MeToo ଖୋଲୁଛି ଯୌନ କେଳେଙ୍କାରୀର ପେଡ଼ି।  ବଲିଉଡ୍‌ରେ ତନୁଶ୍ରୀ ଦତ୍ତ ଆରମ୍ଭ କରିଥିବାଏହି ଅଭିଜାନରେ ନାରୀ ନିର୍ଯାତନାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ଯୌନ ବ୍ୟଭିଚାରରେ  ଲିପ୍ତ ଥିବା ତାଲିକାରେ ଏବେ ପ୍ରତିଷ୍ଠିତ ମ୍ୟୁଜିକ୍‌ କମ୍ପୋଜର ଅନୁ ମଲ୍ଲିକଙ୍କ ନାମ ଯୋଡ଼ି ହୋଇଯାଇଛି। ପ୍ରଥମେ ସୋନା ମହାପାତ୍ର ଆଉ ଏବେ ଜଣାଶୁଣା ପ୍ଲେବ୍ୟାକ୍‌ ସିଙ୍ଗର ଶ୍ୱେତା ପଣ୍ଡିତ୍‌  ଅନୁ ମଲ୍ଲିକ୍‌ଙ୍କ ନାମରେ  ଆଣିଛନ୍ତି ଅସ୍‌ଦାଚରଣ ଅଭିଯୋଗ। ଶ୍ୱେତାଙ୍କ କହିବା କଥା ହେଲା ତାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ରେକଡ଼ିଂ ଷ୍ଟୁଡିଓରେ ତାଙ୍କୁ ହାରେସ୍‌ମେଣ୍ଟ କରିଥିଲେ ଅନୁ। ଏନେଇ ଶ୍ୱେତା ତାଙ୍କ ଟ୍ୱିଟର ଆକାଉଣ୍ଟରେ  ସେ ଭୋଗିଥିବା ନିର୍ଯାତନାକୁ ବଖାଣିଛନ୍ତି ।


ସେ ଲେଖିଛନ୍ତି ଯେ, ୨୦୦୦ ମସିହାରେ  ଫିଲ୍ମ ମହବତେଁତେ ତାଙ୍କୁ ଲିଡ୍‌ ସିଙ୍ଗର ଭାବେ ଅଫର କରାଯାଇଥିଲା। ସେହି ସମୟରେ ଅନୁ ମଲ୍ଲିକଙ୍କ ମ୍ୟାନେଜର ତାଙ୍କୁ  ଖୁସି ମିଜାଜରେ ହସି ହସି ଫୋନ୍‌ କରିଥିଲେ। ମତେ ତାଙ୍କୁ ତାଙ୍କ ଅଫିସିଆଲ୍‌ ଏମ୍ପେୟାର୍‌ ଷ୍ଟୁଡିକୁ ନିମନ୍ତ୍ରଣ କରାଯାଇଥିଲା। ଯେତେବେଳେ ମୁଁ ଏବଂ ମୋ ମା’ ଷ୍ଟୁଡିଓରେ ପହଞ୍ଚିଲୁ  ସେତେବେଳେ ଚଳଚ୍ଚିତ୍ର ‘ଆୱାରା ପାଗଲ ଦିୱାନା’ ପାଇଁ ଶାନ୍‌ ଏବଂ ସୁନିଧି ଚୌହାନ୍‌ଙ୍କ ସହ ଗ୍ରୁପ୍‌ ସଙ୍ଗ ରେକଡ଼ିଂ ଚାଲିଥିଲା। ସେତେବେଳେ ଅନୁ ମତେ ବିନା ମ୍ୟୁଜିକ୍‌ରେ ଗୀତ ଗାଇବା ପାଇଁ କହିଥିଲେ।

ତେଣୁ ମୁଁ ‘ହର୍‌ ଦିଲ୍‌ ଜୋ ପ୍ୟାର୍‌ କରେଗା’ ଗୀତ ଗାଇଲି। ଜବାବରେ ଅନୁ ମଲ୍ଲିକ୍ କହିଥିଲେ ମୁଁ ତୁମକୁ ଗୀତ ଗାଇବା ପାଇଁ ସୁଯୋଗ ଦେବି, ପ୍ରତିବଦଳରେ ତୁମେ ମତେ କିସ୍‌ କରିବାକୁ ପଡ଼ିବ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଶ୍ୱେତା ଲେଖିଛନ୍ତି ଯେ, ମତେ ସେତେବେଳେ ୧୫ ବର୍ଷ ହୋଇଥିଲା। ସ୍କୁଲ ଯାଉଥିଲି। ମୁଁ ତାଙ୍କୁ ଅଙ୍କଲ ବୋଲି ଡାକୁଥିଲି। ଅନୁ ମଲ୍ଲିକ ଆମ ପରିବାରର ସମ୍ପର୍କୀୟ ହେବେ। ସେ ମୋ ବାପାଙ୍କର ଭାଇ ଭଳି ହେବେ। ଅନୁଙ୍କର ବି ଦୁଇ ଝିଅ ବଡ଼ ହୋଇଯାଇଥିଲେ ।  ଶ୍ୱେତା ପ୍ରଶ୍ନ କରିଛନ୍ତି ଯେ, କ’ଣ କେହି ଜଣେ ବାପା ତାଙ୍କ ଝିଅଙ୍କ ପାଖରେ ଏମିତି ଡିମାଣ୍ଡ କରିପାରେ? ଜୀବନର ସେହି ମୂହୁର୍ତ୍ତକୁ ମୁଁ କେବେ ଭୁଲିପାରିବ ନାହିଁ ବୋଲି ଶ୍ୱେତା ଲେଖିଛନ୍ତି ।

ପୂର୍ବରୁ ବଲିଉଡ୍‌ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ଅନୁ ମଳ୍ଲିକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଅନୁ ମଲ୍ଲିକ୍‌ଙ୍କ ସମ୍ପର୍କରେ ସେ କହିଛନ୍ତି, ମୁଁ ଅନୁ ମଲ୍ଲିକଙ୍କୁ ପ୍ରଥମେ ୨୦୦୬ ମସିହାରେ ଏମ-ଟିଭି ଲାଇକ୍ରା ଷ୍ଟାଇଲ୍ ଆୱାର୍ଡ଼ ପ୍ରାକ୍ଟିସ ସମୟରେ ଭେଟିଥିଲି । ସେତେବେଳେ ଅନୁ ମଲ୍ଲିକ ମତେ ଓ ମୋ ସ୍ୱାମୀଙ୍କୁ ଆଇଟିସି ଗ୍ରାଣ୍ଡ ମରାଟ୍ଟାକୁ ଲଞ୍ଚ୍ ଲାଗି ଇନଭାଇଟ୍ କରିଥିଲେ । ମୋ ସ୍ୱାମୀଙ୍କ ସହିତ କାମ କରିଥିଲେ ବି ସେ ଜାଣିନଥିଲେ କି ମୁଁ ତାଙ୍କୁ ବିବାହ କରିଛି ବୋଲି । ଲଞ୍ଚ ଟେବୁଲରେ ଖାଇଲା ବେଳେ ସେ ମତେ ମାଲ୍‌ ବୋଲି କହିଥିଲେ।



from Odisha Reporter https://ift.tt/2CoXK0c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages