ଯଦି ଶିବଙ୍କ ପତ୍ନୀ ମା’ ଦୁର୍ଗା, ତା ହେଲେ ଓଡ଼ିଶାରେ କ’ଣ ପାଇଁ ଏକାଠୀ ପୂଜା ହୁଅନ୍ତି ଦୁର୍ଗା ମାଧବ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଯଦି ଶିବଙ୍କ ପତ୍ନୀ ମା’ ଦୁର୍ଗା, ତା ହେଲେ ଓଡ଼ିଶାରେ କ’ଣ ପାଇଁ ଏକାଠୀ ପୂଜା ହୁଅନ୍ତି ଦୁର୍ଗା ମାଧବ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଲିଛି ଶାରଦୀୟ ଦୁର୍ଗାପୂଜା। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛନ୍ତି। ପୀଠମାନଙ୍କରେ ମଧ୍ୟ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେଉଛି। ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏବେ ଚାଲିଛି ‘ଗୁଣ୍ଡିଚା ଯାତ୍ରା’ । ଆମ କଥା ଶୁଣି ଆପଣ ଚକିତ ହେଉଥିବେ, ଭାବୁଥିବେ ଆଷାଢରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଅନୁଷ୍ଠିତ ହୋଇଥାଏ, ତା ହେଲେ ଏବେ କ’ଣ ?

ହୁଏତ ଆମେ କିଛି ଭୁଲ୍‌ କହିଦେଇଛୁ ବୋଲି ଆପଣ ଭାବୁଥାଇ ପାରନ୍ତି। ହେଲେ ଆଦୌ ସେମିତି ନୁହେଁ। ବାସ୍ତବରେ ଏବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ‘ଶାକ୍ତ ଗୁଣ୍ଡିଚା’ ପର୍ବ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ଗଲେ ଆପଣ ମଧ୍ୟ ଏ କଥାକୁ ସ୍ୱଚକ୍ଷୁରେ ଦର୍ଶନ କରି ପାରିବେ।

ତା ହେଲେ ଆସନ୍ତୁ ଆମ ଜଣା ଅଜଣା ଜଗନ୍ନାଥ ସ୍ତମ୍ଭରେ ଜାଣିବା ଏହି ଶାକ୍ତ ଗୁଣ୍ଡିଚା ପରମ୍ପରା ସମ୍ପର୍କରେ।

ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଶ୍ରୀକ୍ଷେତ୍ରର କ୍ଷେତ୍ରାଧିଶ୍ୱର। ଉତ୍କଳୀୟ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ତାଙ୍କୁ ବିଷ୍ଣୁ ଓ ଶିବ ଉଭୟ ଭାବେ ପରିକଳ୍ପନା କରାଯାଇଛି। ବିଷ୍ଣୁ ରୂପେ ସର୍ବଦା ଆରାଧିତ ହେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ଶକ୍ତି ପୂଜା ବା ଷୋଳପୂଜା(ଷୋଡଶ ଦିନାତ୍ମକ ପୂଜା) ସମୟରେ ମା’ ଦୁର୍ଗାଙ୍କର ପତି ଭାବେ ପୂଜିତ ହୋଇଥାନ୍ତି। ଏହା ସବୁଠାରୁ ରୋଚକ କଥା ଏଇଥିପାଇଁ ଯେ, ସାରା ଭାରତ ବର୍ଷରେ ଦୁର୍ଗାଙ୍କର ପତି ଭାବେ ଶିବ ଗୃହୀତ ହୋଇଥିବା ବେଳେ ଓଡିଆ ଘରେ ଦୁର୍ଗା ମାଧବ ଉପାସନା ପରମ୍ପରା ଅନନ୍ୟ। ରତ୍ନସିଂହାସନରେ ଆରୁଢ ସପ୍ତାଭରଣ ଦେବତାଙ୍କ ମଧ୍ୟରୁ ମାଧବ ବିଗ୍ରହ(କ୍ଷୁଦ୍ର ଏକକ ଜଗନ୍ନାଥ) ଏହି ଷୋଳପୂଜ ସମୟରେ ମା’ ଦୁର୍ଗାଙ୍କ ସହ ଏକାଠି ଉପାସିତ ହୁଅନ୍ତି। ପ୍ରଥମ ୮ ଦିନ ଦୁର୍ଗା ମାଧବ ବିମଳାଙ୍କ ମନ୍ଦିରରେ ଗୋଟିଏ ଖଟର ବସି ଏକତ୍ର ରୁନ୍ଧା ହୋଇ ଉପାସିତ ହେଉଥିବା ବେଳେ ପର ୮ ଦିନ ଏକ ରଥରେ ବିଜେ କରି ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରରେ ଉପାସିତ ହୁଅନ୍ତି।

ଉପରୋକ୍ତ କଥାକୁ ପ୍ରମାଣିତ କରିବା ଲାଗି ଶାସ୍ତ୍ରେରେ ଗୋଟିଏ ଶ୍ଲୋକ ରହିଛି ‘ବିମଳା ଭୈରବୀ, ଯତ୍ର ଜଗନ୍ନାଥସ୍ତୁ ଭୈରବଃ’ । ଶିବ ଆଉ ଶକ୍ତିଙ୍କୁ ଭୈରବ ଆଉ ଭୈରବୀ ଭାବେ ଭାରତୀୟମାନେ ଉପାସନା କରୁଥିବା ହେତୁ, ଏଠାରେ ଭୈରବୀ ପାର୍ବତୀ ଭାବେ ବିମଳା ବା ଦୁର୍ଗା ଓ ଭୈରବ ଶିବ ଭାବେ ଭଗନ୍ନାଥ ବା ମାଧବ ଏକତ୍ର ଉପାସିତ ହୁଅନ୍ତି। ଏପରିକି ମହାପ୍ରସାଦ ମଧ୍ୟ ବିମଳାଙ୍କୁ ସମର୍ପିତ ହେବା ପରେ ଯାଇ ମହାପ୍ରସାଦର ମାନ୍ୟତା ପାଇଥାଏ। ଏଣୁ ଦେବୀ ବିମଳା ଦୁର୍ଗା ସ୍ୱରୂପରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ପୂଜିତ ହୁଅନ୍ତି ବୋଲି ଶାସ୍ତ୍ର ମତ ଦେଇଛି।

 



from Odisha Reporter https://ift.tt/2AhOeKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages