ସାବରୀମାଲା ମନ୍ଦିର ଏବେ ବି ମହିଳାଙ୍କୁ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ସାବରୀମାଲା ମନ୍ଦିର ଏବେ ବି ମହିଳାଙ୍କୁ ମନା

ଥିରୁଭନନ୍ତପୁରମ୍‌: ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ ପାଇଁ କେରଳ ସରକାର ଯଥା ସମ୍ଭବ ଚେଷ୍ଟା କରୁଥିଲେ ହେଁ ଶହଶହ ବର୍ଷ ପୁରୁଣା ପରମ୍ପରା ଆଗରେ ଏକ ପ୍ରକାରର ଅସହାୟ ହୋଇପଡ଼ିଛନ୍ତି। ୩ ଦିନ ହେଲା ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ସବୁ ବୟସର ମହିଳାମାନଙ୍କ ପାଇଁ କେରଳ ସରକାର ଖୋଲା ରଖିଥିଲେ ହେଁ ଆୟାପ୍ପା ଭକ୍ତ ତଥା ବିଭିନ୍ନ ହିନ୍ଦୁ ସଂଗଠନର ପ୍ରବଳ ବିରୋଧ ଯୋଗୁ ଏଯାଏ ଜଣେ ହେଲେ ମହିଳା ଏହା ମଧ୍ୟରେ ପ୍ରବେଶ କରିପାରି ନାହାନ୍ତି।

ତଥାପି ଆଜି ଦୁଇ ଜଣ ମହିଳା ସାହସ କରି ନନ୍ଦାପାନ୍ଥଲା ନିକଟରେ ମନ୍ଦିରକୁ ଯିବା ପାଇଁ ପହଞ୍ଚିଥିଲେ। ଏହି ସ୍ଥାନରୁ ମନ୍ଦିରର ଦୂରତା ମାତ୍ର ୧୮ ପାଦ ହୋଇଥିଲେ ହେଁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ୨୦ ଜଣ ପୂଜକଙ୍କ ବିରୋଧ ଯୋଗୁ ସେମାରନଙ୍କୁ ୟୁ ଟର୍ଣ୍ଣ ନେବାକୁ ପଡ଼ିଛି। ଦୀର୍ଘ ଘଣ୍ଟା ଧରି ହାଇଡ୍ରାମା ପରେ ଦୁଇ ଜଣ ମହିଳାଙ୍କୁ ପୁଲିସ୍‌ ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ପାମ୍ବା ବେସ୍‌ କ୍ୟାମ୍ପକୁ ଆଣିଥିଲା। ଆଜି ବିଜୟାଦଶମୀ ହେତୁ ମହିଳା ଦ୍ୱୟ ସାବରୀମାଲା ମନ୍ଦିରରେ ପୂଜା ପାଉଥିବା ଆୟାପ୍ପା ସ୍ୱାମୀଙ୍କ ଦର୍ଶନ କରିବାକୁ ଚାହୁଁଥିଲେ। ହେଲେ ଶହଶହ ବର୍ଷର ପରମ୍ପରା ଆଗରେ ମହିଳା ଦ୍ୱୟଙ୍କୁ ମୁଣ୍ଡ ନୁଆଁବାକୁ ପଡ଼ିଛି।

ଜଣେ ମହିଳା ହାଇଦ୍ରାବାଦର ସାମ୍ବାଦିକ କବିତା ଥାକ୍କଲା ହୋଇଥିବା ବେଳେ ଅନ୍ୟ ଜଣେ କୋଚିରେ ରହୁଥିବା ରେହାନ ଫତିମା। ଉଭୟ ଆଜି ସ୍ୱାମୀ ଆୟାପ୍ପାଙ୍କୁ ଦର୍ଶନ କରିବାକୁ ଚାହିଁଥିଲେ। ସେମାନଙ୍କୁ ୧୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ ମନ୍ଦିରଠାରୁ ୧୮ ପାଦ ଦୂର ପର୍ଯ୍ୟନ୍ତ ନେଇଯାଇଥିଲେ। ତେବେ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କଲାବେଳେ ସେଠାରେ ଥିବା ୨୦ ଜଣ ପୂଜକ ଏହାକୁ ବିରୋଧ କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ କହିଥିଲେ, ଯଦି ମହିଳାମାନେ ଏହା ମଧ୍ୟରେ ପ୍ରବେଶ କରନ୍ତି, ତା’ହେଲେ ମୁଁ ମନ୍ଦିରରେ ତାଲା ପକାଇ ଚାବି ମ୍ୟାନେଜରଙ୍କୁ ଦେଖି ଏଠାରୁ ଚାଲିଯିବି। କେବଳ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମୁଁ ଏଠାରେ ରହିଛି। ନଚେତ୍‌ ମୁଁ ବି ଏଠାରୁ ଚାଲିଯିବି ବୋଲି ସେ କହିଛନ୍ତି।

ଏହାପରେ ପୁଲିସ୍‌ ଏକଥା ମହିଳାମାନଙ୍କୁ କହିବା ସହ ସେଠାରୁ ଚାଲି ଆସିବାକୁ କହିଥିଲା। ମହିଳମାନେ ମଧ୍ୟ ସେଠାରୁ ଚାଲି ଆସିଥିଲା।

ଏହି ସମୟରେ ଅନ୍ୟ ଜଣେ ମହିଳା ମ୍ୟାର ସୁଇଟି ମନ୍ଦିରକୁ ଯିବାକୁ ଚାହିଁଥିଲେ। ସେ କହିଥିଲେ, ମୁଁ ଚର୍ଚ୍ଚ, ମସଜିଦ ଓ ମନ୍ଦିରକୁ ଯାଇଛି। ଏବେ ସ୍ୱାମୀ ଆୟାପ୍ପାଙ୍କୁ ଦେଖିବାକୁ ଚାହୁଁଛି। କିନ୍ତୁ ପୁଲିସ୍‌ ତାଙ୍କୁ ସୁରକ୍ଷା ଦେବାକୁ ମନା କରିଥିଲା। ସେ ଏକାକୀ ଯିବାକୁ ଚାହିଁଥିଲେ ହେଁ ବିରୋଧ ଯୋଗୁ ଏହା ସମ୍ଭବ ହୋଇ ନଥିଲା।

ଦେବସୋମ ବୋର୍ଡ ମନ୍ତ୍ରୀ କାଡାକାମପାଲ୍ଲୀ ସୁରେନ୍ଦ୍ରନ୍‌ କହିଛନ୍ତି, ମହିଳମାନେ ପ୍ରକୃତ ଭକ୍ତ ନୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସାମାଜିକ କର୍ମୀ ହୋଇଥିବା ବେଳେ ଆଉ ଜଣେ ସାମ୍ବାଦିକ। ଯଦି ପ୍ରକୃତ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯିବାକୁ ଚାହୁଁଛନ୍ତି, ତା’ହେଲେ ଆମେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବୁ। ହେଲେ ଯଦି କେହି ମନ୍ଦିର ଭିତରକୁ ପ୍ରବେଶ କରି କିଛି ପ୍ରମାଣ କରିବାକୁ ଚାହେଁ, ତା’ହେଲେ ଏଥିପାଇଁ ଆମେ ଅନୁମତି ଦେଇ ପାରିବୁ ନାହିଁ ବୋଲି ସେ କହିଛନ୍ତି।

ସାବରୀମାଲା ମନ୍ଦିର ଭିତରକୁ ୧୦ରୁ ୫୦ ବର୍ଷ ବୟସର ମହିଳାକୁ ଶହଶହ ବର୍ଷ ଧରି ପ୍ରବେଶ ପାଇଁ ଅନୁମତି ମିଳି ନଥିଲା। ତେବେ ନିକଟରେ ସୁପ୍ରିମକୋର୍ଟ ଏହାକୁ ଅନୁମତି ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେରଳ ସରକାର ବୁଧବାରଠାରୁ ମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରଖିଛନ୍ତି। ହେଲେ ଏହାକୁ ନେଇ ସାବରୀମାଲାରେ ହାଇଡ୍ରାମା ଦେଖିବାକୁ ମିଳିଛି। ଶହଶହ ବିକ୍ଷୋଭକାରୀ ମହିଳାଙ୍କ ପ୍ରବେଶକୁ ପୂର୍ବଭଳି ବିରୋଧ ଜାରି ରଖିଛନ୍ତି। ପୁଲିସ୍‌ ମଧ୍ୟ ବିକ୍ଷୋଭକାରୀଙ୍କ ଆଗରେ ଏକ ପ୍ରକାରର ଅସହାୟ ହୋଇପଡ଼ିଛି।



from Odisha Reporter https://ift.tt/2OybqNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages