ପୋଖରୀରେ ବୁଡ଼ିଗଲେ ଦୁଇ ନାତୁଣୀ ଓ ଜେଜେମା’  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ପୋଖରୀରେ ବୁଡ଼ିଗଲେ ଦୁଇ ନାତୁଣୀ ଓ ଜେଜେମା’ 

chandbali

ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ତିହିଡ଼ି ଥାନା ସାହାପୁର ନୂଆଗାଁରେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ଦୁଇ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ନାବାଳିକା ହେଲେ ଅଶୋକ ଦାସଙ୍କ ଝିଅ ଅଞ୍ଜନା (୯) ଏବଂ ଶ୍ରୀଧର ମଳିକଙ୍କ ଝିଅ ଶ୍ରାବଣୀ (୧୦)। ମୃତ ମହିଳା ଜଣଙ୍କ ହେଲେ ମୁଳି ମଳିକ (୬୦)।

ଦୁଇ ନାବାଳିକା ଆଜି ସକାଳେ ମୁଳିଙ୍କ ସହ ବିଲକୁ ଘାସ କାଟିବାକୁ ଯାଇଥିଲେ। ଘାସ କାଟି ଆସିବା ପରେ ତାକୁ ପୋଖରୀରେ ଧୋଉଥିବା ବେଳେ ଅଞ୍ଜନା ଓ ଶ୍ରାବଣୀଙ୍କ ଗୋଡ଼ ଖସି ଯାଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ମୁଳି ମଧ୍ୟ ବୁଡ଼ି ଯାଇଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ତିହିଡ଼ି ଓ ପିରାହାଟ ପୁଲିସ୍‌ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2NPLt6Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages