ସୁପ୍ରିମ୍‌କୋର୍ଟଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଶ୍ରୀମନ୍ଦିରର ଜଣେ ସେବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ସୁପ୍ରିମ୍‌କୋର୍ଟଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଶ୍ରୀମନ୍ଦିରର ଜଣେ ସେବକ

sevayat

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରର ଜଣେ ସେବକ ଇଚ୍ଛାମୃତ୍ୟୁ ମାଗିଛନ୍ତି। ସେ ସୁପ୍ରିମକୋର୍ଟ କୋର୍ଟଙ୍କ ଠାରେ ଏହି ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି। ତାଙ୍କ ନାଁ ନରସିଂହ ପୂଜାପଣ୍ଡା।

ସୁପ୍ରିମକୋର୍ଟଙ୍କୁ ଦେଇଥିବା ପ୍ରାର୍ଥନା ପତ୍ରରେ ସେ ଏହି ଗୁହାରି କରିଛନ୍ତି।

ନରସିଂହ କହିଛନ୍ତି,“ଇଚ୍ଛାମୃତ୍ୟୁ ପାଇଁ ମୁଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛି। ଭକ୍ତଙ୍କ ଦାନଦକ୍ଷିଣାରେ ଆମେ ପରିବାର ପ୍ରତିପୋଷଣ କରୁଥିଲୁ। ତେବେ କୋର୍ଟ ଏହା ଉପରେ କଟକଣା ଲଗାଇବା ପରେ ମୋ ସଂସାର ଚଳିବ କେମିତି? ମୋ ସେବକ ଭାଇମାନେ ଚଳିବେ କେମିତି?”

ସେ ଆହୁରି କହିଛନ୍ତି, “ଆମେ ସବୁ ଭକ୍ତ ଦେଉଥିବା ପଇସାରେ ଚଳୁ। ତୁଳସୀ ଓ ଭୋଗ ଦେବାକୁ ବି ମନା କରି ଦେଲେ କୋର୍ଟ। ଦାନ ଦକ୍ଷିଣା ବନ୍ଦ କରିଦେଲେ। ଏବେ ଆମେ କେମିତି ଚଳିବୁ?”

ସେ ଆହୁରି କହିଛନ୍ତି,“ଆମ ଶରୀର ଭକ୍ତଙ୍କର। ଯଦି ଭକ୍ତ ନ ଦେବେ ଆମେ କେମିତି ଚଳିବୁ? ଆମ ସାତ ପିଢ଼ି ଭକ୍ତଙ୍କ ଦାନ ଦକ୍ଷିଣା ନେଇ ଚଳୁଥିଲେ। ମୁଁ ରାଜ୍ୟ ସରକାରଙ୍କୁ ଇଚ୍ଛାମୃତ୍ୟୁ ମାଗିଥିଲି। ସରକାର ଦେଲେ ନାହିଁ। ଏବେ ଦେଶକୁ ଇଚ୍ଛାମୃତ୍ୟୁ ମାଗୁଛି। ମୋତେ ଇଚ୍ଛାମୃତ୍ୟୁ ଦେଲେ ମୁଁ ଚିରୁଉପକୃତ ହେବି।”

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ୧୨ଟି ନିର୍ଦ୍ଦେଶାବଳୀ ଦେଇଛନ୍ତି। ଏହି ନିର୍ଦ୍ଦେଶାବଳୀଗୁଡ଼ିକ ମଧ୍ୟରୁ ବଂଶାନୁକ୍ରମିକ ସେବା ପରମ୍ପରାର ଉଚ୍ଛେଦ ଓ ସେବକ ନିଯୁକ୍ତି, ଶ୍ରୀମନ୍ଦିରରୁ ଅନ୍ନଦାନ ଆଟିକା ବାବଦକୁ ପାଉଣା ଆଦାୟ ବନ୍ଦ, ଥାଳି ଗରାରେ ଦକ୍ଷିଣା ଆଦାୟ ବନ୍ଦ ଓ ଶ୍ରୀମନ୍ଦିର ଆଇନ୍ ୧୯୫୪ର ସଂଶୋଧନକୁ ନେଇ ଛତିଶାନିଯୋଗ ସହମତ ନାହିଁ।



from Odisha Reporter https://ift.tt/2qlVpMm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages