ଇସ୍ତଫା ଦେବେ ଆରବିଆଇ ଗଭର୍ଣ୍ଣର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଇସ୍ତଫା ଦେବେ ଆରବିଆଇ ଗଭର୍ଣ୍ଣର!

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ ପଦବୀରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେଉଥିବା ନେଇ କିଛି ଜାତୀୟ ଟିଭି ଚ୍ୟାନେଲରେ ଖବର ପ୍ରକାଶ ପାଇବାପରେ ଏହି ଚର୍ଚ୍ଚା ଦୃଢ଼ ହେବାରେ ଲାଗିଛି। ଏହାର ପ୍ରଭାବ ବଣ୍ଡ୍‌ ଏବଂ ଡଲାର ପ୍ରତି ଟଙ୍କାର ମୂଲ୍ୟରେ ମଧ୍ୟ ପଡ଼ିଛି।

ଇକୋନୋମିକ୍‌ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସରକାର ଗତ କିଛି ସପ୍ତାହରେ ଲଗାତାର କିଛି ପ୍ରସଙ୍ଗକୁ ନେଇ ଚିଠି ଲେଖିଛନ୍ତି। ଅଣବ୍ୟାଙ୍କ ଆର୍ଥିକ ସଂସ୍ଥା, ଦୁର୍ବଳ ବ୍ୟାଙ୍କ ପାଇଁ ଆର୍ଥିକ ସହାୟତା ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର କମ୍ପାନୀଙ୍କୁ ଋଣ ପ୍ରଦାନ ଆଦି ପ୍ରସଙ୍ଗରେ ଏହି ଚିଠି ସବୁ ଲେଖି ଏସବୁ ପ୍ରସଙ୍ଗରେ ତାଙ୍କ ଉତ୍ତର ମଗାଯାଇଛି। ଆରବିଆଇ ଆକ୍ଟର ଧାରା ୭ ଅନୁଯାୟୀ ସରକାର ଏପରି ନିର୍ଦ୍ଦେଶ ଦେବାର କ୍ଷମତା ରହିଥିଲେ ମଧ୍ୟ, ମୂର୍ବରୁ କେବେ ଏପରି ଘଟିନଥିଲା। ଏହି ଧାରା ଅନୁଯାୟୀ ସରକାର କିଛି ସମୟ ବ୍ୟବଧାନରେ ଜନସ୍ୱାର୍ଥ ସମ୍ବନ୍ଧୀୟ ନିର୍ଦ୍ଦେଶ ଦେଇପାରିବେ। ସ୍ୱାଧୀନ ଭାରତରେ ଏପରି କେବେ ମଧ୍ୟ କରାଯାଇନାହିଁ ବୋଲି ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଡଲାର ପ୍ରତି ଟଙ୍କାର ମୂଲ୍ୟ ମଧ୍ୟ ଏହା ଦ୍ୱାରା ହିଁ ପ୍ରଭାବିତ ହୋଇ ପୁଣି ଥରେ ଦୁର୍ବଳ ହେବାକୁ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ବୁଧବାର କାରବାର ଆରମ୍ଭ ପରେ ଟଙ୍କାର ମୂଲ୍ୟ ଏକ ନିର୍ଦ୍ଦିଷ୍ଟ ସମୟରେ ୭୩.୬୮ ଟଙ୍କାରୁ ୪୩ ପଇସା ଖସି ୭୪.୧୧ ଟଙ୍କାରେ ପହଞ୍ଚିଯାଇଥିଲା।

ପୂର୍ବରୁ ଆରବିଆଇ ଡେପୁଟି ଗଭର୍ଣ୍ଣର ରିଜର୍ଭ ବ୍ୟାଙ୍କର ସ୍ୱଧୀନତା ବାବଦରେ ପ୍ରଶ୍ନ ଉଠାଇବା ମଧ୍ୟ ସରକାର ଓ ଆରବିଆଇ ମଧ୍ୟରେ ତିକ୍ତ ସମ୍ପର୍କକୁ ପଦାରେ ପକାଇଥିଲା। ଏପରିକି ୧୫୦୦୦ କୋଟି ଡଲାରର ଅନାଦାୟ ଋଣ ସହିତ ବ୍ୟାଙ୍କ ମାନଙ୍କର ଦୁଃସ୍ଥିତି ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆରବିଆଇକୁ ଟାର୍ଗେଟ୍ କରିବା ମଧ୍ୟ ଆରବିଆଇ ଅଧିକାରୀଙ୍କୁ ଅଡ଼ୁଆରେ ପକାଇଥିଲା।



from Odisha Reporter https://ift.tt/2qj1itp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages