ଦିଲ୍ଲୀ ଗଲେ ବଲାଙ୍ଗିରର ୧୪ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଦିଲ୍ଲୀ ଗଲେ ବଲାଙ୍ଗିରର ୧୪ ଛାତ୍ରଛାତ୍ରୀ

ବଲାଙ୍ଗିର (ସସ୍ମିତା ସାହୁ): ବଚ୍‌ପନ୍‌ ସ୍କୁଲ ପକ୍ଷରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ପଞ୍ଚମ ସର୍ବ ଭାରତୀୟ ପ୍ରତିଯୋଗିତା। ଏଥିରେ ଭାଗନେବା ପାଇଁ ବଲାଙ୍ଗିରସ୍ଥିତ ଏକାଡେମୀ ହାଇଟ୍ସ ପବ୍ଲିକ୍ ସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଯାତ୍ରା କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ସକାଳୁ ସମଲେଶ୍ୱରୀଙ୍କ ମନ୍ଦିର ଯାଇ ମାଆଙ୍କ ଆଶୀର୍ବାଦ ନେବାପରେ ଟିଟିଲାଗଡ଼ ଯାଇ ସେଠାରୁ ଟ୍ରେନ୍ ଯୋଗେ ଦିଲ୍ଳୀ ଯାତ୍ରା କରିଛନ୍ତି।

ଏହି ମେଗା ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଅଜୁର୍ନ ପୁରସ୍କାରପ୍ରାପ୍ତ ପଦ୍ମଶ୍ରୀ ପି.ଭି.ସିନ୍ଧୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି। ସ୍କୁଲ ପକ୍ଷରୁ ସନ୍ତରଣରେ ଆରିନ୍ ଜୈନ, ଯୋଗରେ ଦିବ୍ୟରଞ୍ଜନ ଚୌଧୁରୀ, ବ୍ୟାଡ୍‌ମିଣ୍ଟନରେ ଦେବ କେଜ୍ରିୱାଲ, ହିନ୍ଦୀ ବକ୍ତୃତାରେ ଜାହ୍ନବୀ ଭମର, ଇଂରାଜୀ ବକ୍ତୃତାରେ ନିୟତି ଭମର, ଇଂରାଜୀ କବିତାପାଠରେ ପ୍ରେରଣା ଭରଦ୍ୱାଜ୍, ଏକାକୀ ନୃତ୍ୟରେ ହର୍ସିତା କର, ନୃତ୍ୟରେ ସମ୍ବଲପୁରୀ ଗ୍ରୁପ୍ ଡ୍ୟାନ୍ସର କେସବ ଗୋୟଲ, ଅାହାନା ଅାକୃତି ସାହୁ, ସାନ୍‌ଭୀ ସମ୍ଭବା, ରିଶିକା ଅଗ୍ରୱାଲ, ଆନନ୍ଦିତା ପଟ୍ଟନାୟକ, ପୂରବୀ ଅଗ୍ରୱାଲ ଓ ଚିତ୍ରାଙ୍କନାରେ ଶୁଭମ ଗୋୟଲ ପ୍ରତିନିଧିତ୍ୱ କରୁଛନ୍ତି।

ସ୍କୁଲର ଶିକ୍ଷୟତ୍ରୀ ରଂଜିତା ପଟ୍ଟାନାୟକ ଓ ରଶ୍ମିତା ଦାସ ପିଲାମାନଙ୍କ ସହ ଦିଲ୍ଳୀ ଗ୍ରସ୍ତ କରିଛନ୍ତି। ଡାଇରେକ୍ଟର ଅର୍ଚ୍ଚନା ଶତପଥୀ, ଅଧ୍ୟକ୍ଷ ଶ୍ରୀ ଅନନ୍ତ ଗିରି, ଅର୍ଦ୍ଧେନ୍ଦୁ ମେହେର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।



from Odisha Reporter https://ift.tt/2xTJbi5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages