Xiaomi ଭାରତରେ ଲଞ୍ଚ୍‌ କଲା ନୂଆ ବ୍ଲୁ-ଟୁଥ୍ ସ୍ପିକର: ମୂଲ୍ୟ ୭୯୯ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

Xiaomi ଭାରତରେ ଲଞ୍ଚ୍‌ କଲା ନୂଆ ବ୍ଲୁ-ଟୁଥ୍ ସ୍ପିକର: ମୂଲ୍ୟ ୭୯୯ ଟଙ୍କା

ମୁମ୍ବାଇ: ଚାଇନିଜ୍‌  କମ୍ପାନୀ Xiaomi  ଭାରତରେ ଏକ ନୂଆ ସ୍ପିକର Mi Compact Bluetooth Speaker 2 ଲଞ୍ଚ୍ କରିଛି। କମ୍ପନୀ ଏହି ଲାଟେଷ୍ଟ ସ୍ପିକରକୁ କମ୍ପାନୀ କମ୍ପାକ୍ଟ ଓ ଭାଇବ୍ରାଣ୍ଟ ଡିଜାଇନ୍‌ରେ ତିଆରି କରିଛି।

କମ୍ପାନୀ ଅନୁଯାୟୀ ଏହାର ବ୍ୟାଟେରୀ ୮୦ ପ୍ରତିଶତ ଭଲ୍ୟୁମ ଲେଭଲ୍‌ରେ ୬ ଘଣ୍ଟା ଯାଏ ଚାଲିବ।  ଏହାସହିତ ଏଥିରେ ହ୍ୟାଣ୍ଡ୍ସ-ଫ୍ରି କଲିଂ ପାଇଁ ବିଲ୍ଟ-ଇନ୍ ମାଇକ୍ରୋଫୋନ୍‌ ମଧ୍ୟ ଉପଲବ୍ଧ ଅଛି।  ଭାରତରେ Xiaomi Mi Bluetooth Speaker 2ର ମୂଲ୍ୟ ୭୯୯ ଟଙ୍କା ରଖାଯାଇଛି। ଏହା କେବଳ ସିଲଭର୍‌ କଲର୍‌ରେ ଉପଲବ୍ଧ। ଏହାର ଅନ୍ୟ କଲର୍ ଭ୍ୟାରିଆଣ୍ଟ ଏଯାଏଁ ଆସିନାହିଁ। ଏହାକୁ ଗ୍ରାହକମାନେ କମ୍ପାନୀର ଅଫିସିଆଲ୍ ୱେବସାଇଟ୍‌ Mi.comରୁ କିଣିପାରିବେ।

Xiaomi Mi Bluetooth Speaker 2ର ବିଶେଷତ୍ୱ କହିଲେ, ଏଥିରେ ୧୦ ମିଟର ରେଞ୍ଜ ସହ ବ୍ଲୁ-ଟୁଥ୍ v4.2 ଦିଆଯାଇଛି। ଏହି ପୋର୍ଟେବଲ୍ ସ୍ପିକରର ଅଡିଓ ଫ୍ରିକୁଏନ୍ସି ରେଞ୍ଜ 200Hzର 18kHz ରହିଛି। ଏହାର 3.7V 480mAh ଲିଥିୟମ ବ୍ୟାଟେରୀକୁ ମାଇକ୍ରୋ- USB ପୋର୍ଟ ସାହାଯ୍ୟରେ ଚାର୍ଜ କରାଯାଇପାରିବ। ଏହି ସ୍ପିକରରେ କଣ୍ଟ୍ରୋଲ ପାଇଁ ସିଙ୍ଗଲ୍‌ ଫିଜିକଲ ବଟନ୍ ଦିଆଯାଇଛି। ବଟନକୁ ଟିପି ଦୁଇ ସେକେଣ୍ଡ ହୋଲ୍ଡ କରି ରଖିଲେ ସ୍ପିକରଟି ଅନ୍‌ ଅଫ୍‌ ହୋଇଥାଏ। ସେହିପରି ଅଳ୍ପ ସମୟପାଇଁ ଟିପିଲେ ପ୍ଲେ/ଷ୍ଟପ୍‌ ଓ ଫୋନ୍‌କଲ୍‌ ଗ୍ରହଣ ହୋଇଥାଏ। ୧ ସେକେଣ୍ଡ ପାଇଁ ଟିପି ରଖିଲେ ଫୋନ୍‌ କଲ୍‌ ରିଜେକ୍ଟ ହୋଇଯିବ ଓ ପାୱାର ଅଫ୍‌ ମଧ୍ୟ ହେବ। ସେହିପରି ୬ ସେକେଣ୍ଡ ଯାଏ ବଟନ୍‌ ଟିପି ରଖିଲେ ସ୍ପିକର ରିଷ୍ଟୋର ହୋଇଯିବ।



from Odisha Reporter https://ift.tt/2DRf40h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages