ନିଆଁ ଓ ପାଣି ବାସନ୍ଦ କରିଥିଲେ, କାଲି ପ୍ରବଳ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ନିଆଁ ଓ ପାଣି ବାସନ୍ଦ କରିଥିଲେ, କାଲି ପ୍ରବଳ ପିଟିଲେ

ନୟାଗଡ (ସତ୍ୟନାରାୟଣ ସୁର୍‌ ଜଗଦେବ): ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ମଧ୍ୟ ନୟାଗଡ଼ରେ ଚାଲିଛି କଙ୍ଗାରୁ କୋର୍ଟ। ଅଶ୍ଵସ୍ତପଡ଼ା ଗାଁରେ ୩ଟି ପରିବାରକୁ ୪ ବର୍ଷ ହେଲା ନିଆଁ ପାଣି ବାସନ୍ଦ କରି ରଖାଯାଇଛି। ଗାଁରେ ହେଉଥିବା ପର୍ବପର୍ବାଣୀରେ ଏମାନଙ୍କୁ ଭାଗ ନେବାର ସୁଯୋଗ ଦିଆଯାଉ ନାହିଁ। ଏପରିକି ଜରିମାନା ମଧ୍ୟ କରାଯାଉଛି। ଜରିମାନା ନଦେଲେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି। ଜିଲ୍ଲାର ବିଜେଡି କର୍ମୀମାନେ ଏ କାମ କରୁଥିବା ଅଭିଯୋଗ ହେଉଛି।

ଅଶ୍ଵସ୍ତପଡ଼ା ଗାଁରେ ଡ୍ରେନ୍‌ ନାହିଁ। ତେଣୁ ଘରୁ ବାହାରୁଥିବା ନର୍ଦ୍ଦମା ପାଣି ବାସନ୍ଦ ହୋଇଥିବା ୩ ପରିବାରଙ୍କ ଘର ଆଗ ଦେଇ ଯାଉଥିଲା। ଯାହାଦ୍ୱାରା ସେମାନେ ନାନା ଅସୁବିଧାରେ ପଡ଼ୁଥିଲେ। ତେଣୁ ଗାଁ ଲୋକଙ୍କ ଏପରି କାର୍ଯ୍ୟକୁ ସେମାନେ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗତକାଲି ଗାଁ ସଭାପତିଙ୍କ ନେତୃତ୍ୱରେ କେତେକ ଅସାମାଜିକ ବ୍ୟକ୍ତି ସେଠାରେ ପହଞ୍ଚି ବାସନ୍ଦ ହୋଇଥିବା ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏପରିକି ଘର ଭଙ୍ଗାରୁଜା କରିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଏ ସଂକ୍ରାନ୍ତରେ ପୀଡିତ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି। ନୟାଗଡ଼ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁଲିସ ଗାଁରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ବର୍ତ୍ତମାନ ସୁଦ୍ଧା ଗାଁରେ ଉତ୍ତେଜନା ଲାଗି ରହିଛି।

ଅନ୍ୟପକ୍ଷରେ ଘଟଣାକୁ ତୀବ୍ର ନିନ୍ଦା କରିଛି ଜିଲ୍ଲା କଂଗ୍ରେସ। ଜିଲ୍ଲା କଂଗ୍ରେସ ସଭାପତି ଜିତେନ୍ଦ୍ର ଦାସ କହିଛନ୍ତି-“କଂଗ୍ରେସ ସମର୍ଥିକ ଲୋକଙ୍କୁ ବିଜେଡି କର୍ମୀମାନେ ଭୟଭୀତ କରି ରଖିଛନ୍ତି। ବିଜେଡିରେ ଭୋଟ୍‌ ନଦେଲେ ଘର ଭାଙ୍ଗି ଦିଆଯାଉଛି। ଏଥିରେ ବିଧାୟକଙ୍କ ହାତ ରହିଛି। ତେଣୁ ଆମେ ବିଧାୟକ ଅରୁଣ ସାହୁଙ୍କୁ ଅନୁରୋଧ କରୁଛୁ, ସେ ଏପରି କାର୍ଯ୍ୟରୁ ଦଳୀୟ କର୍ମୀଙ୍କୁ ନିବୃତ୍ତ ରଖନ୍ତୁ। ଅନ୍ୟପକ୍ଷରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅନୁରୋଧ କରୁଛୁ, ସେମାନେ ଗାଁକୁ ଯାଇ ଆକ୍ରମଣ କରୁଥିବା ଲୋକଙ୍କୁ ଗିରଫ କରନ୍ତୁ। ଯଦି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ, କଂଗ୍ରେସ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବ।”



from Odisha Reporter https://ift.tt/2PApId3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages