ଟେଷ୍ଟ କ୍ରିକେଟ୍‌ରେ ୫ ଦିନ ଯାକ ବ୍ୟାଟିଂ କରିଥିଲେ ଭାରତର ଏହି ଦୁଇ ବ୍ୟାଟସ୍‌ମ୍ୟାନ୍‌, ଜାଣନ୍ତୁ ଆଉ କିଛି ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଟେଷ୍ଟ କ୍ରିକେଟ୍‌ରେ ୫ ଦିନ ଯାକ ବ୍ୟାଟିଂ କରିଥିଲେ ଭାରତର ଏହି ଦୁଇ ବ୍ୟାଟସ୍‌ମ୍ୟାନ୍‌, ଜାଣନ୍ତୁ ଆଉ କିଛି ତଥ୍ୟ

ଫୁଟ୍‌ବଲ ପରେ କ୍ରିକେଟ ହେଉଛି ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆଜି କ୍ରିକେଟ୍‌ ପାଇଁ ପାଗଳ। ତେବେ ଆଜି ଆମେ କ୍ରିକେଟ ବିଷୟରେ ଏମିତି କିଛି କଥା କହିବୁ ଯାହା ଆପଣ ଜାଣି ନଥିବେ। ତେବେ ଆସନ୍ତୁ କ୍ରିକେଟ ବିଷୟରେ କିଛି ରୋଚକ ତଥ୍ୟ ଜାଣିବା ।

୧-ପ୍ରଥମେ ଆରମ୍ଭ କରିବା ଧୁଆଁଧାର ବ୍ୟାଟସ୍‌ମ୍ୟାନ୍‌ କ୍ରିସ୍‌ ଗେଲଙ୍କଠାରୁ। ୱେଷ୍ଟଇଣ୍ଡିଜ୍‌ର ଏହି ଧମାକାଦାର ବ୍ୟାଟସ୍‌ମ୍ୟାନ୍‌ ସବୁଠୁ ଲମ୍ବା ଛକା ମାରିବାରେ ରେକର୍ଡ଼ ଅର୍ଜନ କରିଛନ୍ତି। ୧୭୫ ବର୍ଷ କ୍ରିକେଟ ଇତିହାସରେ କ୍ରିସ୍‌ଗେଲ ହେଉଛନ୍ତି ପ୍ରଥମ ଖେଳାଳି ଯିଏ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଛକା ମାରିଛନ୍ତି।

୨-କ୍ରିକେଟ ଜଗତରେ ଅନେକ ବଡ଼ ବଡ଼ ହସ୍ତି ଅଧିନାୟକ ହୋଇଛନ୍ତି ସତ ହେଲେ ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥ୍‌ ହେଉଛନ୍ତି ଏମିତି ଖେଳାଳି  ଯିଏ ତାଙ୍କ ଅଧିନାୟକତ୍ୱକାଳରେ ୧୦୦ ଟେଷ୍ଟ ମ୍ୟାଚ୍‌ ଖେଳି ସାରିଛନ୍ତି।

୩-ଅଷ୍ଟ୍ରେଲିଆର ବୋଲର ସେନ୍‌ ୱାର୍ଣ୍ଣଙ୍କୁ ସବୁଠୁ ସଫଳ ସ୍ପିନ୍‌ର ବୋଲି ବିବେଚନା କରାଯାଏ। କିନ୍ତୁ ଶ୍ରୀଲଙ୍କାର ଅଲ୍‌ରାଉଣ୍ଡର ଖେଳାଳି ସନତ୍‌ ଜୟସୁରିଆ ନିଜ ୱାନ୍‌ ଡେ କ୍ୟାରିଅରରେ ସେନ୍‌ ୱାର୍ଣ୍ଣଙ୍କଠାରୁ ଅଧିକ ୱିକେଟ ହାସଲ କରିଛନ୍ତି। ସେନ୍‌ ୱାର୍ଣ୍ଣ ତାଙ୍କ ୱାନ୍‌ ଡେ କ୍ୟାରିଅରରେ ୨୯୩ଟି ୱିକେଟ୍‌ ନେଇଥିବା ବେଳେ ଜୟସୁରିଆ ୩୨୩ଟି ୱିକେଟ ନେଇଛନ୍ତି।

୪-ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ଭାରତ ହେଉଛି ଏମିତି ଟିମ୍‌ ଯିଏ ୬୦ ଓଭର, ୫୦ ଓଭର ଏବଂ ୨୦ ଓଭର ବିଶିଷ୍ଟ ବିଶ୍ୱ କପ୍‌ ହାସଲ କରିପାରିଛି।

୫-ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ହେଉଛନ୍ତି ଏମିତି ଖେଳାଳି ବିଶ୍ୱ କପ୍‌ରେ ସେମିଫାଇନାଲ ଏବଂ ଫାଇନାଲରେ ସେଞ୍ଚୁରୀ ଲଗାଇଛନ୍ତି।

୬-ସୌରବ ଗାଙ୍ଗୁଲି ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଲଗାତାର ୪ଟି ମ୍ୟାଚ୍‌ରେ ମ୍ୟାନ୍ ଅଫ ଦ ମ୍ୟାଚ୍‌ ପୁରସ୍କାର ନିଜ ନାମରେ କରିପାରିଛନ୍ତି।

୭-କ୍ରିକେଟ ଇତିହାସରେ ଯେବେ ଥାର୍ଡ଼ ଅମ୍ପାୟାର ଅପ୍ସନ୍ ବ୍ୟବହାର କରାଗଲା ସଚିନ୍‌ ହେଉଛନ୍ତି ପ୍ରଥମ ଖେଳାଳି ଯହାଙ୍କୁ ଏହି ଅପ୍ସନ୍‌ ମାଧ୍ୟମରେ ଆଉଟ୍‌ କରାଯାଇଥିଲା।

୮-ଦେଖିବାକୁ ଗଲେ ଟେଷ୍ଟ ମ୍ୟାଚ୍‌ ୫ ଦିନ ପାଇଁ ଖେଳା ଯାଏ। ହେଲେ ୫ଦିନ ଯାକ ଭାରତର ରବିଶାସ୍ତ୍ରୀ ଏବଂ ଏମଏଲ୍‌ ଜୟସୀମାହ ବ୍ୟାଟିଂ କରିବାରେ ବିରଳ ରେକର୍ଡ଼ ସ୍ଥାପନ କରିଛନ୍ତି।

୯-ଗୋଟିଏ ମ୍ୟାଚ୍‌ରେ ଭାରତକୁ ଯେତେବେଳେ ୩୫୫ ରନ୍‌ ଆବଶ୍ୟକ ଥିଲା ସେହି ମ୍ୟାଚ୍‌ରେ ସୁନିଲ ଗାଭାସ୍କର ଓପନିଂ ବ୍ୟାଟିଂ କରି  ୧୭୪ ବଲ୍‌ ଖେଳି ୩୬ ରନ୍‌ କରିଥିଲେ। କ୍ରିକେଟ୍‌ ଇତିହାସରେ ଏହା ସବୁଠୁ ନ୍ୟୁନତମ ସ୍କୋର ବୋଲି କୁହାଯାଉଛି।



from Odisha Reporter https://ift.tt/2ymwwUX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages