ଶସ୍ତା ହେଲା ଏହି ଫୋନ୍‌ର ଦାମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଶସ୍ତା ହେଲା ଏହି ଫୋନ୍‌ର ଦାମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣ ଶାଓମିର ‘ରେଡ୍‌ମି ନୋଟ୍‌ ୫ ପ୍ରୋ’ ସ୍ମାର୍ଟଫୋନ୍‌କୁ ପସନ୍ଦ କରନ୍ତି, ତେବେ ବିଳମ୍ୱ ନ କରି ଏହି ଫୋନ୍‌କୁ ଖୁବ ଶୀଘ୍ର କିଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। କାହିକିଁ ପଚାରୁ ନାହାନ୍ତି? ଜାଣିବାକୁ ଚାହୁଁଛନ୍ତି କି? ତେବେ ପଢ଼ନ୍ତୁ…

ଫ୍ଲିପ୍‌କାର୍ଟରେ ହେବାକୁ ଥିବା Flipkart Big Billion Days Saleରେ ଏହି ଫୋନ୍ ୧୨,୯୯୯ ଟଙ୍କାରେ ବିକ୍ରି ହେବ। ଅର୍ଥାତ୍‌ ପାଖାପାଖି ୨,୦୦୦ ଟଙ୍କା ଶସ୍ତା। ପୂର୍ବରୁ ଏହାର ଦାମ୍‌ ୧୪,୯୯୯ ଟଙ୍କା ଥିଲା। ଶାଓମି ଇଣ୍ଡିଆ ମୁଖ୍ୟ ମନୁ କୁମାର ଜୈନ୍‌ ଟ୍ୱିଟର୍‌ରେ ଏହି ସୂଚନା ଦେଇଛନ୍ତି।

ଏବେ ‘ରେଡ୍‌ମି ନୋଟ୍‌ ୫ ପ୍ରୋ’ ଏକ ଲୋକପ୍ରିୟ ସ୍ମାର୍ଟଫୋନ୍‌ ପାଲଟିଛି। ଏହାକୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଏବଂ ଶାଓମିର ୱେବ୍‌ସାଇଟ୍‌ ବିକ୍ରି କରାଯାଉଛି।
ପ୍ରଥମଥର ପାଇଁ ଏହି ଫୋନ୍‌ ଶସ୍ତା ହୋଇଛି। ଦୁଇଟି ରିୟର୍‌ କ୍ୟାମେରା ଏବଂ Snapdragon 636 processor ଥିବା ଏହି ସ୍ମାର୍ଟଫୋନ୍‌କୁ ୨୦୧୮ ଫେବୃଆରୀରେ ଲଞ୍ଚ୍‌ କରାଯାଇଥିଲା। ଏଥିରେ ୬୪ ଜିବି ଷ୍ଟୋରେଜ୍‌ ଏବଂ ୪ ଜିବି ରାମ୍‌ ରହିଛି।Flipkart Big Billion Days Sale ରେ ଏହି ଫୋନ୍‌ର ଦାମ୍‌ ୧୦ ପ୍ରତିଶତ କମ୍‌ କରାଯାଇଛି।

‘ରେଡ୍‌ମି ନୋଟ୍‌ ୫ ପ୍ରୋ’ର ଫିଚର୍‌:
ଏଥିରେ ଦୁଇଟି ସିମ୍‌ ରହିବା ସହିତ Android noaga ଉପରେ ଆଧାରିତ ଏହି ସ୍ମାର୍ଟଫୋନ୍‌ MEI 9ରେ ଚାଲିଥାଏ।
ଏଥିରେ ୫.୯୯ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ସହିତ (1080×2160 pixels)ର ଡିସ୍‌ପ୍ଲେ ରହିଛି ଏବଂ ସ୍କ୍ରିନ୍‌ରେ ୧୮:୯ ଆସ୍ପେକ୍ଟ ରେସିଓ ରହିଛି।
ଫୋନ୍‌ ଭଲ କାମ କରିବା ପାଇଁ ଏଥିରେ ୧.୮ ଗିଗାହର୍ଜର Snapdragon 636 processor ରହିଛି ଏବଂ ଗ୍ରାଫିକ୍ସ ପାଇଁ 509 GPU Integrated ରହିଛି।
ଏଥିରେ ୪ଜିବି ଏବଂ ୬ଜିବି ରାମ୍‌ର ଦୁଇଟି ବିକଳ୍ପ ରହିଛି। ଏହା ବ୍ୟତୀତ ଫୋନ୍‌ର ପଛପଟେ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ରହିଛି।
‘ରେଡ୍‌ମି ନୋଟ୍‌ ୫ ପ୍ରୋ’ରେ ୧୨ ମେଗା ପିକ୍ସେଲ୍‌ର ବ୍ୟାକ୍‌ କ୍ୟାମେରା ଏବଂ ୫ ମେଗା ପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଅଛି। କ୍ୟାମେରାରେ ଏଲ୍‌ଇଡି ଫ୍ଲାସ୍‌ ସହିତ ଫେସ୍‌ ଅନ୍‌ଲକ୍‌ ସୁବିଧା ମଧ୍ୟ ରହିଛି।
ଏଥିରେ ୬୪ ଜିବି ଷ୍ଟୋରେଜ୍‌ କ୍ଷମତା ରହିଛି ଏବଂ ଆବଶ୍ୟକ ପଡ଼ିଲେ ମାଇକ୍ରୋଏସ୍‌ଡି କାର୍ଡରେ ଆପଣ ଷ୍ଟୋରେଜ୍‌ କ୍ଷମତା ବୃଦ୍ଧି ମଧ୍ୟ କରିପାରିବେ।
ଶାଓମିର ଏହି ଫୋନ୍‌ରେ କନେକ୍ଟିଭିଟି ଫିଚର୍‌ ସହିତ ଫୋର୍‌ଜି VOLTE, ୱାଇ-ଫାଇ 802.11 b / g / n ,ବ୍ଲୁଟୁଥ୍‌ ଏବଂ ମାଇକ୍ରୋ ୟୁଏସ୍‌ ବି ରହିଛି।
ଏହି ସ୍ମାର୍ଟଫୋନ୍‌ରେ 4000 mAh କ୍ଷମତା ବିଶିଷ୍ଟ ବ୍ୟାଟେରୀ ଅଛି, ଯେଉଁଥିରେ ଆପଣ ୧୪ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ଦେଖିପାରିବେ ବୋଲି କମ୍ପାନୀ ଦାବି କରିଛି।
https://ift.tt/2IIVH8d



from Odisha Reporter https://ift.tt/2pLhaVu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages