ଅଳପ ଅଫର, ବେଶି ପ୍ରଚାର: ଚାଲନ୍ତୁ ବୁଲି ଆସିବା ପୂଜା ବଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଅଳପ ଅଫର, ବେଶି ପ୍ରଚାର: ଚାଲନ୍ତୁ ବୁଲି ଆସିବା ପୂଜା ବଜାର

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର)ଦଶହରା ଆଉ କେତେ ଦିନ ରହିଲାକି? ଏବେଠୁ ଦିନ ଗଣିଲେଣି? ଡ୍ରେସ୍ କିଣିବାକୁ ମନ ହେଲାଣି? ଭାବୁଛନ୍ତି କି ଏଥର କିଣିବେ ବ୍ଲୁ ଜିନ୍ସ ଆଉ ବ୍ଲାକ୍ କୁର୍ତ୍ତୀ? ରେଡ୍ ଟି ଶାର୍ଟ, ନାଲି, ନେଳି, ହଳଦିଆ ରଙ୍ଗର ଗାର୍ମେଣ୍ଟ? ପୂଜାରେ ସାଙ୍ଗ ମାନଙ୍କ ସହ ଝଲସେଇବେ ସମସ୍ତଙ୍କ ଆଖି? କେହି କେହି ପୋଷାକ ସାଙ୍ଗକୁ ଚାହୁଁଥିବେ ଆଟ୍ରାକଟିଭ୍ ବ୍ୟାଗ, ପର୍ସ, ବେଲ୍ଟ ଆଉ ଆଉ ଆସେସରିଜ୍।

ଅକ୍ଟୋବର ପ୍ରଥମ ସପ୍ତାହ ତ ସରିଗଲାଣି। କୋଉଠି ଦରମା ମିଳି ସାରିଲାଣି ତ ଆଉ କୋଉଠି ବୋନସ ବି। ରାଜଧାନୀର ଛାତି ଉପରେ ଛିଡ଼ା ହେଇଥିବା ବଡ଼ ବଡ଼ ଶୋ’ରୁମ ସବୁ ଖୋଲିଲେଣି ନୂଆ ନୂଆ ଭଳିକି ଭଳି ପୋଷାକର ପସରା। ଆଉ ବାଣ୍ଟିଲେଣି ଅଫର ଚାର୍ଟ।

ତା’ହେଲେ ଚାଲନ୍ତୁ ବୁଲି ଆସିବା ବାଣୀବିହାର ପାଖକୁ ଲାଗି ଆଖି ଠାରି ଗ୍ରାହକଙ୍କୁ ଇସାରା କରୁଥିବା ସେଣ୍ଟ୍ରାଲ ଆଉ ମାଷ୍ଟରକ୍ୟାଣ୍ଟିନ ଆରପଟକୁ ଥିବା ପଣ୍ଡା ଟ୍ରାଭେଲମାର୍ଟ।

‘ସେଣ୍ଟ୍ରାଲ’ ଅଫର- ‘ସେଣ୍ଟ୍ରାଲ’ରେ ଆପଣମାନେ ଦେଖିଥିବେ ମେନ୍ସ ୱେର, ଓମେନ୍ସ ୱେର ଏବଂ କିଡ୍ସ ୱେର ଠାରୁ ଆରମ୍ଭ କରି ବିଭିନ୍ନ ବ୍ରାଣ୍ଡର ଆଖି ଝଲସାଇଲା ଭଳି ଆଉ ମନ ଦୋହଲାଇଲା ଭଳି ଅତ୍ୟାଧୁନିକ ଉତ୍ପାଦ ସବୁ। ନେଲପଲିଶ୍ ଠୁ ବଡି ହଟ୍ କଲାଭଳି ପରଫ୍ୟୁମ। ବ୍ରାଣ୍ଡେଡ୍ ହାତ ଘଣ୍ଟାଠୁ ମୁଣ୍ଡର ରିବନ। ଆମେ ପଚାରି ବୁଝିଲାରୁ ସେଠାକାର ଜଣେ ଅଧିକାରୀ କହିଲେ, ଦଶହରାରେ ଯଦି ଗ୍ରାହକ ୪୯୯୯ ଟଙ୍କ।ର ଶପିଙ୍ଗ୍ କରୁଛନ୍ତି ତେବେ ସେମାନଙ୍କୁ ମିଳିବ ୨୯୯୦ ଟଙ୍କ।ର ଏକ ମିକ୍ସର ଗ୍ରାଇଣ୍ଡର। କିନ୍ତୁ ସେମାନଙ୍କୁ ଏଥିବାବଦ ଦେବାକୁ ପଡ଼ିବ ମାତ୍ର ୪୯୯ ଟଙ୍କ।।

ଯଦି ୧୪୯୯୯ ଟଙ୍କ। ମାନେ୧୫ ହଜାର ଟଙ୍କ।ର ଜିନିଷ କିଣୁଛନ୍ତି, ତେବେ ମିଳିବ ଆମେରିକାନ ଟୁରିଷ୍ଟର ହାର୍ଡ ଲଗେଜ, ଯାହାର ଦାମ ୯୦୫୦ ଟଙ୍କ।। କିନ୍ତୁ ଏଥିପାଇଁ ଦେବାକୁ ପଡ଼ିବ ୪୯୯ ଟଙ୍କ।। ଯେଉଁମାନେ ଟିକେ ଅଧିକ କିଣିବାକୁ ଚାହୁଁଛନ୍ତି, ସେମାନେ ୨୯,୯୯୯ ମାନେ ୩୦୦୦୦ ଟଙ୍କ।ର କିଣିଲେ ପାଇବେ ଏଲ୍ଇଡି ଟିଭି। ଏହାର ଦାମ୍ ପ୍ରାୟ ୨୨୯୯୦ ଟଙ୍କ। କିନ୍ତୁ ଦେବାକୁ ପଡ଼ିବ ୪୯୯୯ ଟଙ୍କ।। ଏ ସବୁ ଅଫର ଆରମ୍ଭ ହୋଇ ସାରିଥିବା ବେଳେ କାଳୀପୂଜା ପର୍ଯ୍ୟନ୍ତ ବେପାର ଓ ଅଫର ଚାଲିବ ବୋଲି ସେଣ୍ଟ୍ରାଲ ସୂତ୍ରରୁ ପ୍ରକାଶ।

ପଣ୍ଡା ଟ୍ରାଭେଲମାର୍ଟ- ଇଛା ହେଉଛି କି କିଣିବାକୁ ଟ୍ରାଭେଲ ବ୍ୟାଗ, ୱାଲେଟ, ବେଲ୍ଟ, ପର୍ସ, ଆଉ ଆଉ ଆସେସରିଜ ସବୁ ? ବିଶେଷ କରି ମହିଳାଙ୍କ ପାଇଁ? ତେବେ ଚାଲୁନ୍ତୁ ଜାଣିବା ରାଜଧାନୀରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ପଣ୍ଡା ଟ୍ରାଭେଲମାର୍ଟ ଦଶହରାରେ କ’ଣ ଦେଉଛି ଅଫର। ଅକ୍ଟୋବର ୮ରୁ ପଣ୍ଡା ଟ୍ରାଭେଲମାର୍ଟ ଆରମ୍ଭ କଲାଣି ପାର୍ବଣ ଅଫର। ପ୍ରତି କ୍ରୟରେ ୫୦ଟଙ୍କା ପର୍ଯ୍ୟନ୍ତ ଅଫର ସାଙ୍ଗକୁ ଆହୁରି ଆକର୍ଷଣୀୟ ଅଫର ରହିଛି। ୨୫୦୦ ଟଙ୍କ।ର କ୍ରୟରେ ୨୫୦ ଟଙ୍କ।ର ଭାଉଚର। ସେହିପରି ୫୦୦୦ ଟଙ୍କ।ର କ୍ରୟରେ ୫୦୦ ଟଙ୍କ।ର ଭାଉଚର। ଏହି ଗିଫ୍ଟ ଭାଉଚରର ଭାଲିଡିଟି ୯୦ ଦିନ ପର୍ଯ୍ୟନ୍ତ ରହିବ। ସେହିପରି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ବ୍ୟାଗ କ୍ରୟରେ ୱାଲେଟ ମଧ୍ୟ ଫ୍ରି ରହିଛି।

ଆଜି ଏହି ଦୁଇଟି ମଲ୍ ବୁଲି ଥାଆନ୍ତୁ। ପୁଣି ଆଉ ଦିନେ ଅନ୍ୟ ମଲ୍ ବୁଲିବାକୁ ଯିବା।

ତେବେ ଯିବା ପୂର୍ବରୁ ମଲରେ ଭେଟିଥିବା ଜଣେ ଗ୍ରାହକଙ୍କ ମନ କଥା, ତାଙ୍କରି ଭାଷାରେ:

“ଇଏ ସବୁ କିମିତିକା ଅଫର ମ? ୫୦୦୦ ଟଙ୍କ।ର କିଣିଲେ ୫୦୦ ଟଙ୍କ।ର ଭାଉଚର୍। ପୁଣି ସେଇ ଭାଉଚରର ଲାଭ ପାଇବାକୁ ପୁଣି ଆଉ ୨୦୦୦ ଟଙ୍କ।ର ଜିନିଷ କିଣ। କିରେ ଭାଇ, ମୋ ପାଖରେ ଏତେ ଧନ ଥିଲେ ତ? ମୁଁ ତ ଅତି ବେଶିରେ ତିନି ଚାରି ହଜାର ଟଙ୍କ।ର ଜିନିଷ କିଣିବି। ସେଥିରେ ପୁଣି ପିଲା ଛୁଆ ଓଗେର ସମସ୍ତଙ୍କର। ଆମକୁ ଫ୍ଲ।ଟ୍ ଡିସ୍କାଉଉଣ୍ଟ ଦଉନ? ଏତେ ଭେଳିକି କାହିଁକି କିଛି ବୁଝା ପଡ଼ୁନି ଜମା।”



from Odisha Reporter https://ift.tt/2QBg4XD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages