ପୁଣି ଚର୍ଚ୍ଚାରେ ଇଲିଆନା, ଏଥର ଲୁଚି ଲୁଚିକା ନୁହେଁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ପୁଣି ଚର୍ଚ୍ଚାରେ ଇଲିଆନା, ଏଥର ଲୁଚି ଲୁଚିକା ନୁହେଁ…

Untitled-1

ମୁମ୍ବାଇ: ସେଲିବ୍ରେଟିଙ୍କ ଲାଇଫ୍‌ଷ୍ଟାଇଲ୍‌କୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ହୋଇଥାଏ। ଆଉ ସେଥିରୁ ‘ରେଡ୍‌’ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌ ବି ବାଦ୍‌ ପଡ଼ି ନାହାନ୍ତି। ଆଗରୁ ଅଷ୍ଟ୍ରେଲିଆ ଫୋଟୋଗ୍ରାଫର ଏଣ୍ଡ୍ରିୟୁ ନିବୋନ୍‌ଙ୍କୁ  ଲୁଚି ଲୁଚି  ବିବାହ କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ ଇଲିଆନା। ଏବେ ପୁଣି ଥରେ ଖବରର ସିରୋନାମାକୁ ଆସିଛନ୍ତି  ଇଲିଆନା। ତାଙ୍କର ଏକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।  ଯାହାକୁ ନେଇ ଗସିପ୍‌ ଆରମ୍ଭ ହୋଇଯାଇଛି। ଫଟୋରେ ଇଲିଆନା ଏକ ପରିବା ଦୋକାନରୁ ପରିବା କିଣୁଥିବା ଦେଖିବାକୁ ମିଳିଛି।  ଆଉ ପୂର୍ବ ଅପେକ୍ଷା ତାଙ୍କ ଓଜନ ବଢ଼ି ଯାଇଛି। ଫଟୋ ଦେଖିଲେ ଜଣାପଡ଼ୁଛି ଇଲିଆନା ନିଜ ପସନ୍ଦର  ପରିବା କିଣୁଛନ୍ତି। ପରିବା କିଣିବା ବେଳେ ଇଲିଆନାଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ଆଉ କିଛିଦିନ ପୂର୍ବେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ରେଡ୍‌’ରେ ତାଙ୍କ ଲୁକ୍‌ ଆଉ ଏବେକାର ଲୁକ୍‌ ମଧ୍ୟରେ ଖୁବ୍‌ ପରିବର୍ତ୍ତନ ଆସିଥିବା ଜଣାପଡ଼ୁଛି। ଏବେ ସେ ଟିକେ ମୋଟା ହୋଇ ଯାଇଛନ୍ତି। ତାଙ୍କର ଏହି ପରିବର୍ତ୍ତନ ପୁଣି କେଉଁ ଏକ ପିଲ୍ମ ପାଇଁ ପ୍ରସ୍ତୁତି ବୋଲି ଅନୁମାନ କରାଯାଉଛି।

illlliସୂଚନାଯୋଗ୍ୟ ଯେ, ଇଲିଆନା ତାଙ୍କ ବୟଫ୍ରେଣ୍ଡ୍‌ ଏଣ୍ଡ୍ରିୟୁନିବୋନ୍‌ଙ୍କୁ ହବି କହିକି ଡାକୁଥିବା ସୋଶାଲ୍‌ ମିଡିଆରେ ଚର୍ଚ୍ଚା ହୁଏ।  ଆଉ ସେଥିରୁ ଯାହା ଅନୁମାନ୍‌ କରାଯାଏ ବୋଧହୁଏ ଦୁହିଁଙ୍କର ବିବାହ ହୋଇଯାଇଛି। ଏମିତିକି ଇଲିଆନା ଗର୍ଭବତୀ ଥିବା ମଧ୍ୟ ଶୁଣିବାକୁ ମିଳୁଥିଲା।

ଇଲିଆନାଙ୍କୁ ଯେବେବି ଏସବୁ ପ୍ରଶ୍ନ କରାଯାଏ ସେ ସବୁବେଳେ ଆଭଏଡ୍‌ କରନ୍ତି । କିନ୍ତୁ ନିକଟରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି।  ସେ କହିଛନ୍ତି, ‘‘ଦୁନିଆକୁ ଏହା କହିବା ଜରୁରୀ ଭାବୁନି ଯେ, ମୁଁ ଗର୍ଭବତୀ ଅଛି ନା ନାହିଁ। ମୁଁ ଏମିତି ସବୁ ଗୁଜବରେ ବଢ଼ିବା ଶିଖି ଗଲିଣି। ମୁଁ ୧୨ବର୍ଷ ହେଲା ଇଣ୍ଡଷ୍ଟ୍ରିରେ ଅଛି। ମୁଁ ଗର୍ଭବତୀ ନୁହେଁ। ଯଦି ଗର୍ଭବତୀ ଥାଆନ୍ତି ତେବେ ଖୁସି ହୋଇଥାଆନ୍ତି।’’



from Odisha Reporter https://ift.tt/2P1f6Hg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages