
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ନିଜର ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ସହିତ ସେ ଆସନ୍ତା ୨୩ତାରିଖରେ ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବେ ବୋଲି ସୂଚନା ଦେଇଛନ୍ତି ।
ନ୍ୟୁଜ୍ ଏଜେନ୍ସୀ ଏଏନଆଇକୁ ପ୍ରତିକ୍ରିୟା ଦେଇ ଶ୍ରୀ ଆୟର କହିଛନ୍ତି ଯେ, “ପବ୍ଲିକ ପ୍ଲାଟଫର୍ମରେ ଥିବାବେଳେ ନିରବ ରହିବା ବୋଧହୁଏ ସବୁଠୁ ଭଲ ଓ ଯାହା କହିବା ତାହା ଅଧିକ ପରିପକ୍ୱ ହେବା ଉଚିତ୍ ବୋଲି ମୁଁ ଏବେ ଅନୁଭବ କରୁଛି । ଅକ୍ଟୋବର ୨୩ତାରିଖରେ ଓଡ଼ିଶା ବିଧାନସଭା ସମ୍ମୁଖରେ ହାଜର ହେବି।”
ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଧାନସଭା ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଛନ୍ତି ।
ସେ କହିଛନ୍ତି ଯେ “ମୁଖ୍ୟମନ୍ତ୍ରୀ, ତାଙ୍କ କାର୍ଯ୍ୟାଳୟ, ବିଧାନସଭା ସମ୍ପର୍କରେ ସେ କିଛି ଖରାପ କଥା କହିଛନ୍ତି । ଏଥିପାଇଁ ଏବେ ପ୍ରବଳ ଚାପରେ ରହିଛି ଓ ଏସବୁ ପାଇଁ ଆନ୍ତରିକ କ୍ଷମା ପ୍ରାର୍ଥନା କରୁଛି।”
ଓଡ଼ିଶା ସପକ୍ଷରେ ମତ ରଖି ଶ୍ରୀ ଆୟର କହିଛନ୍ତି ଯେ, ସେ ଓଡ଼ିଶାକୁ ଭଲ ପାଆନ୍ତି ଓ ସର୍ବଦା ରାଜ୍ୟର ପ୍ରଶଂସା କରିଥାନ୍ତି । ଯଦି ତାଙ୍କର ଗବେଷଣାତ୍ମକ ଲେଖାକୁ କେହି ପଢ଼ିବେ ସେଥିରେ ଓଡ଼ିଶା ସମ୍ପର୍କରେ ଅନେକ ପ୍ରଂଶସା କରାଯାଇଛି । ଓଡ଼ିଶା ପ୍ରତି ସର୍ବଦା ଉଚ୍ଚ ସମ୍ମାନ ରହିଛି । ଓଡ଼ିଶା ବୁଲିବାର ମୁଖ୍ୟ କାରଣ ହେଉଛି ଇତିହାସକୁ ଜାଣି ତାକୁ ଭାରତୀୟ ସଂସ୍କୃତିରେ ଯୋଗଦାନ କରିବା । ଓଡ଼ିଶାକୁ ବହୁତ ଭଲ ପାଏ । ତାଙ୍କର ଟ୍ୱିଟର ଆକାଂଉଟ ପେଷାଦାର ନୁହେଁ ବରଂ କେବଳ ମଉଜମସ୍ତି ପାଇଁ ବୋଲି ଶ୍ରୀ ଆୟର କହିଛନ୍ତି ।
ସୂଚନାଯୋଗ୍ୟ, ଚଳିତମାସ ୫ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ। ସେ ଧାର୍ମିକ ଭାବନାକୁ ଉସକାଇଥିବା ଯୋଗୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।
from Odisha Reporter https://ift.tt/2pUTZrM
No comments:
Post a Comment