ବେଙ୍ଗାଲୁରୁ: ଟିମ୍ ଇଣ୍ଡିଆର ଦୁଇ ଯୁବ ତାରକା ପୃଥ୍ୱୀ ଶ ଓ ମହମ୍ମଦ ସିରାଜଙ୍କ ମଧ୍ୟରେ କଥା କଟାକଟି ବେଳର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ବିଜୟ ହଜାରେ ସେମିଫାଇନାଲ୍ ରାଉଣ୍ଡର ଏକ ମ୍ୟାଚ୍ ବେଳେ ଏଭଳି ଘଟଣା ଘଟିଛି।
ପୃଥ୍ୱୀ ଶ’ ମୁମ୍ବାଇ ପକ୍ଷରୁ ଖେଳୁଥିବା ବେଳେ ମହମ୍ମଦ ସିରାଜ ହାଇଦ୍ରାବାଦ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ତେବେ ମୁମ୍ବାଇର ବ୍ୟାଟିଂ ବେଳେ ଏଭଳି ଶ’-ସିରାଜ ବାକ୍ଯୁଦ୍ଧ ଦେଖିବାକୁ ମିଳିଛି। ସିରାଜ ବୋଲିଂ କରୁଥିବା ବେଳେ ଏକ ବାଉନ୍ସର ଶ’ଙ୍କୁ ପକାଥିଲେ। ଶ’ ଏହାକୁ ଅପର କଟ୍ ବା ଥାର୍ଡ ମ୍ୟାନ୍ ଅଞ୍ଚଳରେ ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ବଲ୍ଟିକୁ ମିସ୍ କରିଯାଇଥିଲେ। ଏହି ସମୟରେ ସିରାଜ ଶ’ଙ୍କ କେବଳ ଚାହିଁଥିଲେ। କିନ୍ତୁ ଶ’ ତୁରନ୍ତ ସିରାଜ୍ଙ୍କୁ କିଛି କହୁଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି। ସିରାଜ୍ ମଧ୍ୟ ଶ’ଙ୍କୁ କିଛି ପାଲଟା ଜବାବ୍ ଦେଇଥିଲେ।
ଏହି ଘଟଣାର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ବେଙ୍ଗାଲୁରୁରେ ଚାଲିଥିବା ଏହି ମ୍ୟାଚ୍ଟିକୁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ମୁମ୍ବାଇ ୬୦ ରନ୍ ବ୍ୟବଧାନରେ ଜିତି ନେଇଛି।
ପ୍ରଥମେ ବ୍ୟାଟିଂ କରୁଥିବା ଅମ୍ବାତି ରାୟିଡୁଙ୍କ ଭାଇ ରୋହିତ ରାୟିଡୁଙ୍କ ଶତକ ବଳରେ ହାଇଦ୍ରାବାଦ ୨୪୭ ରନ୍ କରିଥିଲା। ତେବେ ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ଓ ପୃଥ୍ୱୀ ଶ’ ଭଲ ଆରମ୍ଭ କରିଥିଲେ। କିନ୍ତୁ ବର୍ଷା ହେବାରୁ ମ୍ୟାଚ୍କୁ ଅଧାର ବନ୍ଦ କରାଯାଇଥିଲା। ତେବେ ଲିଷ୍ଟ ଏ ମ୍ୟାଚ୍ରେ ଲାଗୁ ହେଉଥିବା ଭିଜେଡି ନିୟମ ଅନୁଯାୟୀ ମୁମ୍ବାଇ ମ୍ୟାଚ୍ଟିକୁ ୬୦ ରନ୍ରେ ଜିତି ନେଇଥିଲା। ଆସନ୍ତାକାଲି ଦିଲ୍ଲୀ ଓ ଝାରଖଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଏବଂ ୨୦ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।
ଙ୍କ କେବଳ ଚାହିଁଥିଲେ। କିନ୍ତୁ ଶ’ ତୁରନ୍ତ ସିରାଜ୍ଙ୍କୁ କିଛି କହୁଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି। ସିରାଜ୍ ମଧ୍ୟ ଶ’ଙ୍କୁ କିଛି ପାଲଟା ଜବାବ୍ ଦେଇଥିଲେ। ଏହି ଘଟଣାର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ବେଙ୍ଗାଲୁରୁରେ ଚାଲିଥିବା ଏହି ମ୍ୟାଚ୍ଟିକୁ ଶ୍ରେୟସ ଆୟରଙ୍କ ମୁମ୍ବାଇ ୬୦ ରନ୍ ବ୍ୟବଧାନରେ ଜିତି ନେଇଛି।
ପ୍ରଥମେ ବ୍ୟାଟିଂ କରୁଥିବା ଅମ୍ବାତି ରାୟିଡୁଙ୍କ ଭାଇ ରୋହିତ ରାୟିଡୁଙ୍କ ଶତକ ବଳରେ ହାଇଦ୍ରାବାଦ ୨୪୭ ରନ୍ କରିଥିଲା। ତେବେ ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ଓ ପୃଥ୍ୱୀ ଶ’ ଭଲ ଆରମ୍ଭ କରିଥିଲେ। କିନ୍ତୁ ବର୍ଷା ହେବାରୁ ମ୍ୟାଚ୍କୁ ଅଧାର ବନ୍ଦ କରାଯାଇଥିଲା। ତେବେ ଲିଷ୍ଟ ଏ ମ୍ୟାଚ୍ରେ ଲାଗୁ ହେଉଥିବା ଭିଜେଡି ନିୟମ ଅନୁଯାୟୀ ମୁମ୍ବାଇ ମ୍ୟାଚ୍ଟିକୁ ୬୦ ରନ୍ରେ ଜିତି ନେଇଥିଲା। ଆସନ୍ତାକାଲି ଦିଲ୍ଲୀ ଓ ଝାରଖଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଏବଂ ୨୦ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।
— Mushfiqur Fan (@NaaginDance) October 17, 2018
from Odisha Reporter https://ift.tt/2RXxlM5
No comments:
Post a Comment