ମହଙ୍ଗା ପଡ଼ିଲା ନାଗ ଦେବତା ଆଶୀର୍ବାଦ, ୫ ମାସର ଝିଅର ଗଲା ପ୍ରାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ମହଙ୍ଗା ପଡ଼ିଲା ନାଗ ଦେବତା ଆଶୀର୍ବାଦ, ୫ ମାସର ଝିଅର ଗଲା ପ୍ରାଣ

ରାୟପୁର (ଓଡ଼ିଶା ରିପୋର୍ଟର):କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ନେଲା ପୁଣି ଏକ ଜୀବନ। ଅନ୍ଧ ବିଶ୍ୱାସ କାରଣରୁ ବାପା ମା ୫ ମାସର ଝିଅକୁ ନାଗ ଦେବତାଙ୍କ ଆଶୀର୍ବାଦ ନେବାକୁ ସାପ ଧରାଳି ହାତରେ ଦେଇଦେଲେ। ଆଉ ଏହି ନାଗରାଜଙ୍କର ବିଷ ନଥିବା ନେଇ ସାପୁଆ କେଳାର କଥାକୁ ବିଶ୍ୱାସ କରିବାର କରୁଣ ପରିଣତି ସେମାନଙ୍କୁ ଭୋଗିବାକୁ ପଡିଛି ଏବଂ ଆଶୀର୍ବାଦ ଅଭିଶାପର ରୂପ ନେଇଯାଇଛି।

ଘଟଣା ଘଟିଛି ଛତିଶଗଡ଼ରେ। ବିଲ୍ଲୁ ରାମ୍‌ ନାମକ ଏହି ସାପ ଧରାଳି ନିଜ ଆଡ଼ୁ ନାଗରାଜଙ୍କ ଆଶୀର୍ବାଦ ବାବଦରେ ଏହି ଦମ୍ପତିଙ୍କୁ କହିଥିଲା ଏବଂ ଅନୁମତି ପାଇବା ପରେ ତା’ର କାର୍ଯ୍ୟ ଆରମ୍ଭ କରିଥିଲା। ନାଗଦେବତାଙ୍କ ଆଶୀର୍ବାଦ ପାଇଁ ୨ ଘଣ୍ଟା ଧରି ତଥାକଥିତ ପୂଜାବିଧି ପ୍ରୟୋଗ କରିଥିଲା। ସେ ବାରମ୍ବାର କହୁଥିଲା ନାଗରାଜଙ୍କର ବିଷ ନାହିଁ। କିନ୍ତୁ ଯେତେବେଳେ ସେ ଛୁଆଟିର ବେକରେ ସାପକୁ ଗୁଡ଼ାଇ ଦେଲା ସଙ୍ଗେସଙ୍ଗେ ସେ ଚୋଟ ମାରିଥିଲା।

ଚୋଟ ଖାଇବା ପରେ ହଠାତ ଛୁଆଟିର ସ୍ଥିତି ଗମ୍ଭୀର ହେବାକୁ ଲାଗିଲା। ସ୍ଥିତି ବିଗିଡ଼ିବାପରେ ପ୍ରକୃତ କଥା ବୁଝିବାକୁ ଆଉ କିଛି ବାକି ନଥିଲା। ଅଳ୍ପ ସମୟ ମଧ୍ୟରେ ଶିଶୁକନ୍ୟାର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହା ପରେ ସ୍ଥାନୀୟ ଲୋକେ ବିଲ୍ଲୁକୁ ମାଡ଼ି ବସି ପୁଲିସ୍‌ ଜିମାରେ ଦେଇଥିଲେ।

ବିହାରରେ ଅନୁରୂପ ଘଟଣାରେ ଜଣେ ତାନ୍ତ୍ରିକର କଥାରେ ପଡ଼ି ଭଗବାନଙ୍କୁ ଖୁସି କରିବା ଆଳରେ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ଭାଉଜଙ୍କୁ ହତ୍ୟା କରିଦେଇଥିଲେ। ସେମାନେ ଏହି ମହିଳାଙ୍କୁ ଡାହାଣୀ ଲାଗିଛି ବୋଲି ଦାବି କରୁଥିଲେ।



from Odisha Reporter https://ift.tt/2RWA0Wn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages