
ୱାଶିଂଟନ(ଓଡ଼ିଶା ରିପୋର୍ଟର):୨୦୧୭ ମସିହାରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ଆମେରିକୀୟ ନାଗରିକତ୍ୱ ହାସଲ କରିଛନ୍ତି। ୨୦୧୬ ତୁଳନାରେ ଏହି ସଂଖ୍ୟା ପ୍ରାୟ ୪ ହଜାର ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନାରୁ ଏହା ଜଣାପଡ଼ିଛି। ୨୦୧୬ରେ ପ୍ରାୟ ୪୬,୧୮୮ ଭାରତୀୟ ଆମେରିକୀୟ ନାଗିରକତ୍ୱ ହାସଲ କରିଥିବା ବେଳେ ୨୦୧୭ରେ ଏହା ୫୦୮୦୨କୁ ବୃଦ୍ଧି ପାଇଛି।
୨୦୧୫ରେ ଏହା ୪୨,୨୧୩ ଥିଲା। ମେକ୍ସିକୋ ଅଧିବାସୀ ସବୁଠାରୁ ଅଧିକ ସଂଖ୍ୟାରେ ଆମେରିକୀୟ ନାଗରିକତ୍ୱ ହାସଲ କରିଛନ୍ତି।ସେମାନଙ୍କର ସଂଖ୍ୟା ୧୧୮,୫୫୯ ରହିଛି। ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ପଛକୁ ଚାଇନା, ଫିଲିପାଇନ୍ସ ଆଦି ରାଷ୍ଟ୍ରର ମୂଳ ନିବାସୀ ରହିଛନ୍ତି। ରିପୋର୍ଟ ଅନୁସାରେ ଆମେରିକୀୟ ନାଗରିକତ୍ୱ ହାସଲ କରିବାରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ସଂଖ୍ୟା ଅଧିକ ରହିଛି।
from Odisha Reporter https://ift.tt/2J5YmZY
No comments:
Post a Comment