ରାବଣପୋଡ଼ି ଦେଖିବାକୁ ଆସିଥିଲେ ମାଡ଼ିଗଲା ଟ୍ରେନ୍‌, ୫୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ରାବଣପୋଡ଼ି ଦେଖିବାକୁ ଆସିଥିଲେ ମାଡ଼ିଗଲା ଟ୍ରେନ୍‌, ୫୦ ମୃତ

ଅମୃତସର (ଓଡ଼ିଶା ରିପୋର୍ଟର): ନକାରାତ୍ମକ ଶକ୍ତିର ପ୍ରତୀକ ରାବଣକୁ ଡହ ଡହ ହୋଇ ପୋଡ଼ିଯାଉଥିବାର ଦୃଶ୍ୟ ଦେଖିବାକୁ ଆସିଥିଲେ, କିନ୍ତୁ ସେଠାରେ ଯମଙ୍କ ସହ ସେମାନଙ୍କର ଭେଟ ହୋଇଗଲା। ପଞ୍ଜାବର ଅମୃତସରଠାରେ ଘଟିଥିବା ଏପରି ଏକ ହୃଦୟବିଦାରକ ଘଟଣାରେ ୫୦ ଜଣଙ୍କ ଜୀବନ ଚାଲିଯାଇଛି।

ଟ୍ରେନ୍‌ ଟ୍ରାକ୍‌ ପାଖରେ ହେଉଥିବା ଏକ ରାବଣପୋଡ଼ି ଉତ୍ସବ ଦେଖିବାକୁ ଆସିଥିବା ବହୁ ଲୋକଙ୍କ ଉପରେ ଟ୍ରେନ୍‌ ଚଢ଼ିଯାଇଥିବା ଜଣାଯାଇଛି। ରାବଣ ପ୍ରତିକୃତିରେ ନିଆଁ ଲାଗିବା ପରେ ଲୋକମାନେ ଇତଃସ୍ତତ ହୋଇ ଦୌଡ଼ିବାକୁ ଆରମ୍ଭ କଲାବେଳେ ଏହି ଟ୍ରେନ୍‌ ଟ୍ରାକ୍‌ରେ ଏକ ଲୋକାଲ ଟ୍ରେନ୍‌ ଦ୍ରୁତ ଗତିରେ ମାଡ଼ି ଆସି ମୃତ୍ୟୁର ତାଣ୍ଡବ ରଚାଇଥିଲା। ଘଟଣାସ୍ଥଳରେ ୩୦୦ ଲୋକ ଥିଲେ, ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଅନୁମାନ କରାଯାଉଛି।

ମିଳିଥିବା ଖବର ଅନୁଯାୟୀ, ପ୍ରାୟ ସନ୍ଧ୍ୟା ୬ଟା ବେଳେ ଟ୍ରେନ୍‌ ଲାଇନ୍‌ ପାଖରେ ରାବଣପୋଡ଼ି କାର୍ଯ୍ୟକ୍ରମ ଚାଲିଥିଲା। ତାକୁ ଦେଖିବାକୁ ବେଶ ଭିଡ଼ ଜମିଥିଲା। ସେହି ସମୟରେ ଲୋକମାନେ ନିକଟସ୍ଥ ଟ୍ରାକରେ ଟ୍ରେନ ଆସୁଛି ବୋଲି ଜାଣିପାରି ନଥିଲେ।

ଅମୃତସରର ଚୌରାବଜାର ନିକଟରେ ଘଟିଥିବା ଏହି ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି, ଯେଉଁମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଲୋକଙ୍କ ଉପରେ ଚଢିଯାଇଥିବା ଟ୍ରେନ୍‌ଟି ପଠାନ୍‌କୋଟ୍‌ ଆଡ଼ୁ ଆସୁଥିଲା ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଶାସନିକ ଓ ପୁଲିସ ଅବହେଳା କାରଣରୁ ଏଭଳି ଦାରୁଣ ଅଘଟଣ ଘଟିଛି।



from Odisha Reporter https://ift.tt/2OA7UlV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages