
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ବାତ୍ୟା ତିତ୍ଲି ଗଲା ପରେ ଏବେ ଦେଖିବାକୁ ମିଳିଛି ତା’ର କରୁଣ ପରିଣତି। ବାସହରା ହୋଇଥିବା ପରିବାରର ଦୁଃଖ ଦୁର୍ଦ୍ଦଶା। ଝଡ଼ ତୋଫାନ, ବର୍ଷା ପବନ ତ ଚାଲି ଗଲା କିନ୍ତୁ ପୀଡ଼ିତଙ୍କ ପାଇଁ ଛାଡ଼ି ଦେଇଗଲା ବିପର୍ଯ୍ୟୟର ଦାରୁଣ ଦଃଖ। କାହାର ଘର ଭାଙ୍ଗି ଯାଇଛି ତ’ ଆଉ କିଏ ତା’ର ଆତ୍ମୀୟ ସ୍ୱଜନକୁ ହରାଇଛି।
ଗଞ୍ଜାମ ଜିଲ୍ଲାର ଲୋକଙ୍କ ଜୀବନ ଜୀବିକାକୁ ସତେ ଯେମିତି ଭଷାଇ ନେଇଛି ଋଷିକୂଲ୍ୟାର ଜଳ। ରାଜ୍ୟର ସବୁଠୁ ବେଶୀ ମାତ୍ରାରେ ପ୍ରଭାବିତ ହୋଇଥିବା ଏହି ଜିଲାର ଆସ୍କା ସହର ସାଙ୍ଗକୁ ଛତ୍ରପୁର ଓ ଗଞ୍ଜାମ ବ୍ଲକର ଅନେକ ଗାଁରେ ଏବେ ବନ୍ୟା ପାଣି ଘେରି ରହିଛି। ଭୋକ ଉପାସରେ ଜୀବନ ବିତାଉଛିନ୍ତି ସ୍ଥାନୀୟ ବାସିନ୍ଦା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଯାଁଏ ତାଙ୍କ ପାଖରେ ସରକାରଙ୍କ ତରଫରୁ ରିଲିଫ୍ ପହଞ୍ଚି ପାରିନାହିଁ ।
ସବୁଠି ସମାନ ଅଭିଯୋଗ କରିଛନ୍ତି ବନ୍ୟା ପୀଡ଼ିତ। ଅନ୍ୟପକ୍ଷରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାର ସ୍ଥିତି ନିରୀକ୍ଷଣ କରିଛନ୍ତି।
ଖବର ଅନୁସାରେ ଛତ୍ରପୁର ଓ ଗଞ୍ଜାମ ବ୍ଲକର ଅନେକ ଗାଁରେ ଏବେ ଲୋକେ ଜଳ ଘେରି ଭିତରେ କାଳ କାଟୁଛନ୍ତି। ସେଠାର ପୋଡ଼ାପଦର, ପୋଟଲାମପୁର ଓ ମାଧପୁର ଭଳି ଗାଁରେ ଏବେ ମଧ୍ୟ ବନ୍ୟା ପାଣି ନିଷ୍କାସନ ହୋଇ ପାରିନାହିଁ।
from Odisha Reporter https://ift.tt/2yBmajw
No comments:
Post a Comment