
ହାଇଦ୍ରାବାଦ୍:ଟିମ୍ ଇଣ୍ଡିଆର ଅଧିନାୟକ ତଥା ରନ୍ ମେସିନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ ଇନିଂସ୍ରେ ମାତ୍ର ୪୫ ରନ୍ କରି ଆଉଟ୍ ହୋଇଛନ୍ତି ସତ, କିନ୍ତୁ ସେ ଏହି ରନ୍ ବଳରେ ଏବେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ବିରାଟ୍ କୋହଲି ବର୍ତ୍ତମାନ ସମସ୍ତ ଏସୀୟ ଟେଷ୍ଟ କ୍ରିକେଟ୍ ଟିମ୍ର ଅଧିନାୟକଙ୍କ ତୁଳନାରେ ସର୍ବାଧିକ ରନ୍ କରିବାର ରେକର୍ଡ କରିଛନ୍ତି। କୋହଲିଙ୍କ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ମିଶବାହ ଊଲ୍ ହକ ଏସୀୟ ଟେଷ୍ଟ ଟିମ୍ର ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ ରନ୍ ସ୍କୋର କରି ପ୍ରଥମ ସ୍ଥାନରେ ଥିଲେ।
କିନ୍ତୁ ଆଜି କୋହଲି ତାଙ୍କୁ ପ୍ରଥମ ସ୍ଥାନରୁ ହଟାଇ ଦେଇଛନ୍ତି।
କୋହଲି ୪୨ଟି ମ୍ୟାଚ୍ରେ ୬୯ ଇନିଂସ ଖେଳି ୬୬.୧୨ ହାରରେ ୪୨୩୩ ରନ୍ କରିଛନ୍ତି। ମିଶବା ୫୬ଟି ମ୍ୟାଚ୍ରେ ୯୯ ଇନିଂସ ଖେଳି ୫୧.୩୯ ହାର୍ରେ ୪୨୧୪ ରନ୍ କରିଥିଲେ। କୋହଲି ଓ ମିଶବାହଙ୍କ ପରେ ଶ୍ରୀଲଙ୍କାର ପୂର୍ବତନ କ୍ୟାପ୍ଟେନ୍ ମାହେଲା ଜୟବର୍ଦ୍ଧନେ ୬୬ଟି ଇନିଂସ୍ରେ ୩୬୬୫ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୯୬ଟି ଇନିଂସ୍ରେ ୩୬୬୫ ରନ୍ କରି ୪ର୍ଥରେ ଥିବା ବେଳେ ସୁନୀଲ ଗାଭାସ୍କାର ୭୪ଟି ଇନିଂସ୍ରେ ୩୪୪୯ ରନ୍ କରି ୫ମ ସ୍ଥାନରେ ରହିଛନ୍ତି।

କୋହଲି ଏବେ ଅଧିନାୟକ ଭାବେ ବିଶ୍ୱର ସର୍ବାଧିକ ରନ୍ ସ୍କୋର୍ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ପୂର୍ବତନ ଦକ୍ଷିଣ ଆଫ୍ରିକାର ଅଧିନାୟକ ଗ୍ରେମ ସ୍ମିଥ୍ ପ୍ରଥମ ସ୍ଥାନରେ ରହିଛନ୍ତି। ସେ ୧୦୯ଟି ମ୍ୟାଚ୍ରେ ୮୬୫୯ ରନ୍ କରିଛନ୍ତି।
from Odisha Reporter https://ift.tt/2Ol9OXs
No comments:
Post a Comment