ଏଲ୍‌ବିଡବ୍ଲ୍ୟୁ, ଏଲ୍‌ବିଡବ୍ଲ୍ୟୁ ଓ ଏଲ୍‌ବିଡବ୍ଲ୍ୟୁ, ଏଭଳି ହ୍ୟାଟ୍ରିକ୍‌ କାହା ନାଁରେ ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଏଲ୍‌ବିଡବ୍ଲ୍ୟୁ, ଏଲ୍‌ବିଡବ୍ଲ୍ୟୁ ଓ ଏଲ୍‌ବିଡବ୍ଲ୍ୟୁ, ଏଭଳି ହ୍ୟାଟ୍ରିକ୍‌ କାହା ନାଁରେ ରହିଛି

ଦୁବାଇ: କ୍ରିକେଟ୍‌ ଇତିହାସରେ ଅନେକ ବୋଲ୍‌ର ହ୍ୟାଟ୍ରିକ୍‌ କରି ରେକର୍ଡ କରିବା କଥା ଆପଣ ଜାଣିଛନ୍ତି। ବିଶ୍ୱ କ୍ରିକେଟରେ ଏଭଳି କ୍ରମାଗତ ୩ଟି ବଲ୍‌ରେ ୩ ୱିକେଟ୍‌ ନେବା ଭଳି ଘଟଣା ୯୪ ଥର ଘଟିଛି। ତେବେ ଏହି ୯୪ଟି ହ୍ୟାଟ୍ରିକ୍‌ ମଧ୍ୟରୁ ଗୋଟିଏ ହ୍ୟାଟ୍ରିକ୍‌ ଆଜି ବି ଇତିହାସ ହୋଇ ରହିଛି। କାରଣ ଏହି ହ୍ୟାଟ୍ରିକଟି କେବଳ ଏଲ୍‌ବିଡବ୍ଲ୍ୟୁରୁ ହିଁ ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ହ୍ୟାଟ୍ରିକ୍‌ଟି ଭାରତ ବିପକ୍ଷରେ ଘଟିଥିଲା।

୧୯୯୧ ମସିହା ଅକ୍ଟୋବର ୨୫ ଶାରଜା ସିରିଜ୍‌ର ଅନ୍ତିମ ଦିନିକିଆରେ ଏଭଳି ଘଟିଥିଲା। ଏହି ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନ ବୋଲର୍‌ ଆକିବ୍‌ ଜାଭେଦ୍‌ ୩ ଜଣ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ଲଗାତର ଏଲ୍‌ବିଡ୍ଲ୍ୟୁ କରି ଏହି ବିରଳ ରେକର୍ଡ ହାସଲ କରିଥିଲେ। ପ୍ରଥମେ ସେ ରବି ଶସ୍ତ୍ରୀ, ତା’ ପରେ ମହମ୍ମଦ ଆଝାରୁଦ୍ଦିନ ଓ ଶେଷରେ ସଚିନ ତେନ୍ଦୁଲକରଙ୍କୁ ଏଲ୍‌ବିଡ୍ଲ୍ୟୁ କରି ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ।

ଜାଭେଦ୍‌ଙ୍କ ଏହି ବୋଲିଂ ସ୍ପେଲ୍‌ ପାଇଁ ପାକିସ୍ତାନ ଶାରଜା କପ୍‌ ଫାଇନାଲ୍‌ରେ ଭାରତକୁ ହରାଇ ଚାମ୍ପିୟନ୍‌ ହୋଇଥିଲା। ଆଜି ପର୍ଯ୍ୟନ୍ତ ୩ଟି ଏଲ୍‌ବିଡବ୍ଲ୍ୟୁ କରି ଅନ୍ୟ କୌଣସି ବୋଲର୍‌ ହ୍ୟାଟ୍ରିକ୍‌ ପାଇନାହାନ୍ତି।

ସେହି ଐତିହାସିକ ଘଟଣାର ଭିଡିଓ ଦେଖନ୍ତୁ:



from Odisha Reporter https://ift.tt/2yBjO4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages