ଗାଳି ଦେଇ ଦେଇ ବସ୍‌ଙ୍କ ଚ୍ୟାମ୍ବରରୁ ବାହାରିଲେ ଲେଡି ସେକ୍ରେଟାରୀ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଗାଳି ଦେଇ ଦେଇ ବସ୍‌ଙ୍କ ଚ୍ୟାମ୍ବରରୁ ବାହାରିଲେ ଲେଡି ସେକ୍ରେଟାରୀ…

ମହିଳା ଭିତରେ ପୁରୁଷ କାହିଁକି?
ଏକ କଲେଜରେ କ୍ଲାସ‌୍‍ ଚାଲିଥିଲା। ଇଂରାଜୀ ପିରିୟଡ ଥିଲା ଓ ଇଂରାଜୀ ଅଧ୍ୟାପକ ରାମୁକୁ ଏକ ପ୍ରଶ୍ନ ପଚାରିଲେ।
ଅଧ୍ୟାପକ: ରାମ ତମ ପାଇଁ ଏକ ବଢିଆ ପ୍ରଶ୍ନ।
ରାମୁ: ସାର‌୍‍ ପଚାରନ୍ତୁ।
ଅଧ୍ୟାପକ: Femaleର ଶବ୍ଦରେ Maleର ରହିଛି। She ଶବ୍ଦରେ he ରହିଛି। Woman ଶବ୍ଦରେ man ରହିଛି। ଏମିତି କାହିଁକି କହିପାରିବ ?
ରାମୁ: ସାର‌୍‍ ଉତ୍ତରଟି ଅତି ସରଳ। ଏହା ପୁରୁଷ ମାନଙ୍କର ପୁରୁଣା ବଦଭ୍ୟାସ, ସବୁବେଳେ ଯେଉଁଠି ମହିଳା ଥିବେ, ସେ ଭିତରେ ପଶିଯିବା…
ଅଧ୍ୟାପକ: କେମିତି ? ଏହାର କିଛି ଉଦାହରଣ ଦେଇପାରିବ ?
ରାମୁ: ଉଦାହରଣ ସ୍ୱରୂପ, ବସ‌୍‍ରେ ମହିଳା ସିଟ‌୍‍ରେ ପୁରୁଷ ବସିବା। ଟ୍ରେନ‌୍‍ର ମହିଳା ଡବାରେ ପୁରୁଷମାନେ ଚଢିଯିବା ଏବଂ ମହିଳା ସରପଞ୍ଚଙ୍କ ଜାଗାରେ ତାଙ୍କ ସ୍ୱାମୀ ସବୁକିଛି କାମ କରିବା।
ରାମୁ ଆହୁରି ଉଦାହରଣ ଦେଉଥିଲା। କିନ୍ତୁ ଏତିକି ଶୁଣିବା ପରେ ଅଧ୍ୟାପକ ଅଚେତ।

ମହିଳା ସେକ୍ରେଟାରୀ ଓ ମି-ଠୁ
ରାଗିକି ବସ‌୍‍‌ଙ୍କ ଚ୍ୟାମ୍ୱରରୁ ବାହାରିଲେ ସେକ୍ରେଟାରୀ
ସୁନ୍ଦରୀ ସେକ୍ରେଟାରୀ ଲିପିକା, ଗାଳି ଦେଇଦେଇ ବସ‌୍‍ଙ୍କ ଚ୍ୟାମ୍ୱରରୁ ବାହାରିଲେ। ଏହା ଦେଖି ସହକର୍ମୀମାନେ ବ୍ୟସ୍ତ ହୋଇପଡିଲେ।
ଜଣେ ପଚାରିଲେ- ଲିପିକା କ’ଣ ହେଲା ?
ଉତ୍ତରରେ ଲିପିକା ମ୍ୟାଡାମ କହିଲେ- କେଡେ ବେକାରିଆ ଲୋକଟା କେଜାଣି ! ମତେ ପଚାରିଲା, ସଂଧ୍ୟାରେ ଫ୍ରି ଅଛକି ଲିପିକା ? ମୁଁ ହଁ ବୋଲି କହିଲାରୁ, ମତେ ୫୦ ପୃଷ୍ଠାର ଡକୁମେଣ୍ଟ ଟାଇପ‌୍‍ କରିବାକୁ ଦେଇଦେଲା।
ଏହା ଶୁଣି ସହକର୍ମୀ ପଚାରିଲେ- ତାହେଲେ ଏବେ ତମେ କ’ଣ କରିବାକୁ ନିଷ୍ପତ୍ତି ନେଇଛ ?
ଉତ୍ତରରେ ଲିପିକା କହିଲେ- ମି-ଠୁ।



from Odisha Reporter https://ift.tt/2O62Yjt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages