
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର):ସିନିଯର ଭାରତୀୟ କ୍ରିକେଟ୍ ଟିମ୍ର ଦବ୍ଦବା ପରେ ୧୯ ବର୍ଷରୁ କମ୍ ଦଳ ମଧ୍ୟ ନିଜର ପରାକ୍ରମ ଦେଖାଇଛି। ଶ୍ରୀଲଙ୍କାକୁ ୧୪୪ ରନ୍ରେ ହରାଇ ଭାରତ ୨୦୧୮ ବର୍ଷ ପାଇଁ ଅଣ୍ଡର ୧୯ ଏସିଆ କପ୍ ଚାମ୍ପିୟନ୍ ହେବାର ଗୌରବ ଅର୍ଜନ କରିଛି।

ଆଜି ଢାକାଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜିତିବା ସହିତ ଅଣ୍ଡର ୧୯ ଏସିଆ କପ୍ରେ ଷଷ୍ଠ ଥର ପାଇଁ ଟ୍ରଫି ଜିତିବାରେ ସଫଳ ହୋଇଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ଶ୍ରୀଲଙ୍କା ପାଇଁ ୩୦୫ ରନ୍ର ଲକ୍ଷ୍ୟ ଦେବା ପରେ ଭାରତୀୟ ବୋଲରମାନଙ୍କ ଚକ୍ମାରେ ମାତ୍ର ୩୮.୪ ଓଭର୍ରେ ୧୬୦ ରନ୍ କରି ଧରାଶାୟୀ ହୋଇଯାଇଥିଲା ଶ୍ରୀଲଙ୍କା ଦଳ।
ସବୁଠାରୁ ଅଧିକ ସଫଳ ହୋଇଥିବା ବୋଲର ହର୍ଷ ତ୍ୟାଗୀ ୧୦ ଓଭର ବୋଲିଂ କରି ୩୮ ରନ୍ରେ ୬ ଟି ୱିକେଟ୍ ଦାଖଲ କରିଥିଲେ।
Here's how India sealed the #YouthAsiaCup against Sri Lanka! #INDvSL pic.twitter.com/hh6mP02OQp
— AsianCricketCouncil (@ACCMedia1) October 7, 2018
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଅଣ୍ଡର ୧୯ ଏସିଆ କପ୍ରେ ଭାରତ ଆରମ୍ଭରୁ ୫ଥର ବିଜେତା ହୋଇଥିଲା, କିନ୍ତୁ ୨୦୧୭ ମସିହାରେ ଏଥିରେ ବ୍ୟତିକ୍ରମ ଦେଖାଯାଇଥିଲା। ଏପରିକି ଟିମ୍ ଇଣ୍ଡିଆ ସେମିଫାଇନାଲ ନଯାଇପାରିବା ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଥିଲା। ଏଥରର ବିଜୟ କିନ୍ତୁ ପୂର୍ବଥରର କଷ୍ଟ ଭରଣା କରିପାରିଛି।

ଭାରତର ୩୦୪ ରନ୍ ସଂଗ୍ରହରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ଙ୍କର ବଡ଼ ଭୂମିକା ଥିଲା। ଦୁଇ ଓପନର ଯଶସ୍ୱୀ ଜୟସ୍ୱାଲ ଏବଂ ଅନୁଜ୍ ରାୱତ୍ ଯଥାକ୍ରମେ ୮୫ ରନ୍ ଏବଂ ୫୭ ରନ୍ କରିଥିଲେ। ଏହାପରେ ୪୩ ବଲ୍ରୁ ୩୧ ରନ୍ କରିଥିବା ଦେବଦତ୍ତ ପାଦିକ୍କାଲ୍ ତାଙ୍କୁ ସାଥ୍ ଦେଇଥିଲେ। ଅନ୍ୟପକ୍ଷରେ ୬୫ ରନ୍ ସହିତ ଅଧିନାୟକ ସିମ୍ରନ୍ ସିଂହ ଏବଂ ୫୨ ରନ୍ ସହିତ ଆୟୁଷ ବାଡୋନୀ ଶେଷ ୯ ଓଭର ସମ୍ଭାଳି ଇନିଂସ ସରିବା ଯାଏ ଅପରାଜିତ ଥିଲେ। ଏହି ଦୁଇ ଜଣଙ୍କ ଇନିଂସ୍ ଧୂଆଁଧାର ବ୍ୟାଟିଂରେ ସିମ୍ରନ୍ଙ୍କ ୬୫ ରନ୍ରେ ୪ଟି ଛକା ରହିଥିଲା ଏବଂ ବାଡୋନୀ ନିଜର ୫୨ ରନ୍ ମାତ୍ର ୨୮ଟି ବଲ୍ରୁ ହାସଲ କରିଥିଲେ।
ସମ୍ପୂର୍ଣ୍ଣ ଟୁର୍ଣ୍ଣମେଣ୍ଟରେ ୩୧୮ର ରନ୍ ସହିତ ଦମ୍ଦାର ପ୍ରଦର୍ଶନ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣମେଣ୍ଟ ଘୋଷଣା କରାଯାଇଥିଲା।

from Odisha Reporter https://ift.tt/2ykC2qy
No comments:
Post a Comment