ସେ ଏମିତି ଯୋଦ୍ଧା, ସହିଦ୍‌ ହେବା ପରେ ବି ଭାରତମାତାର କରୁଛନ୍ତି ସେବା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ସେ ଏମିତି ଯୋଦ୍ଧା, ସହିଦ୍‌ ହେବା ପରେ ବି ଭାରତମାତାର କରୁଛନ୍ତି ସେବା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଏକ ଏମିତି ଦେଶ ଯେଉଁଠି ସେନା ଏବଂ ସୈନିକଙ୍କୁ ସବୁଠୁ ଅଧିକ ସମ୍ମାନ ଦିଆଯାଏ। ଆଉ ସେନା ପ୍ରତି ଭାରତୀୟଙ୍କ ସ୍ନେହ, ଶ୍ରଦ୍ଧା ଭଲପାଇବା ଅଜାଡ଼ି ହୋଇପଡ଼େ। ଆଜି ଆମେ ଏମିତି ଜଣେ ଭାରତୀୟ ସୈନିକ ତଥା ଜଣେ ବୀର ଯୋଦ୍ଧାଙ୍କ ବିଷୟରେ କହିବୁ ଯିଏ କେବଳ ବଞ୍ଚିଥିବା ବେଳେ ନୁହେଁ ସହିଦ୍‌ ହେବାପରେ ମଧ୍ୟ ଭାରତ ମାତାର ସେବା କରୁଛନ୍ତି। ଶୁଣିବାକୁ ଅଜବ ଏବଂ ଅଦ୍ଭୁତ ଲାଗୁଥିଲେ ମଧ୍ୟ ତାଙ୍କୁ ନେଇ ଏମିତି ବିଶ୍ୱାସ ଆଜି ପର୍ଯ୍ୟନ୍ତ ଭାରତୀୟ ଜନମାନସରେ ରହି ଆସିଛି।

ଆମେ କହୁଛୁ ଦେଶ ପାଇଁ ବଳିଦାନ ଦେଇଥିବା ବାବା ହରଭଜନ ସିଂହଙ୍କ ବିଷୟରେ। ଯାହାଙ୍କୁ ସମଗ୍ର ଦେଶ ‘ହିରୋ ଅଫ୍‌ ନାଥୁଲା’ଙ୍କ ନାମରେ ଜାଣେ। ତେବେ ଆସନ୍ତୁ ଜାଣିବା ବାବା ହରଭଜନଙ୍କ ବିଷୟରେ ପୂରା କାହାଣୀ। ମୃତ୍ୟୁ ପରେ ମଧ୍ୟ ସେ କେମିତି ଦେଶ ସେବାରେ ଲାଗିଛନ୍ତି ଆସନ୍ତୁ ସେ ବିଷୟରେ ମଧ୍ୟ ଜାଣିବା।

୧୯୪୬ ଅଗଷ୍ଟ ୩୦ରେ ପାକିସ୍ତାନ୍‌ର ପଞ୍ଜାବ ସହରରେ ଜନ୍ମ ଗ୍ରହଣ କରିଥିଲେ ହରଭଜନ୍‌। ଯେଉଁ ସମୟରେ ହରଭଜନ ଜନ୍ମ ହୋଇଥିଲା ଠିକ୍‌ ସେତିକି ବେଳେ ସମଗ୍ର ଭାରତ ଦେଶଭକ୍ତିରେ ତଲ୍ଲୀନ ହୋଇଯାଇଥିଲା। ଖାସ୍‌ ଏହି କାରଣରୁ ହରଭଜନଙ୍କ ମନରେ ଦେଶ ପ୍ରେମ ଜାଗ୍ରତ ହୋଇଥିଲା। ଆଉ ଦେଶ ପାଇଁ କିଛି କରିବାର ଯୁ ପିଲାବେଳୁ ତାଙ୍କ ମନରେ ଜାଗିଉଠିଥିଲା।

ଦେଶ ବିଭାଜନ ପରେ ହରଭଜନ ଭାରତ ପଳାଇ ଆସିଲେ। ଆଉ ଗାଁ ସ୍କୁଲରେ ପାଠପଢ଼ା ଆରମ୍ଭ କଲେ। ଡିଏଭି ହାଇସ୍କୁଲରେ ସେ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଲେ। ଆଉ ପାଠପଢ଼ା ସରିବା ପରେ ସେନାରେ ଯୋଗ ଦେଲେ ହରଭଜନ। ସେ ଅମୃତସରରେ ଜଣେ ସୈନିକ ଭାବେ ପଞ୍ଜାବ ରେଜିମେଣ୍ଟରେ ଯୋଗ ଦେଲେ। ୩୦ ଜୁନ୍‌ ୧୯୬୫ରେ ତାଙ୍କୁ ୧୪ ରାଜ୍‌ପୁତ୍‌ ରେଜିମେଣ୍ଟରେ ଅବସ୍ଥାପିତ କରାଗଲା। ଆଉ ସେବର୍ଷ ଭାରତ-ପାକ୍‌ ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିଲେ ହରଭଜନ। ପରେ ତାଙ୍କୁ ୧୮ରାଜ୍‌ପୁତ୍‌ ରେଜିମେଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ସେ ୩ ବର୍ଷ ପର୍ଯ୍ୟନ୍ତ ମନଧ୍ୟାନ ଦେଇ କାମକଲେ।

ତେବେ ୧୯୬୮ ଅକ୍ଟୋବର ୪ ତାରିଖରେ ସିକିମ୍‌ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ତାଙ୍କ ମୃତ୍ୟୁକୁ ନେଇ ଏକ କାହାଣୀ ମଧ୍ୟ ରହିଛି। ୧୪ ହଜାର ୫୦୦ ଫୁଟ୍‌ ଉପରେ ନାଥୁଲା ମାଉଣ୍ଟେନ୍‌ ଉପରେ ମୁତୟନ ହୋଇଥିଲେ ହରଭଜନ୍‌। ଯାହା ତିବ୍ବତ ଏବଂ ସିକିମ୍‌ ମଧ୍ୟରେ ଅବସ୍ଥିତ। ଆଉ ସେନା ପାଇଁ କିଛି ସାମଗ୍ରୀ ନେଇ ଯାଉଥିଲା ବେଳେ ଏକ ଗ୍ଲେସିୟର ଖଣ୍ଡରେ ଫସି ଯାଇଥିଲେ ହରଭଜନ।

ସେହି ଚକ୍ରବ୍ୟୁହରୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କୁହାଯାଏ ତାଙ୍କ ପାର୍ଥିବ ଶରୀରକୁ ଖୋଜିବା ପାଇଁ ୩ ଦିନ ସମୟ ଲାଗିଥିଲା। ଆଉ ଦେଶପାଇଁ ତାଙ୍କ ଜୀବନ ଯାଇଥିବାରୁ ତାଙ୍କୁ ସହିଦ୍‌ ଆଖ୍ୟା ଦିଆଯାଇଥିଲା। ତେବେ ଏବେ ଆମେ ଆପଣଙ୍କୁ ଯେଉଁ କଥା କହିବୁ ତାକୁ ବିଶ୍ୱାସ କରିବା ମୁସ୍‌କିଲ। କୁହାଯାଏ ହରଭଜନଙ୍କ ଆତ୍ମା ତାଙ୍କ ମୃତ ଶରୀରକୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳକୁ ସହଯୋଗ କରିଥିଲା।

ହରଭଜନ ତାଙ୍କର ଜଣେ ବନ୍ଧୁଙ୍କୁ ସ୍ୱପ୍ନରେ ଆସି ତାଙ୍କ ପାର୍ଥିବ ଶରୀର ପଡ଼ିରହିଥିବା ସ୍ଥାନ ସମ୍ପର୍କରେ କହିଥିଲା। ଆଉ ୩ ଦିନ ସର୍ଚ୍ଚ ଅପରେଶନ୍‌ ଟିମ୍‌ କଠିନ ପରିଶ୍ରମ କରିବା ପରେ ସେହି ସ୍ଥାନରୁ ତାଙ୍କ ମୃତ ଶରୀର ମିଳିଥିଲା।

ଯେତେବେଳେ ହରଭଜନଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ତାଙ୍କ ବୟସ ପାଖାପାଖି ୨୨ ଥିଲା। ତାଙ୍କର ସାହସିକତା ପାଇଁ ଜାନୁଆରୀ ୨୬ରେ ତାଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରାଯାଥିଲା। ସେନାର ଅନେକ ଲୋକଙ୍କ କହିବା ଅନୁଯାୟୀ ଭାରତ-ଚୀନ୍‌ ଯୁଦ୍ଧ ବେଳେ ବାବା ହରଭଜନ ସିଂହ ତାଙ୍କୁ ସହାୟତା କରିଥିଲେ।

କିଛି ଲୋକଙ୍କ କହିବା ଅନୁଯାୟୀ ଚୀନ୍‌ ହମଲା କରିବାର ୩ ଦିନ ଆଗରୁ ହରଭଜନଙ୍କ ଆତ୍ମା ଭାରତୀୟ ସୈନିକଙ୍କ ସ୍ୱପ୍ନରେ ଆସି ଚେତାବନୀ ଦେଇଥିଲା। ସେହିପରି ଏମିତି ବି କୁହାଯାଏ ଯେତେବେଳେ ଚୀନ୍‌ର ନାଥୁଲା ଉପରେ କୌଣସି ମିଟିଂ ହୁଏ ସେଠାରେ ଗୋଟିଏ ସିଟ୍‌ ହରଭଜନଙ୍କ ପାଇଁ ଛାଡ଼ି ଦିଆଯାଏ। କୁହାଯାଏ ଏବେ ବି ସୀମାରେ ସହିଦ୍‌ ହରଭଜନଙ୍କ ଆତ୍ମା ପହରା ଦେଉଛି।

ତାଙ୍କ ମୃତ୍ୟୁ ପରେ କିଛି ଲୋକ ହରଭଜନଙ୍କୁ ପୂଜା କଲେ ଆଉ ସେ ବାବା ହରଭଜନଙ୍କ ନାମରେ ପରଚିତ ହୋଇଗଲେ। ହରଭଜନଙ୍କୁ ନେଇ ଉଠିଥିବା ଅନେକ ଆଲୋଚନା ଓ ଚର୍ଚ୍ଚାରେ ଯାହା ବି ସତ୍ୟତା ଥାଉନା କାହିଁକି ସେ ଯେ, ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାହା ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ।



from Odisha Reporter https://ift.tt/2ykFWj2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages