ବିଜେଡିରେ ଏବେ ଖଣି ବେପାରୀଙ୍କ ଦବଦବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ବିଜେଡିରେ ଏବେ ଖଣି ବେପାରୀଙ୍କ ଦବଦବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ଓ ଓଡ଼ିଶା ସରକାରରେ ଖଣି ବ୍ୟବସାୟୀଙ୍କ ଦବଦବା ବଢ଼ିବାରେ ଲାଗିଛି ବୋଲି ପାୱାର କରିଡରରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, କିଛି ନିର୍ଦ୍ଦିଷ୍ଟ ଖଣି ବ୍ୟବସାୟୀ କୁଆଡ଼େ ଶାସକ ଦଳର ନିକଟତର ହେବା ପାଇଁ ଆଖିବୁଜା ଚାନ୍ଦା ଦେଉଛନ୍ତି। ଆଉ ସେହି ପାଣ୍ଠି ପାଇବା ପରେ ତୃତୀୟ ମହଲାର ଇସାରାରେ କାର୍ଯ୍ୟ କରୁଥିବା ଆତ୍ମଘୋଷିତ ବିଜେଡି ନେତାମାନେ କୁଆଡ଼େ ସେହି ବ୍ୟବସାୟୀମାନଙ୍କୁ ଖଣି ସହ ଜଡ଼ିତ ଥିବା ବିଭାଗରେ ଅବାଧ ପ୍ରବେଶ କରିବାର ‘ଗେଟ୍ ପାସ୍ ’ ଧରାଇ ଦେଉଛନ୍ତି।

ଚର୍ଚ୍ଚା ହେଉଛି, ବିଜେଡିର ଏଭଳି ୨-୩ଜଣ ନେତା କୁଆଡ଼େ ଦଳୀୟ କାର୍ଯ୍ୟକ୍ରମ, ଦଶହରା ଓ ଦୀପାବଳି ପୂଜାକୁ ଦୃଷ୍ଟିରେ ରଖି କିଛି ଖଣି ବ୍ୟବସାୟୀଙ୍କଠୁ ଗତ ତିନିମାସ ମଧ୍ୟରେ ମୋଟା ଅଙ୍କର ଚାନ୍ଦା ଉଠାଇଛନ୍ତି। ଆଉ ସେହି ଆଳରେ ସମ୍ପୃକ୍ତ ଖଣି ବ୍ୟବସାୟୀମାନେ ନିଜର ପ୍ରଭାବ କୁଆଡ଼େ ସରକାରରେ ବୃଦ୍ଧି କରିବାରେ ଲାଗିଛନ୍ତି। ବିଶେଷକରି ଖଣି ଓ ଇସ୍ପାତ, ଜଙ୍ଗଲ ଓ ପରିବେଶ, ରାଜସ୍ୱ ଓ ଜଳସମ୍ପଦ ବିଭାଗରେ ପ୍ରଭାବ ବିସ୍ତାର କରିବା ପାଇଁ ଏହି ଖଣି ବ୍ୟବସାୟୀମାନଙ୍କ ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କୁ କୁଆଡ଼େ ସମ୍ପୃକ୍ତ ବିଜେଡି ନେତାମାନଙ୍କ ସକ୍ରିୟ ସହଯୋଗ ମିଳୁଛି।

ଯେଉଁଥିପାଇଁ ଏବେ ଖଣି ବ୍ୟବସାୟୀମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ଖଣି ଲିଜ୍ ସଂକ୍ରାନ୍ତ ଯେଉଁସବୁ ସରକାରୀ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସ୍ୱତଃ ହେଉଥିଲା, ତାକୁ ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ କୁଆଡ଼େ ଚାନ୍ଦା ଦେଉଥିବା ଖଣି ବ୍ୟବସାୟୀମାନେ ତାହା କରାଇ ନେଉଛନ୍ତି। ୨୦୨୦ ମସିହା ମାର୍ଚ୍ଚରେ ଲିଜ୍ ସରିଯାଉଥିବା କିଛି ଖଣି କମ୍ପାନୀଗୁଡ଼ିକ କୁଆଡ଼େ ଏଭଳି କାର୍ଯ୍ୟରେ ଅଧିକ ସକ୍ରିୟ ରହିଛନ୍ତି। ସେମାନେ ସରକାରରେ ଥିବା ଖଣି ଲିଜ୍ ସଂକ୍ରାନ୍ତ ବିିଭିନ୍ନ କାର୍ଯ୍ୟକୁ ୨୦୧୯ ମାର୍ଚ୍ଚ ମାସ ପୂର୍ବରୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

ନିକଟରେ ଏକ ପ୍ରମୁଖ ଖଣି କମ୍ପାନୀ କୁଆଡ଼େ ସମ୍ପୃକ୍ତ ବିଜେଡି ନେତା ଓ ତୃତୀୟ ମହଲା ବଳରେ ଜଣେ ଆଇଏଏସଙ୍କୁ ନାଲିଆଖି ଦେଖାଇ ନିଜ କାମ ହାସଲ କରିବାକୁ ଚାହିଁଥିଲେ। ପ୍ରଥମେ ପ୍ରଥମେ ଏହି ଅଫିସରଜଣକ ସମ୍ପୃକ୍ତ ଖଣି କମ୍ପାନୀକୁ ସହଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଖଣି କମ୍ପାନୀ ପକ୍ଷରୁ ମାତ୍ରାଧିକ ଚାପ ପଡ଼ିବାରୁ କୁଆଡ଼େ ଜାଣିଶୁଣି ସେହି ଫାଇଲ୍ ଉପରେ ଅଧିକ ଖୋଳତାଡ଼ର ଆବଶ୍ୟକ ଅଛି କହି ସେହି ଅଫିସର ତଳକୁ ଫେରାଇ ଦେଇଥିଲେ। ଆଉ ଅଫିସରଙ୍କ ଏଭଳି ଆଚରଣରେ କ୍ଷୁବ୍ଧ ହୋଇ ସମ୍ପୃକ୍ତ ଖଣି କମ୍ପାନୀର କର୍ମକର୍ତ୍ତାମାନେ ବିଜେଡି ନେତାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେବଳ ଆଶ୍ୱାସନା ମିଳିଥିଲା ସିନା ସେମାନଙ୍କ କାମ ହୋଇପାରିନଥିଲା। ଏବେ ଦଶହରା ପାଇଁ ପୂଜା ଭେଟି ଦେବାପରେ ସମ୍ପୃକ୍ତ ଖଣି କମ୍ପାନୀର ଫେରିଥିବା ଫାଇଲ୍ ପୁଣିଥରେ ସରକାରଙ୍କ ବିଚାର ପାଇଁ ଆସିଥିବା ଚର୍ଚ୍ଚା।



from Odisha Reporter https://ift.tt/2D0WpOm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages