ଗୁମର ଖୋଲିଲେ ବାତ୍ୟା ବିପନ୍ନ: ରିଲିଫ୍‌ କ୍ୟାମ୍ପରେ ଖାଇବାକୁ ଦିଆଯାଉନି   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଗୁମର ଖୋଲିଲେ ବାତ୍ୟା ବିପନ୍ନ: ରିଲିଫ୍‌ କ୍ୟାମ୍ପରେ ଖାଇବାକୁ ଦିଆଯାଉନି  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନରେ କ୍ଷୋଭ ଆଉ ଅଶାନ୍ତି। ସିଧା ସଳଖ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ବିରୋଧରେ ତୀବ୍ର ସ୍ୱର ଉଠାଉଛନ୍ତି ବାତ୍ୟା ‘ତିତ୍‌ଲି’ ତାଣ୍ଡବରେ ଭିଟାମାଟି ହରାଇ ଅସ୍ଥାୟୀ ରିଲିଫ୍ କ୍ୟାମ୍ପରେ ରହୁଥିବା ବିପନ୍ନ। ରିଲିଫ୍‌ କ୍ୟାମ୍ପରେ ମିଳୁନି ଖାଦ୍ୟ। ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପରେ କରାଯାଉଛି ଚରମ ଅବହେଳା। ଶେଷରେ ରିଲିଫ୍‌ କ୍ୟାମ୍ପ ଛାଡ଼ି ଉଜୁଡ଼ିଯାଇଥିବା ଭିଟାମାଟିକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରାଗେଇଝୋଲି ଗାଁର ୧୦୨ ଜଣ ବାତ୍ୟା ବିପନ୍ନ।

ଗତ ୧୧ ତାରିଖ ପରଠୁ ଏମାନେ ଖଜୁରୀପଦା ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଥିଲେ। ଆରମ୍ଭରୁ ସବୁ ଠିକ୍ ଠାକ ଥିଲା। କିନ୍ତୁ ଗତକାଲିଠୁ ଏହି ବିପନ୍ନଙ୍କ ଖାଇବା ପିଇବା କଥା ଭୁଲିଯାଇଥିଲେ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଓ ଅଧିକାରୀ। ଶେଷରେ ରିଲିଫ କ୍ୟାମ୍ପ ଛାଡ଼ି ଗାଁକୁ ଫେରି ଯାଇଛନ୍ତି ସମସ୍ତେ। ତା’ସହ ସେମାନେ ମୋହନା-ଖଜୁରୀପଦା ରାସ୍ତାକୁ କିଛି ସମୟ ଲାଗି ଅବରୋଧ ମଧ୍ୟ କରିଥିଲେ।

ଅକ୍ଟୋବର ୧୧ ତାରିଖର ବିଳମ୍ବିତ ରାତିରେ ‘ତିତ୍‌ଲି’ ମାଡ଼ରେ ପାଖ ପାହାଡ଼ରୁ ପଥର ଧସି ନୂଆଗଡ଼ ବ୍ଲକର ରାଗେଇଝୋଲି ଗାଁରେ କିଛି ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଥିଲା। ଏହାପରଠୁ ଏହି ରିଲିଫ୍ କ୍ୟାମ୍ପରେ ରହିଆସୁଥିଲେ ୧୦୨ ଜଣ ବିପନ୍ନ। ତେବେ ରିଲିଫ୍‌ କେନ୍ଦ୍ର ଛାଡ଼ି ଗାଁକୁ ଫେରିଯିବା ପରେ ସେମାନଙ୍କ ଗାଁରେ ହିଁ ସେମାନଙ୍କୁ ଆଉ ୪ଦିନ ରାସନ୍‌ ଯୋଗାଇ ଦିଆଯିବ ବୋଲି କହିଛନ୍ତି ନୂଆଗଡ଼ ବ୍ଲକ ବିଡ଼ିଓ କ୍ଷୀରାବଧୀ ବେହେରା। ଆକଳନ ସମ୍ପୂର୍ଣ୍ଣ ହେବା ପରେ ସମସ୍ତଙ୍କୁ ସରକାରୀ ବ୍ୟବସ୍ଥା ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2PQEEnA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages