ପେପର ବିକାଳିରୁ ବିଚକ୍ଷଣ ବୈଜ୍ଞାନିକ: ପଢ଼ନ୍ତୁ କଲାମ୍‌ଙ୍କ ବିଷୟରେ କିଛି ଖାସ୍‌ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ପେପର ବିକାଳିରୁ ବିଚକ୍ଷଣ ବୈଜ୍ଞାନିକ: ପଢ଼ନ୍ତୁ କଲାମ୍‌ଙ୍କ ବିଷୟରେ କିଛି ଖାସ୍‌ କଥା

ମିଶାଇଲ୍‌ ମ୍ୟାନ୍‌ ନାମରେ ଜଣାଶୁଣା ଡ.ଏ.ପି.ଜେ ଅବଦୁଲ କଲାମଙ୍କର ଆଜି ହେଉଛି ୮୬ତମ ଜନ୍ମଜୟନ୍ତୀ। ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମଠାରେ ଧନୁଷକୋଡି ନାମକ ଗାଁର ଏକ ମଧ୍ୟବିତ୍ତ ମୁସଲମାନ ପରିବାରରେ ତାଙ୍କର ଜନ୍ମ ହୋଇଥିଲା।  କଲାମ୍‌ ତାଙ୍କ ପାଠପଢ଼ା ତିରୁଚିରାପ୍ପାଲ୍ଲୀର ସେଣ୍ଟ ଜୋସେଫ୍‌ କଲେଜରେ କରିଥିଲେ। ତେବେ ଆଜି ଆସନ୍ତୁ ଜାଣିବା ଅବଦୁଲ କଲାମଙ୍କ ବିଷୟରେ କିଛି ମହତ୍ୱପୂର୍ଣ୍ଣ କଥା। ଅବଦୁଲ କଲାମ ଏକ ମତ୍ସ୍ୟଜୀବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଖବର କାଗଜ ବିକି କଲାମ୍‌ ଦେଶର ଶ୍ରେଷ୍ଟ ଓ ମହାନ ବୈଜ୍ଞାନିକ ହେବାରେ ଗୌରବ ଅର୍ଜନ କରିଥିଲେ। କଲାମ ହିଁ ଅଗ୍ନି ଓ ପୃଥ୍ୱୀ ଭଳି ମିଶାଇଲ୍‌ ତିଆରି କରି ସାରା ବିଶ୍ୱରେ ଭାରତର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ।

କଲାମଙ୍କ ଉଦ୍ୟମ ଏବଂ ପ୍ରୟାସ ପାଇଁ ଭାରତ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସାମିଲ  ହୋଇ ପାରିଥିଲା। କଲାମ୍‌ ଡିଆର୍‌ଡିଓ ଏବଂ ଇସ୍ରୋ ଭଳି ପ୍ରତିଷ୍ଠିତ୍‌ ସଂସ୍ଥାରେ ଦୀର୍ଘଦିନ ଧରି କାମ କରିଥିଲେ। ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ  ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ତାଙ୍କୁ ଭୂଷିତ କରାଯାଇଥିଲା। କଲାମଙ୍କୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଏବଂ ୧୯୯୭ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଦେଶର ସର୍ବୋଚ୍ଚ ପଦ ରାଷ୍ଟପତି ପଦରେ ଅଭିଷିକ୍ତ ହେବା ପୂର୍ବରୁ ଭାରତ ରତ୍ନ ପାଇଥିବା କଲାମ ହେଉଛି ଦେଶର ତୃତୀୟ ରାଷ୍ଟ୍ରପତି।

ନିଜର ବୁଦ୍ଧି ଓ କଠିନ ପରିଶ୍ରମ ବଳରେ ସେ ବିଜ୍ଞାନ ଶିକ୍ଷାରେ ପ୍ରସିଦ୍ଧି ହାସଲ କରିଥିଲେ ଏବଂ ଭାରତର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇପାରିଥିଲେ। ପିଲାଟି ଦିନରୁ ଇଂରାଜୀ ଉପନ୍ୟାସ ପଢ଼ିବା ସହ ସୌରମଣ୍ଡଳ, ସୌରଜଗତ ଓ ମହାକାଶ ସମ୍ପର୍କିତ ବିଭିନ୍ନ ପୁସ୍ତକ ପଢିବା ତାଙ୍କର ରୁଚି ରହିଥିଲା । ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ)ରେ ବୈଜ୍ଞାନିକ ଭାବରେ ଯୋଗ ଦେଇଥିଲେ ।

ସେଠାରେ କିଛି ବର୍ଷ କାର୍ଯ୍ୟ କରିବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରେ ଅବସ୍ଥାପିତ ହୋଇଥିଲେ। ୧୯୮୦ରେ ସେ ରୋହିଣୀ ଉପଗ୍ରହକୁ ପୃଥିବୀ କକ୍ଷପଥର ଅତି ନିକଟରେ ସ୍ଥାପିତ କରିବାରେ ସକ୍ଷମ ହୋଇଥିଲେ । ପରେ ତାଙ୍କୁ ୧୯୮୨ରେ ଡିଆରଡିଓର ନିର୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା । ପ୍ରଚଣ୍ଡ ପ୍ରତିଭା ଯୋଗୁଁ ସମ୍ପୂର୍ଣ୍ଣ ସ୍ୱଦେଶୀ କୌଶଳରେ ଅଗ୍ନି ଏବଂ ତ୍ରିଶୁଳ ଭଳି କ୍ଷେପଣାସ୍ତ୍ର ନିର୍ମାଣ କରିପାରିଥିଲେ ସେ।

ତାଙ୍କର ତତ୍ତ୍ୱାବଧାନରେ ୧୯୯୮ରେ ପୋଖରାନରେ ଭାରତ ତା’ର ଦ୍ୱିତୀୟ ପରମାଣୁ ଶକ୍ତି ପରୀକ୍ଷା କରିପାରିଥିଲା।  ସେ ପ୍ରମାଣ କରିଦେଇଥିଲେ ଯେ, ଯଦି କୌଣସି ଲକ୍ଷ୍ୟକୁ ପାଇବା ପାଇଁ ମଣିଷର ଦୃଢ଼ ସଂକଳ୍ପ ଥାଏ, ତେବେ ତାହା ପାଇବା କିଛି ଅସମ୍ଭବ ନୁହେଁ। ତାଙ୍କ ନେତୃତ୍ୱରେ ଭାର ନାଗ, ପୃଥିବୀ, ଆକାଶ, ତ୍ରିଶୂଳ ଏବଂ ଅଗ୍ନି ଭଳି କ୍ଷେପଣାସ୍ତ୍ରର ବିକାଶ କରିପାରି ଥିଲା।

୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ। ସେ  ୱିଙ୍ଗସ୍ ଅଫ୍ ଫାୟାର, ଇଗ୍‌ନାଇଟେଡ୍ ମାଇଣ୍ଡସ୍ ଏବଂ ଇଣ୍ଡିଆ-୨୦୨୦ ପରି ଅନେକ ପ୍ରେରଣାଦାୟକ ପୁସ୍ତକ କରଚନା କରିଛନ୍ତି। ଏ ସବୁ ବହି ଛାତ୍ରଛାତ୍ରୀ ତଥା ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ପାଲଟି ଆସିଛି। ପ୍ରବଳ ଇଶ୍ୱର ବିଶ୍ୱାସୀ ଥିବା କଲାମ୍‌ କିନ୍ତୁ ଅନ୍ଧବିଶ୍ୱାସୀ ନ ଥିଲେ।

ରାଷ୍ଟ୍ରପତି ହେବା ପୂର୍ବରୁ ତାଙ୍କୁ ଥରେ ବିଜେପି ନେତା ପ୍ରମୋଦ ମହାଜନ ପଚାରିଥିଲେ  “ଆପଣ ବୋଧ୍‌ ହୁଏ ମାହେନ୍ଦ୍ର ବେଳାରେ  ରାଷ୍ଟ୍ରପତି ଭାବେ ଶପଥ ନେବେ।”  ଏହି ପ୍ରଶ୍ନ ଶୁଣି କଲାମ ଯେଉଁ ଉତ୍ତର ଦେଇଥିଲେ ସେଥିରେ ପ୍ରମୋଦ ତାଜୁବ୍‌ ହୋଇଯାଇଥିଲେ। ସେ କହିଥିଲେ ମୋ ପାଇଁ ମାହେନ୍ଦ୍ର ବେଳା ସବୁବେଳେ ସମାନ। ଯେ, ପର୍ଯ୍ୟନ୍ତ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଅଛନ୍ତି ଏବଂ ସୌର  ମଣ୍ଡଳରେର ତା’ର ସ୍ଥିତି ଠିକ୍‌ଠାକ୍‌  ଥିବ ସେ ପର୍ଯ୍ୟନ୍ତ ମୋ ପାଇଁ ହେଉଛି ମାହେନ୍ଦ୍ର ବେଳା ।



from Odisha Reporter https://ift.tt/2QQx7oL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages