ଏଥିପାଇଁ ‘ବିଗ୍ ବସ୍‌’ରୁ ବାହାରିଲେ ନେହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଏଥିପାଇଁ ‘ବିଗ୍ ବସ୍‌’ରୁ ବାହାରିଲେ ନେହା

neha

ମୁମ୍ବାଇ: ଦେଶର ସବୁଠାରୁ ଲୋକପ୍ରିୟ ତଥା କଣ୍ଟ୍ରୋଭର୍ସିଆଲ୍‌ ରିୟାଲିଟି ଶୋ’ ‘ବିଗ୍‌ ବସ୍‌-୧୨’ର ଚତୁର୍ଥ ସପ୍ତାହ ୱିକେଣ୍ଡ୍‌ ୱାର୍‌ରେ ସେଲିବ୍ରିଟି ପ୍ରତିଯୋଗୀ ନେହା ପେଣ୍ଡ୍‌ସେଙ୍କୁ ବାହାର କରି ଦିଆଯାଇଛି। ନେହାଙ୍କ ସହ କରଣବୀର ବୋହରା ଓ ଶ୍ରୀସନ୍ଥ ମଧ୍ୟ ଶୋ’ରୁ ବାହାରିବାକୁ ବଛା ଯାଇଥିଲେ। ତେବେ ସପ୍ତାହ ମଝିରେ ଶ୍ରୀସନ୍ଥ ସିକ୍ରେଟ୍‌ ରୁମ୍‌କୁ ଚାଲି ଯାଇଥିବାବେଳେ କରଣବୀର ଓ ନେହାଙ୍କ ପାଇଁ ବିଗ୍‌ ବସ୍‌ ଭୋଟିଂ ଲାଇନ୍‌ ଖୋଲିଥିଲେ। ଏଥିରେ ନେହାଙ୍କୁ ହିଁ ‘ବିଗ୍‌ ବସ୍‌’ ଘର ଛାଡ଼ିବାକୁ ପଡ଼ିଛି।

ତେବେ ସୂଚନା ମୁତାବକ, ନେହା ଶୋ’ରେ ସେତେ ଭଲ ପ୍ରଦର୍ଶନ କରୁ ନଥିଲେ। କୌଣସି ପ୍ରସଙ୍ଗକୁ ନେଇ ନିଜର ସ୍ୱତନ୍ତ୍ର ମତ ମଧ୍ୟ ରଖୁ ନଥିଲେ। ଏହା ଛଡ଼ା ତାଙ୍କୁ ଯେଉଁ କାମ ଦିଆଯାଉଥିଲା, ତାହାକୁ ସେ ଠିକ୍‌ରେ ସମ୍ପୂର୍ଣ୍ଣ ମଧ୍ୟ କରୁ ନଥିଲେ। ସବୁଠୁ ବଡ଼ କଥା ହେଉଛି, ସେ ଶୋ’ରେ ରହିବା ପାଇଁ ସପ୍ତାହକୁ ୨୦ଲକ୍ଷ ଟଙ୍କା ଡ଼ିମାଣ୍ଡ କରୁଥିଲେ। ଏଥିପାଇଁ ଶୋ’ର ନିର୍ମାତା ନେହାଙ୍କୁ ଶୋ’ରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି।

ଅନ୍ୟପକ୍ଷରେ ସିକ୍ରେଟ୍‌ ରୁମ୍‌ରେ ଥିବା ଶ୍ରୀସନ୍ଥ ଓ ଅନୁପ୍‌ ଜଲୋଟା  ପୁଣି ‘ବିଗ୍‌ ବସ୍‌’ ଘରକୁ ଫେରୁଛନ୍ତି।  ଏହା ଅନ୍ୟ ପ୍ରତିଯୋଗୀମାନଙ୍କ ପାଇଁ ବି ଖୁବ୍‌ ଆଶ୍ଚର୍ଯ୍ୟକର ରହିବ।

 



from Odisha Reporter https://ift.tt/2EkIvYL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages