
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଓସିସି ଛକ ନିକଟରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଲୁଟ୍ କରିନେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମଳିପଡ଼ାରେ ଥିବା ଭୈରବୀ ପେଟ୍ରୋଲ ପମ୍ପର କର୍ମଚାରୀ ଲଡୁକେଶ୍ୱର ନାଟୁଆ ୧୫ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ବାଇକ୍ରେ ଯାଉଥିଲେ। ୧୬ ନମ୍ୱର ଜାତୀୟ ରାଜପଥର ଓସିସି ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ସେ ଆହତ ହୋଇଛନ୍ତି। ପରେ ଦୁର୍ବୃତ୍ତମାନେ ତାଙ୍କ (ଲଡୁକେଶ୍ୱର) ବାଇକ୍ ଓ ଟଙ୍କା ନେଇ ଚମ୍ପଟ ମାରିଥିଲେ।
ଲଡୁକେଶ୍ୱର ଏନେଇ ସଦରଥାନା ଥାନାରେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2Rbo7eW
No comments:
Post a Comment