ବିରାଟ୍‌ଙ୍କ କଥା ରହିଲା, ବିଦେଶ ଗସ୍ତ ବେଳେ ଖେଳାଳିଙ୍କ ପାଖରେ ରହିବେ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ବିରାଟ୍‌ଙ୍କ କଥା ରହିଲା, ବିଦେଶ ଗସ୍ତ ବେଳେ ଖେଳାଳିଙ୍କ ପାଖରେ ରହିବେ ପତ୍ନୀ

ନୂଆଦିଲ୍ଲୀ: ଶେଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ଦାବିକୁ ଗ୍ରହଣ କରିଛି ବିସିସିଆଇ। ବିଦେଶ ଗସ୍ତ ସମୟରେ ଖେଳାଳିମାନଙ୍କ ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡଙ୍କୁ ପାଖରେ ରହିବା ନେଇ ବିରାଟ୍‌ ଯେଉଁ ନିବେଦନ କରିଥିଲେ, ଆଜି ବିସିସିଆଇର ଗଭର୍ଣ୍ଣର୍ସ ବୋର୍ଡ କେତେକ ପରିବର୍ତ୍ତନ ସହ ଏଭଳି ଅନୁମତି ଦେଇଛି।

ବିଦେଶ ଟୁର୍‌ ଆରମ୍ଭ ହେବାର ୧୦ ଦିନ ପରେ ହିଁ ଖେଳାଳିମାନଙ୍କ ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡ ଖେଳାଳିଙ୍କ ସହ ରହିପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ପୂର୍ବ ନିୟମ ଅନୁଯାୟୀ, ଲମ୍ବା ବିଦେଶ ଗସ୍ତ ସମୟରେ ଖେଳାଳିମାନେ କେବଳ ୨ ସପ୍ତାହ ପାଇଁ ସେମାନଙ୍କର ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡମାନଙ୍କୁ ପାଖରେ ରଖି ପାରୁଥିଲେ। ପରିବାରଠାରୁ ଦୂରରେ ରହିଲେ ଖେଳାଳିମାନେ ନିଜର ପ୍ରଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦେଇପାରିବେ ବୋଲି ଆଶା କରି ବିସିସିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା।

କିନ୍ତୁ ଏଭଳି ନିୟମକୁ ନିକଟରେ ବିବାହ କରିଥିବା ଟିମ୍‌ର ଅଧିନାୟକ ବିରାଟ୍‌ କୋହଲି ବିରୋଧ କରିବା ସହ ତାଙ୍କ ସହ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବିଦେଶ ଗସ୍ତରେ ଯିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ।

ବିରାଟ୍‌ଙ୍କ ଦାବି ପରେ ବିସିସିଆଇ କହିଛି ଯେ ଯଦି ଖେଳାଳିମାନେ ସେମାନଙ୍କ ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡଙ୍କୁ ସାଙ୍ଗରେ ରଖିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ କିଛି ଅସୁବିଧା ନାହିଁ।

କିନ୍ତୁ ବିଦେଶ ଟୁର୍‌ର ୧୦ ଦିନ ପରେ ହିଁ ଏହି ନିୟମ ଲାଗୁ ହେବ। ବିଦେଶ ଟୁର୍‌ ସମୟରେ ଖେଳାଳିମାନେ ଦୀର୍ଘ ଦିନ ଧରି ସେମାନଙ୍କ ପରିବାର ଲୋକଙ୍କଠାରୁ ଦୂରରେ ରହୁଛନ୍ତି।

ଏହା ସେମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ତେଣୁ ଏବେ ପତ୍ନୀ ଓ ଗାର୍ଲଫ୍ରେଣ୍ଡଙ୍କୁ ସାଙ୍ଗରେ ରହିବାକୁ ଅନୁମତି ମିଳିଥିବାରୁ ଖେଳାଳିମାନେ ବେଶ ଆରାମରେ ଖେଳରେ କେମିତି ଉନ୍ନତ ପ୍ରଦର୍ଶନ କରିବେ, ସେ ବିଷୟ ଉପରେ ବେଶୀ ଗୁରୁତ୍ୱ ଦେଇପାରିବେ।

ଏହାପୂର୍ବରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଅନୁରୂପ ନିଷ୍ପତ୍ତି ନେଇଥିଲା।



from Odisha Reporter https://ift.tt/2Ag3uIh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages