ଦୁଷ୍କର୍ମ ଅଭିଯୁକ୍ତ ବିଶପ୍‌ଙ୍କୁ ଫୁଲମାଳ ଦେଇ ସ୍ୱାଗତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଦୁଷ୍କର୍ମ ଅଭିଯୁକ୍ତ ବିଶପ୍‌ଙ୍କୁ ଫୁଲମାଳ ଦେଇ ସ୍ୱାଗତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଶପ୍ ଫ୍ରାଙ୍କୋ ମୁଲାକ୍କାଲ ଜଣେ ନନ୍‌ଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ବେଶ୍‌ କିଛି ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। କିନ୍ତୁ ଆଜି ଜଲନ୍ଧରରେ ସେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ଗୋଲାପ ଫୁଲ ପାଖୁଡ଼ା ବର୍ଷା କରିବା ସହିତ ଫୁଲମାଳ ଦେଇ ସ୍ୱାଗତ କରିଥିଲେ। କେରଳର ଏକ ଜେଲ୍‌ରୁ ତାଙ୍କୁ ମୁକ୍ତ କରାଯିବା ପରେ ସେ ଆଜି ପୁଲିସ୍‌ ସୁରକ୍ଷାରେ ଆସିଥିଲେ।

ଗୋଲାପ ଫୁଲର ପାଖୁଡ଼ା ବର୍ଷା ହେଉଥିବାବେଳେ ସେ ସ୍ମିତହାସ୍ୟ ଦେଉଥିବା ଦେଖାଯାଉଥିଲା। ଏହି ଅବସରରେ ସେ ଗଣମାଧ୍ୟମକୁ କହିଥିଲେ, “ପଞ୍ଜାବର ଲୋକମାନଙ୍କ ପ୍ରାର୍ଥନା ମୋ ପାଇଁ ସମର୍ଥନ ସାଜିଛି। ଆଗାମୀ ଦିନରେ ମଧ୍ୟ ସେମାନେ ମୋ ପାଇଁ ପ୍ରାର୍ଥନା କରିବେ ବୋଲି ଆଶା କରୁଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ତଦନ୍ତ ଚାଲିଛି ଓ ମୁଁ ସହଯୋଗ କରୁଛି। ଜଣେ ନାଗରିକ ହିସାବରେ ଦେଶର ଆଇନ ବ୍ୟବସ୍ଥାକୁ ମୁଁ ସମର୍ଥନ ଜଣାଉଛି।”



from Odisha Reporter https://ift.tt/2CPYVqi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages