ଆଇଆର୍‌ସିଟିସି ସ୍କାମ: ତେଜସ୍ୱୀ ଓ ରାବ୍ରୀ ଦେବୀଙ୍କୁ ଜାମିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଆଇଆର୍‌ସିଟିସି ସ୍କାମ: ତେଜସ୍ୱୀ ଓ ରାବ୍ରୀ ଦେବୀଙ୍କୁ ଜାମିନ୍‌

ନୂଆଦିଲ୍ଲୀ: ଭାରତୀୟ ରେଳବାଇ କ୍ୟାଟରିଂ ଓ ପର୍ଯ୍ୟଟନ କର୍ପୋରେସନ୍‌(ଆଇଆରସିଟିସି) ଦୁର୍ନୀତିରେ ଛନ୍ଦି ହୋଇଥିବା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଓ ପତ୍ନୀ ରାବ୍ରୀ ଦେବୀଙ୍କୁ ଆଶ୍ୱସ୍ତି ମିଳିଛି। ଉଭୟଙ୍କୁ ଏହି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ଆଜି ଜାମିନ୍‌ ପ୍ରଦାନ କରିଛନ୍ତି।

ଆଇଆର୍‌ସିଟିସିରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉଭୟ ତେଜସ୍ୱୀ ଓ ରାବ୍ରୀ ଦେବୀଙ୍କ ବ୍ୟତୀତ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ତେବେ ଗିରଫଦାରୀ ଭୟରେ ତେଜସ୍ୱୀ ଓ ରାବ୍ରୀ ଦେବୀ ଆଗୁଆ ଜାମିନ୍‌ ଆବେଦନ କରିଥିଲେ। ଆଜି ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ନଭେମ୍ବର ୧୯ ଯାଏ ତେଜସ୍ୱୀ ଓ ରାବ୍ରୀ ଦେବୀଙ୍କ ସମେତ ଅନ୍ୟମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କା ଲେଖାଏ ସ୍ୟୁରିଟି ବଣ୍ଡ ବଳରେ କୋର୍ଟ ଏମାନଙ୍କୁ ଜାମିନ୍‌ ଦେଇଛନ୍ତି।

ଏଥିସହ ଆଇଆରସିଟିସି ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଓ ଇଡି ନିକଟରେ ଲାଲୁ ପ୍ରସାଦ ଯାଦବ ନଭେମ୍ବର ୧୯ରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଲାଲୁ ପ୍ରାସଦ ଯାଦବଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତମାନଙ୍କୁ କୋର୍ଟ ଆଜି ଯାଏ ଆଗୁଆ ଜାମିନ୍‌ ପ୍ରଦାନ କରିଥିଲେ।

ଲାଲୁଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଆଇଆର୍‌ସିଟିସି ଦୁର୍ନୀତିରେ ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମ ଚାନ୍ଦ ଗୁପ୍ତା, ତାଙ୍କ ପତ୍ନୀ ସରଳା ଗୁପ୍ତା, ତତ୍କାଳୀନ ଆଇଆର୍‌ସିଟିସିର ଏମ୍‌ଡି ପିକେ ଗୋଏଲ ଓ ଆଇଆର୍‌ସିଟିସି ନିର୍ଦ୍ଦେଶକ ରାକେଶ ସକ୍ସେନାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି।

ଲାଲୁ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ଏହି ଆଇଆର୍‌ସିଟିସି ସ୍କାମ ଘଟିଥିଲା।



from Odisha Reporter https://ift.tt/2zUb0rN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages