ଜ୍ୟୋତିର୍ଲିଙ୍ଗ ସୋମନାଥଙ୍କ ଆବିର୍ଭାବ ସମ୍ପର୍କରେ ଏମିତି କୁହେ କିମ୍ବଦନ୍ତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଜ୍ୟୋତିର୍ଲିଙ୍ଗ ସୋମନାଥଙ୍କ ଆବିର୍ଭାବ ସମ୍ପର୍କରେ ଏମିତି କୁହେ କିମ୍ବଦନ୍ତୀ

soma345

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାଦେବ ଶିବଙ୍କ ସମୁଦାୟ ୧୨ଟି ଜ୍ୟୋତିର୍ଲିଙ୍ଗ ଦେବଭୂମି ଭାରତର ବିଭିନ୍ନ ସ୍ଥାନରେ ପୂଜା ପାଉଛି। ତେବେ ଏହି ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଆଦ୍ୟ ବା ସର୍ବପ୍ରଥମ ହେଉଛନ୍ତି ଗୁଜୁରାଟର ବିଶ୍ୱପ୍ରସିଦ୍ଧ ସୋମନାଥ ଦେବ।

ସୋମନାଥ ମନ୍ଦିର ସମ୍ପର୍କରେ ପୁରାଣରେ ଏକ ରୋଚକ ଇତିହାସ ରହିଛି। କୁହାଯାଏ, ଏହି ମନ୍ଦିରକୁ ସ୍ୱୟଂ ଚନ୍ଦ୍ର ପ୍ରତିଷ୍ଠା କରିଥିଲେ। ଆଉ ଚନ୍ଦ୍ର, ଜ୍ୟୋତିର୍ଲିଙ୍ଗ ସୋମନାଥଙ୍କୁ ପ୍ରତିଷ୍ଠା କରିବା ପଛରେ ରହିଛି  ଦକ୍ଷଙ୍କ ଅଭିଶାପ ଓ ଏହି ଅଭିଶାପରୁ ମୁକ୍ତ ହେବା ପାଇଁ ମହାଦେବଙ୍କ ଉପାସନା ଭଳି କାରଣ।

ବ୍ରହ୍ମାଙ୍କ ମାନସ ପୁତ୍ର ଦକ୍ଷ ପ୍ରଜାପତିଙ୍କର୨୭ ଜଣ ନକ୍ଷତ୍ର କନ୍ୟା ଥିଲେ। ନିଜର ଏହି ସମସ୍ତ ୨୭ କନ୍ୟାଙ୍କୁ ଦକ୍ଷ ଚନ୍ଦ୍ରଙ୍କ ସହିତ ବିବାହ ଦେଇଥିଲେ। ବିବାହ ପରେ ଚନ୍ଦ୍ର ନିଜର ୨୭ ପତ୍ନୀଙ୍କ ମଧ୍ୟରୁ ରୋହିଣୀ ନକ୍ଷତ୍ରଙ୍କୁ ଅଧିକ ଭଲ ପାଉଥିଲେ। ଏଥିରେ ଅସନ୍ତୁଷ୍ଟ ଅନ୍ୟ ୨୬ ପତ୍ନୀ ସେମାନଙ୍କ ପ୍ରତି ଏହା ଅନ୍ୟାୟ ଦର୍ଶାଇ ଚନ୍ଦ୍ରଙ୍କ ବିରୋଧରେ ପିତା ଦକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

ଝିଅମାନଙ୍କଠାରୁ ଅଭିଯୋଗ ପାଇ ଦକ୍ଷ ଚନ୍ଦ୍ରଙ୍କୁ ଏପରି କାର୍ଯ୍ୟରୁ ବାରଣ କରିଥିଲେ। କିନ୍ତୁ ଚନ୍ଦ୍ର ଶ୍ୱଶୂରଙ୍କ ପରାମର୍ଶକୁ ଭ୍ରୁକ୍ଷେପ ନ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଦକ୍ଷ, ଚନ୍ଦ୍ରଙ୍କୁ ପ୍ରତିଦିନ ନିଜ ତେଜ ହରାଇବାର ଅଭିଶାପ ଦେଇଥିଲେ। ଦକ୍ଷଙ୍କ ଏହି ଶାପରୁ ମୁକ୍ତି ପାଇଁ ଚନ୍ଦ୍ର ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହୋଇଥିଲେ। ସବୁ ଶୁଣିବା ପରେ ମହାଦେବଙ୍କ ଉପାସନା ପାଇଁ ଭଗବାନ ବିଷ୍ଣୁ ଚନ୍ଦ୍ରଙ୍କୁ ପରାମର୍ଶ ଦେଲେ।

ବିଷ୍ଣୁଙ୍କ ପରାମର୍ଶ ଅନୁସାରେ, ଚନ୍ଦ୍ର ମହାଦେବଙ୍କୁ ତପସ୍ୟା ଦ୍ୱାରା ସନ୍ତୁଷ୍ଟ କରି ଶାପ ମୁକ୍ତ ହୋଇଥିଲେ।soma567ଶାପ ମୁକ୍ତ ହେବା ପରେ ଚନ୍ଦ୍ର ପୃଥିବୀରେ ଭୋଳାନାଥଙ୍କ ଏକ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରିଥିଲେ। ଚନ୍ଦ୍ରଙ୍କ ଅନ୍ୟ ଏକ ନାଁ ‘ସୋମ’ ହୋଇଥିବାରୁ ତାଙ୍କ ଆରାଧ୍ୟ ଦେବତା ସେହିଠାରେ ‘ସୋମ’ଙ୍କ ‘ନାଥ’ ଅର୍ଥାତ୍‌ ସୋମନାଥ ରୂପେ ଜଗତ ଖ୍ୟାତ ହେଲେ।

ପୌରାଣିକ ଲୋକ କଥା ଅନୁସାରେ, ଏହିଠାରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିଥିଲେ ଏବଂ ଦ୍ୱାପର ଯୁଗର ଅବସାନ ଘଟିଥିଲା।

ଏବେ ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳର ଏହି ବିଶ୍ୱବିଖ୍ୟାତ ଶୌବପୀଠ, ସୋମନାଥ ମନ୍ଦିର ରହିଛି।

ଇତିହାସ ଅନୁସାରେ, ମାମୁଦ ଗଜନୀ ଏହି ବିତ୍ତଶାଳୀ ମନ୍ଦିରକୁ ୧୭ଥର ଲୁଣ୍ଠନ କରିଥିଲା। ମୋଗଲ ଶାସନ ସମୟରେ ଏହି ମନ୍ଦିରକୁ ବାରମ୍ୱାର ଭାଙ୍ଗିବା ପାଇଁ ଉଦ୍ୟମ ମଧ୍ୟ କରାଯାଇଥିଲା।

ଶେଷରେ ୧୯୫୦ ମସିହାରେ ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଉଦ୍ୟମରେ ସୋମନାଥ ମନ୍ଦିରର ପୁନଃନିର୍ମାଣ ହୋଇଥିଲା। ଯାହା ଆଜି ଆମେ ଦେଖୁଛେ।



from Odisha Reporter https://ift.tt/2QvWsnL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages