
କୋଲକାତା:ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଜଣେ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା’ ସହିତ ୮ ଜଣ ଗୁରୁତର ହୋଇଛନ୍ତି। କୋଲକାତା ନାଗରବଜାର ଦମଦମ ସ୍ଥିତ ଏକ ଫଳ ଦୋକାନରେ ଏହି ବସ୍ପୋରଣ ଘଟିଛି।
ବିସ୍ଫୋରଣ ସ୍ଥଳରେ ପୁଲିସ ଓ ସିଆଇଡି ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ବିସ୍ଫୋରଣ ଘଟାଇଥିବା ସାମଗ୍ରୀର ଯାଞ୍ଚ କରିଥିଲେ। ହେଲେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ତେବେ ଏହି ଘଟଣାରେ ତୃଣମୂଳ କଂଗ୍ରେସ ବିଜେପିକୁ ଦାୟୀ କରିଛି। ଟିଏମସି ନେତା ପଞ୍ଚୁ ରୟ ଅଭିଯୋଗ କରିଛନ୍ତି ଯେ, ସାଉଥ୍ ଦମ୍ ଦମ୍ର ମ୍ୟୁନିସ୍ପାଲଟି ଚେୟାର ମ୍ୟାନ୍କୁ ବିଜେପି ଟାର୍ଗେଟ କରି ଏମିତି କାଣ୍ଡ ଭିଆଇଥିବା ଗୁରୁତର ଅଭିଯୋଗ ଆଣିଛି ଟିଏମ୍ସି। ସେପଟେ ଏହି ଅଭିଯୋଗକୁ ଭର୍ତ୍ସନା କରିଛି ବିଜେପି।
from Odisha Reporter https://ift.tt/2OpX6Gb
No comments:
Post a Comment