
ନୂଆଦିଲ୍ଲୀ: ସିବିଆଇରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। କେନ୍ଦ୍ର ସରକାର ରାତାରାତି ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ତେବେ ଏହାକୁ ରାକେଶ ଆସ୍ଥାନା ବିରୋଧ କରି ନଥିଲେ ହେଁ ଆଲୋକ ବର୍ମା କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଗ୍ରହଣ କରିବା ସହ ଆସନ୍ତା ୨୬ ତାରିଖରେ ଏହାର ଶୁଣାଣି କରାଯିବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।
ଶ୍ରୀ ବର୍ମାଙ୍କ ପକ୍ଷରୁ କୋର୍ଟରେ ବରିଷ୍ଠ ଆଇନ୍ଜୀବୀ ଶଙ୍କରନାରାୟଣ କହିଥିଲେ, ଶ୍ରୀ ବର୍ମା ଓ ଶ୍ରୀ ଆସ୍ଥାନାଙ୍କୁ କେନ୍ଦ୍ର ସରକାର ଅପ୍ରତ୍ୟାଶିତ ଭାବେ ଛୁଟିରେ ପଠାଇ ଦେଇଛନ୍ତି। ଏହି ଦୁଇ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରୁଥିବା ବେଳେ ଏଭଳି ଛୁଟିରେ ପଠାଇବା ଆଦୌ ଗ୍ରହଣୀୟ ନୁହେଁ। ଶ୍ରୀ ବର୍ମାଙ୍କ କାର୍ଯ୍ୟକାଳ ପୂରିବାକୁ ଆହୁରି ୨ ମାସ ରହିଛି। ତେଣୁ ସରକାର ତାଙ୍କୁ କାର୍ଯ୍ୟରୁ କେବେ ହେଲେ ବେଦଖଲ କରିପାରିବେ ନାହିଁ ବୋଲି ସେ କହିଥିଲେ। ଏହାପରେ କୋର୍ଟ ମାମଲାର ଶୁଣାଣି କରିବାକୁ ରାଜି ହୋଇଥିଲେ।
from Odisha Reporter https://ift.tt/2OL50L9
No comments:
Post a Comment