#ମି ଟୁ: ଆଲୋକ ନାଥଙ୍କ ସମ୍ପର୍କରେ ଏମିତି କହିଲେ ସୋନି ରାଜ୍‌ଦାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

#ମି ଟୁ: ଆଲୋକ ନାଥଙ୍କ ସମ୍ପର୍କରେ ଏମିତି କହିଲେ ସୋନି ରାଜ୍‌ଦାନ୍‌

ମୁମ୍ବାଇ: #ମି ଟୁ ଅଭିଯାନରେ ଫସିଥିବା ବଲିଉଡ୍‌ର ‘ସଂସ୍କାରୀ ବାବୁଜୀ’ ତଥା ଅଭିନେତା ଆଲୋକ ନାଥ୍‌ଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି ବିଗତ ଦିନର ଅଭିନେତ୍ରୀ ତଥା ଜଣାଶୁଣା ଫିଲ୍ମ ନିର୍ମାତା ମହେଶ୍ ଭଟ୍ଟଙ୍କ ପତ୍ନୀ ସୋନି ରାଜ୍‌ଦାନ୍‌।

ଅଶି ଦଶକର ଲୋକପ୍ରିୟ ଟେଲିଭିଜନ୍ ଧାରାବାହିକ ‘ବୁନିୟାଦ୍‌’ରେ ଆଲୋକ ନାଥଙ୍କ ସହ କାମ କରିଥିବା ସୋନି କହିଛନ୍ତି ଯେ “ମଦ ପିଇବା ପରେ ଆଲୋକ ନାଥଙ୍କ ଭିତରେ ଥିବା ଭିନ୍ନ ମଣିଷର ରୂପ ପଦାକୁ ଆସେ।”

ସୋନି କହିଛନ୍ତି ଯେ ଶୁଟିଂ ସେଟ୍‌ରେ ମାତାଲ୍‌ ଅବସ୍ଥାରେ ଥରେ ଆଲୋକ ନାଥ୍‌ ତାଙ୍କ ଆଡ଼କୁ ଭିନ୍ନ ଭଙ୍ଗୀରେ ଚାହିଁଥିଲେ। ତେବେ ସେ ଏହାକୁ ଆଉ ଆଗକୁ ବଢ଼ିବାକୁ ସୁଯୋଗ ଦେଇ ନଥିଲେ। ତେବେ ଆଲୋକ ନାଥଙ୍କ ଭିତରେ ଛପିଥିବା ‘ଅସାଧୁ ଚରିତ୍ର’ ସମ୍ପର୍କରେ ସେ ଭଲ ଭାବେ ଅବଗତ ଥିଲେ ବୋଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମା’ ସୋନି କହିଛନ୍ତି।

ଲେଖିକା ତଥା ପ୍ରଯୋଜିକା ବୀନ୍‌ତା ନନ୍ଦା ଆଲୋକ ନାଥଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମ୍ପର୍କରେ ସୋନିଙ୍କ କହିବା କଥା, “ପୂର୍ବ ଘଟଣା ପାଇଁ ଆଲୋକ ବୀନ୍‌ତାଙ୍କୁ କ୍ଷମା ମାଗିବା ଆବଶ୍ୟକ। ବୀନ୍‌ତାଙ୍କର ଏହା ହକ୍‌ ।”

ତେବେ କାମ ମାଗିବାକୁ ଗଲାବେଳେ ସେ କେବେ କାହାଠାରୁ ଏପରି ଯୌନ ଉତ୍ପୀଡ଼ନର ଶିକାର ହୋଇ ନାହାନ୍ତି। କିନ୍ତୁ ଏକ ଶୁଟିଂ ସେଟ୍‌ରେ କେହି ଜଣେ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିବା ସୋନି କହିଛନ୍ତି। ତେବେ ଅଭିଯୁକ୍ତଙ୍କ ନାଁ ସେ ନେଇ ନାହାନ୍ତି। ସୋନିଙ୍କ କହିବା କଥା, ସଂପୃକ୍ତ ବ୍ୟକ୍ତିଙ୍କ ପରିବାର କଥା ଚିନ୍ତା କରି ସେ ସେହି ଅଭିଯୁକ୍ତଙ୍କୁ ସେତେବେଳେ କ୍ଷମା କରି ଦେଇଥିଲେ।

ସୋଶାଲ୍ ମିଡିଆରେ #ମି ଟୁ ଅଭିଯାନ ଜୋର୍ ଧରିବା ପରେ ଆଲୋକ ନାଥଙ୍କ ବିରୋଧରେ ଲେଖିକା ତଥା ପ୍ରଯୋଜିକା ବୀନ୍‌ତା ନନ୍ଦା, ଅଭିନେତ୍ରୀ ସନ୍ଧ୍ୟା ମ୍ରିଦଲ୍‌ ଏବଂ ହମ୍ ସାଥ୍ ସାଥ୍ ହୈ ଫିଲ୍ମର ଜଣେ ମହିଳା ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ।



from Odisha Reporter https://ift.tt/2CBPTw9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages