‘ତିତ୍‌ଲି’ ମୃତ୍ୟୁସଂଖ୍ୟା ୬୧ରେ ପହଞ୍ଚିଲା, ‘ଆତ୍ମପ୍ରଚାର’ ଛାଡ଼ି କାମ କରିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

‘ତିତ୍‌ଲି’ ମୃତ୍ୟୁସଂଖ୍ୟା ୬୧ରେ ପହଞ୍ଚିଲା, ‘ଆତ୍ମପ୍ରଚାର’ ଛାଡ଼ି କାମ କରିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତିତ୍‌ଲି’ ତାଣ୍ଡବରେ ଅନେକ ଘରଦ୍ୱାର ଧ୍ୱଂସ ହୋଇଯାଇଛି। ଜୀବନଜୀବିକା ହରାଇ ଅସହାୟ ହୋଇପଡ଼ିଛନ୍ତି ଜନତା। ଏପଟେ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ମଧ୍ୟ ସବୁ ବିଭାଗ ମୁଖ୍ୟଙ୍କ ସହ ମୁଖ୍ୟଶାସନ ଓ ସଚିବ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।

ବୈଠକ ପରେ ମିଳିଥିବା ସୂଚନା ଅନୁଯାୟୀ, ସୋରଡ଼ା-ଦାରିଙ୍ଗବାଡ଼ି ରାସ୍ତାକୁ ଛାଡ଼ି ଅନ୍ୟ ସବୁ ରାସ୍ତାର ମରାମତି ସରିଛି। ଗ୍ରାମାଞ୍ଚଳରେ ୫୭୦ଟି ପାନୀୟ ଜଳ ପ୍ରକଳ୍ପର ପୁନରୁଦ୍ଧାର କାମ ସରିଛି। ଗଜପତିରେ ୧ ଲକ୍ଷ ୨୦ ହଜାର ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ୬୦ ହଜାର ଉପଭୋକ୍ତାକୁ ବିଦ୍ୟୁତ ସେବା ଯୋଗାଇଦିଆଯାଇଛି। ଭାଙ୍ଗିଥିବା ୫୭ ହଜାର ଘର ପାଇଁ ଏସ୍‌ଡିଆର୍‌ଏଫ୍‌ରୁ ସହାୟତା ପ୍ରଦାନ କରାଯାଉଛି। କେନ୍ଦ୍ର ସରକାରଙ୍କୁ ପ୍ରାଥମିକ କ୍ଷୟକ୍ଷତି ଆକଳନ ରିପୋର୍ଟ ଦିଆଯାଇଛି।

ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବଢି ୬୧ରେ ପହଞ୍ଚିଛି। ଆଉ ୧୧ ମୃତ୍ୟୁ ରିପୋର୍ଟ ଅନୁଧ୍ୟାନ ଚାଲିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି।

‘ତିତ୍‌ଲି’ ପରେ ଆସିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାତ୍ର ରାଜ୍ୟ ସରକାରଙ୍କ ପୁନରୁଦ୍ଧାର କାର୍ଯ୍ୟ ଶୈଳୀକୁ ଗ୍ରହଣ କରୁନାହାନ୍ତି ବିରୋଧୀ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଭୁବନେଶ୍ୱରରେ ବସି ଅଧିକାରୀ ଓ ଶାସକ ଦଳର ରାଜନେତାମାନେ ଆତ୍ମପ୍ରଚାର କରୁଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେଇ ବାହାବା ନେଉଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କ ପ୍ରତି ସରକାର ସାହୁକାର ଭଳି ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ଯେଉଁମାନେ ଦାୟିତ୍ୱରେ ଅଛନ୍ତି, ମୁହଁ ଫୁଟାଣି ଛାଡି କାମ କରନ୍ତୁ ବୋଲି ସେ କହିଛନ୍ତି।

ବିଜେଡି ଏହାର ଜବାବ୍ ରଖିଥିବା ବେଳେ କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି।

ବିଜେଡି ନେତା ତଥା ବିଧାୟକ ଅରୁଣ ସାହୁ କହିଛନ୍ତି-“ସାହୁକାର ଯିଏ, ତାଙ୍କୁ ଦୁନିଆଟା ସେମିତି ଦେଖାଯିବ। ସ୍ୱେଚ୍ଛାସେବୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତୁ। ବାତ୍ୟା ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି।”

କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି-“ବାତ୍ୟା ପ୍ରଭାବିତଙ୍କ ପାଇଁ କାମ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ। କେବଳ ବାହାବାର ମାନପତ୍ର ପାଇବା ପାଇଁ ପ୍ରତିଯୋଗିତା ଚାଲିଛି। ବର୍ତ୍ତମାନ ସୁଦ୍ଧା ଲୋକେ ବହୁ ଦୁଃଖରେ ଅଛନ୍ତି।”

ବାତ୍ୟା ଓ ବନ୍ୟାର ବିଭୀଷିକା ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ହେଲେ ଆଗକୁ ନିର୍ବାଚନ ଥିବାରୁ ‘ତିତଲି’କୁ ନେଇ ଥମୁନି ରାଜନୀତି। ବିପନ୍ନଙ୍କ ସମସ୍ୟାରୁ ଭରପୂର ଫାଇଦା ଉଠାଇବା ପାଇଁ ସବୁ ଦଳ ପ୍ରୟାସ କରୁଛନ୍ତି।



from Odisha Reporter https://ift.tt/2EAPRYh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages