‘ଜିଓ’କୁ ଟକ୍କର: ବିଏସ୍‌ଏନ୍‌ଏଲ୍‌ର ୧୦୯୭ ଟଙ୍କିଆ ବାର୍ଷିକ ପ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

‘ଜିଓ’କୁ ଟକ୍କର: ବିଏସ୍‌ଏନ୍‌ଏଲ୍‌ର ୧୦୯୭ ଟଙ୍କିଆ ବାର୍ଷିକ ପ୍ୟାକ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓର ନୂତନ ବର୍ଷିକିଆ ପ୍ୟାକ୍‌କୁ ଟକ୍କର ଦେବାକୁ ଯାଇ ବିଏସ୍‌ଏନ୍‌ଏଲ୍‌ ୧,୦୯୭ ଟଙ୍କିଆ ପ୍ଲାନ୍‌ ବାବଦରେ ଘୋଷଣା କରିଛି। ଏହାର ୩୬୫ ଦିନର ବୈଧତା ରହିଛି। ଜିଓ ଡାଟା ଏବଂ ଭଏସ୍‌ ସହିତ ଏହି ଅବଧି ପାଇଁ ମେସେଜ୍‌ର ସୁବିଧା ଦେଉଥିଲା। କିନ୍ତୁ ବିଏସ୍‌ଏନ୍‌ଏଲ୍‌ ଏଥିରେ କେବଳ ଡାଟା ଏବଂ ଭଏସ୍‌ କଲିଂର ସୁବିଧା ରହିବ। ବର୍ତ୍ତମାନ ଏହି ଅଫର କେବଳ କୋଲକାତା ସର୍କଲ ପାଇଁ ଲାଗୁ ହେବ ଏବଂ ଏହା ୨୦୧୯ ମସିହା ଜାନୁଆରୀ ୬ ଯାଏ ବୈଧ ରହିବ।

କିନ୍ତୁ ଜିଓର ବାର୍ଷିକ ପ୍ୟାକ୍‌ ୧,୬୯୯ଠାରୁ ଏହି ୧,୦୯୭ ଟଙ୍କିଆ ପ୍ୟାକ୍‌ ଯଥେଷ୍ଟ ଶସ୍ତା ଥିବାରୁ ଏହା କିଛି ଗ୍ରାହକଙ୍କୁ ଆକୃଷ୍ଟ କରିବାର ସମ୍ଭାବନା ରହିଛି। ଅଧିକ ମାତ୍ରାରେ କଲ୍‌ କରୁଥିବା ଗ୍ରାହକଙ୍କ ପାଇଁ ଏହି ଅଫର ଲାଭଜନକ ହେବ। ଏଥିରେ ରହିଥିବା ସମସ୍ୟାଟି ହେଉଛି ୩୬୫ ଦିନ ପାଇଁ ମାତ୍ର ୨୫ ଜିବିର ମାଗଣା ଡାଟା ମିଳିବ। କିନ୍ତୁ ଜିଓ ପ୍ରତିଦିନ ୧.୫ ଜିବିର ୪ଜି ଡାଟା ଦେବ। ଏହାର ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍ ୨୨ଟି ସର୍କଲ ପାଇଁ ଲାଗୁ ହେଉଥିବାବେଳେ ବିଏସ୍‌ଏନ୍‌ଏଲ୍‌ କେବଳ ଅଳ୍ପ କିଛି ସର୍କଲ ପାଇଁ ଏହି ସୁବିଧା ଘୋଷଣା କରିଛି।



from Odisha Reporter https://ift.tt/2PEML6l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages