
ମେରଠ୍: ମେରଠ୍ର ଇଞ୍ଚୋଲି ଗାଁରେ ଏକ ମନ୍ଦିରରେ ମା’ କାଳୀଙ୍କ ମୂର୍ତ୍ତି ସ୍ଥାପନ କରାଇ ଦିଆ ନଯିବାରୁ ୫୦ ପରିବାର ଧର୍ମ ପରିବର୍ତ୍ତନ କରିବାକୁ ଧମକ ଦେଇଛନ୍ତି। ଏସବୁ ପରିବାର ଦଳିତ ବର୍ଗର ବୋଲି ଜଣାପଡ଼ିଛି। ଅଞ୍ଚଳର କିଛି ଉଚ୍ଚ ଜାତିର ଲୋକେ ସେମାନଙ୍କୁ ମନ୍ଦିରରେ ମା’ କାଳୀଙ୍କ ମୂର୍ତ୍ତି ସ୍ଥାପନ କରାଇ ଦେଇ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଦଳିତ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଜଣେ ଦଳିତ ବ୍ୟକ୍ତି କହିଛନ୍ତି, “ଆମେ କ’ଣ ହିନ୍ଦୁ ନୁହେଁ ? ଆମକୁ ମନ୍ଦିରରେ କାଳୀଙ୍କ ମୂର୍ତ୍ତି ସ୍ଥାପନ କରିବାକୁ ଦିଆଗଲା ନାହିଁ। ଆମେ କେଉଁଠିକୁ ଯିବୁ? ଏହାଠାରୁ ବରଂ ଭଲ ହେବ ଆମେ ଧର୍ମ ପରିବର୍ତ୍ତନ କରିଦେବୁ।”
ମା’ କାଳୀଙ୍କ ମୂର୍ତ୍ତି ସ୍ଥାପନ କରିବାକୁ ବିରୋଧ କରୁଥିବା ଲୋକେ ମନ୍ଦିର ପରିସରରେ କାର୍ ଓ ଟ୍ରାକ୍ଟର ପାର୍କିଂ କରୁଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟ ଜଣେ କହିଛନ୍ତି, “ବୋଲବମ୍ ଯାତ୍ରା ସମୟରେ ମା’ କାଳୀଙ୍କ ମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ଉଚ୍ଚ ଜାତିର ଲୋକେ ବି ସହମତ ହୋଇଥିଲେ। ନବରାତ୍ରର ପ୍ରଥମ ଦିନରେ ଯେତେବେଳେ ଆମେ ମା’ଙ୍କ ପ୍ରତିମା ସ୍ଥାପନ କରିବାକୁ ଗଲୁ, କିଛି ଲୋକ ନିଜକୁ ମନ୍ଦିର କମିଟି ସଦସ୍ୟ କହି ବିରୋଧ କରିଥିଲେ।”
୫୦ ପରିବାର ଧର୍ମ ପରିବର୍ତ୍ତନର ଧମକ ଦେବା ପରେ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ବଢ଼ି ଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାମଚନ୍ଦ୍ର କହିଛନ୍ତି, “ଲୋକେ ଧର୍ମ ପରିବର୍ତ୍ତନର ଧମକ ଦେଇଥିବା ନେଇ ଆମ ପାଖରେ କୌଣସି ସୂଚନା ନାହିଁ। ତଥାପି ଏହାର ତଦନ୍ତ କରାଯିବ।”
from Odisha Reporter https://ift.tt/2CDy7JV
No comments:
Post a Comment