ମାଟିରେ ମିଶିବାକୁ ବର୍ଷ ବର୍ଷ ଲାଗୁଥିବା ପ୍ଲାଷ୍ଟିକ୍‌କୁ କିଛି ସମୟରେ ଖାଇଦେବ ଏହି ପୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ମାଟିରେ ମିଶିବାକୁ ବର୍ଷ ବର୍ଷ ଲାଗୁଥିବା ପ୍ଲାଷ୍ଟିକ୍‌କୁ କିଛି ସମୟରେ ଖାଇଦେବ ଏହି ପୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ଲାଷ୍ଟିକର ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏହାକୁ ରୋକିବା ପାଇଁ ବିଭିନ୍ନ ଦେଶରେ ଲୋକଙ୍କୁ ସଚେତନ କରାଯାଉଛି। ଭାରତରେ ମଧ୍ୟ ଅନେକ ରାଜ୍ୟକୁ ପଲିଥିନ ମୁକ୍ତ କରିବା ଲାଗି ସରକାର ତତ୍ପରତା ଦେଖାଉଛନ୍ତି।

ଏହା ନଷ୍ଟ ହେବାକୁ ବହୁତ ସମୟ ଲାଗୁଥିବାରୁ ଏପରି କରାଯାଉଛି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଗୋଟିଏ ପୋକ ଅଛି ଯିଏ ପ୍ଲାଷ୍ଟିକ୍‌କୁ ଅଚିରେ ଖାଇପାରେ।

କେମ୍ବ୍ରିଜ ୟୁନିଭରସିଟିର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ମହୁଫେଣା ଖାଇଦେଉଥିବା ଏକ ପ୍ରକାରର ପୋକ ପ୍ଲାଷ୍ଟିକକୁ ମଧ୍ୟ ଖାଇଦିଏ।  ତେଣୁ ପ୍ଲାଷ୍ଟିକ୍‌ ପ୍ରଦୂଷଣ ଦୂର କରିବାରେ ଏହି ପୋକ ସହାୟକ ହୋଇପାରେ।

ଗବେଷଣାରୁ ଜଣାପଡ଼ିଛି ଯେ ଏହି ପୋକ ପ୍ଲାଷ୍ଟିକର କେମିକାଲ ତତ୍ୱକୁ ସେହିପରି ତନ୍ନ ତନ୍ନ କରିଦିଏ ଯେପରି ମହୁଫେଣାକୁ ସେ ପାଚନ କରିଥାଏ। ପ୍ରତିବର୍ଷ ସାରା ବିଶ୍ୱରେ ଆଠ କୋଟି ଟନ୍‌ ପ୍ଲାଷ୍ଟିକ୍‌ ଉତ୍ପାଦନ କରାଯାଏ। ଏହି ପ୍ଲାଷ୍ଟିକ୍‌ର ବ୍ୟବହାର ସପିଂ ବ୍ୟାଗ୍‌, ଫୁଡ୍‌ ପ୍ୟାକେଜିଂ ଇଣ୍ଡଷ୍ଟ୍ରୀରେ କରାଯାଏ। ହେଲେ ଏଗୁଡ଼ିକୁ ମାଟିରେ ମିଶିବା ଲାଗି ବର୍ଷ ବର୍ଷ ଲାଗିଥାଏ। କିନ୍ତୁ ଗ୍ୟାଲେରିୟା ମେଲୋନେଲା ନାମକ ଏହି ପୋକ ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ଲାଷ୍ଟିକକୁ ଭକ୍ଷଣ କରିପାରେ।

ୟୁନିଭରସିଟି ଅଫ୍‌ କେମ୍ବ୍ରିଜ୍‌ର ବାୟୋକେମିଷ୍ଟ ଡକ୍ଟର ପାଓଲୋ ବମ୍ବେଲି ଏହି ସର୍ଭେରେ ସାମିଲ ଥିଲେ। ସେ କହିଛନ୍ତି, ‘ଏହି ପୋକ ଏକ ଆରମ୍ଭ ମାତ୍ର। ଆମକୁ ବାସ୍‌ ଜାଣିବାର ଅଛି ଯେ ଏହା କେମିତି ଏହି କାମ କରିଥାଏ। ଆମେ ଆଶା ରଖୁଛୁ ଯେ ଏଥିରୁ ପ୍ଲାଷ୍ଟିକ୍‌ ସମସ୍ୟାକୁ ଦୂର କରିବା ଲାଗି କିଛି ଉପାୟ ବାହାର କରାଯାଇପାରିବ।’



from Odisha Reporter https://ift.tt/2A3de8y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages