ଦୀପାବଳି ସନ୍ଧ୍ୟାରେ ଚାହା ସହ ପରସନ୍ତୁ ସୁଆଦିଆ ‘ମଠରି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଦୀପାବଳି ସନ୍ଧ୍ୟାରେ ଚାହା ସହ ପରସନ୍ତୁ ସୁଆଦିଆ ‘ମଠରି’

ମଠରି ହେଉଛି ଉତ୍ତର ଭାରତର ପାରମ୍ପାରିକ ସ୍ନାକ୍ସ। ବିଶେଷ କରି ଦୀପାବଳିରେ ଏହାକୁ ତିଆରି କରାଯାଏ। ଭଲ ମଠରୀ ତିଆରି ହେବା ପାଇଁ ଭଲଭାବେ ଅଟା ଦଳିବା ଓ ଭଲଭାବେ ଛାଣିବା ଜରୁରୀ। ଏହାକୁ ତିଆରି କରିବା ପାଇଁ ଖୁବ୍‌ କମ୍‌ ସାମଗ୍ରୀ ଓ ଖୁବ୍‌ କମ୍‌ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା ମଠରି କେମିତି ତିଆରି ହୁଏ।

ଆବଶ୍ୟକ ସାମଗ୍ରୀ: ମଇଦା, ସୁଜି, ଜୁଆଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ତେଲ।  
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମଇଦାରେ ସୁଜି, ଜୁଆଣି, ଗୋଲମରିଚ ଗୁଣ୍ଡ, ଲୁଣ ଓ ତେଲ ପକାଇ ମିଶାନ୍ତୁ। ଏଥିରେ ଅଳ୍ପ ଅଳ୍ପ ପାଣି ମିଶାଇ ଅଟା ଦଳିବା ଭଳି ଚକଟିଦିଅନ୍ତୁ। ଚକଟି ସାରିବା ପରେ ୧୫-୨୦ ମିନିଟ୍‌ ପାଇଁ ଏହାକୁ ଘୋଡ଼ାଇ ରଖିଦିଅନ୍ତୁ। ୧୫-୨୦ ମିନିଟ୍‌ ପରେ ପୁଣିଥରେ ଏହି ମିଶ୍ରଣକୁ କିଛି ସମୟ ଚକଟନ୍ତୁ। ଏହି ମିଶ୍ରଣକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହି ଗୁଳାକୁ ଆପଣ ନିଜ ମନ ପସନ୍ଦର ଆକୃତି ଦେଇପାରିବେ। ଏବେ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ମଧ୍ୟମ ଆଞ୍ଚରେ ଛାଣନ୍ତୁ। ଟିକେ ହଳଦିଆ ପଡି ଆସିଲେ ଏହାକୁ ପ୍ଲେଟ୍‌କୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ମଠରି। ଦୀପବଳୀରେ ଘରକୁ ଆସିଥିବା ଅତିଥିଙ୍କୁ ଚାହା ସହ ଏହାକୁ ପରସନ୍ତୁ।



from Odisha Reporter https://ift.tt/2JiBzdj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages