
ନୂଆଦିଲ୍ଲୀ: ପାକିସ୍ତାନ ବାରମ୍ବାର ସୀମାପାର ଆତଙ୍କବାଦକୁ ସମର୍ଥନ କରି ଭାରତରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ବାରମ୍ବାର ଭାରତର ତାଗିଦ୍ ସତ୍ତ୍ୱେ ପାକିସ୍ତାନ ଆତଙ୍କବାଦୀ ଓ ଆତଙ୍କବାଦଙ୍କୁ ସମର୍ଥନ କରି ଆସୁଛି। ଏହି କାରଣରୁ ଆଜି ଭାରତୀୟ ସେନାଧ୍ୟକ୍ଷ ଜେନେରାଲ୍ ବିପିନ୍ ରାୱତ୍ ପାକିସ୍ତାନକୁ ଧମକ ଦେଇଛନ୍ତି। ଯଦି ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନକରେ, ତା’ହେଲେ ଭାରତୀୟ ସେନା ଏହାକୁ ବନ୍ଦ କରିବା ପାଇଁ ଭିନ୍ନଭିନ୍ନ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।
ପଦାତିକ ଦିବସ ପାଳନ ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରାୱତ ଏଭଳି କହିଛନ୍ତି। ସେ କହିଛନ୍ତି, “ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନ ସର୍ବଦା ଚେଷ୍ଟା କରୁଛି। ତେବେ ଭାରତୀୟ ସେନା ସୀମା ପାଖ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଯଥେଷ୍ଟ କ୍ଷମତା ରଖିଛି। ଭାରତର ସୀମାବର୍ତ୍ତୀ ଅଞ୍ଚଳ ସର୍ବଦା ଭାରତର ହୋଇରହିବ ଏବଂ ଏହାକୁ କେହି ଭାରତ ଠାରୁ ଛଢ଼ାଇ ନେଇପାରିବେ ନାହିଁ।
” ପାକିସ୍ତାନ ସୀମାପାର ଆତଙ୍କବାଦୀଙ୍କୁ ସମର୍ଥନ ଦେଇ ଭାରତ ସହ ଚ୍ଛାୟାଯୁଦ୍ଧ ଚଳାଇଛି। ୧୯୭୧ ଯୁଦ୍ଧରେ ପାକିସ୍ତାନ ଭାରତଠାରୁ ହାରିବା ପରେ ବାଂଲାଦେଶ ଗଠନ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ପାକିସ୍ତାନ ସେବେଠାରୁ ଭାରତର ସହ ଛାୟାଯୁଦ୍ଧ କରି ଆସୁଛି। ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଛଡ଼ାଇ ନେବାକୁ ପାକିସ୍ତାନ ଚେଷ୍ଟା କରୁଛି। ହେଲେ ପାକିସ୍ତାନକୁ ମନେରଖିବାକୁ ହେବ ଯେ ଜମ୍ମୁ-କଶ୍ମୀର ଭାରତର ଅଂଶବିଶେଷ। ଏହାର ସୁରକ୍ଷା ପାଇଁ ଭାରତୀୟ ସେନା ସକ୍ଷମ।
“ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି। ଏହାକୁ ରୋକିବାକୁ ଆମେ ସକ୍ଷମ ହୋଇଛୁ ଏବଂ ଆଗକୁ ମଧ୍ୟ ହେବୁ। ହେଲେ ପାକିସ୍ତାନ ବାରମ୍ବାର ଏଭଳି ଅନୁପ୍ରବେଶକୁ ସମର୍ଥନ କଲେ ଭାରତୀୟ ସେନା ଅନ୍ୟ ଉପାୟରେ ମଧ୍ୟ ଏହାର ଜବାବ ଦେବାକୁ ସକ୍ଷମ। ପାକିସ୍ତାନ ଏହାକୁ ଭଲ ଭାବେ ମନେ ରଖିବା ଦରକାର” ବୋଲି ସେନାଧ୍ୟକ୍ଷ ରାୱତ କହିଛନ୍ତି।
from Odisha Reporter https://ift.tt/2O9UUhz
No comments:
Post a Comment