ସମୁଦ୍ରରେ ବିମାନ ଖସିବା ଘଟଣା: ପାଇଲଟ୍‌ ଥିଲେ ଦିଲ୍ଲୀର ଭବ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ସମୁଦ୍ରରେ ବିମାନ ଖସିବା ଘଟଣା: ପାଇଲଟ୍‌ ଥିଲେ ଦିଲ୍ଲୀର ଭବ୍ୟ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବିମାନ ସେବା ସଂସ୍ଥା ଲାୟନ୍‌ ଏୟାରର ବୋଇଂ ୭୩୭ ମ୍ୟାକ୍ସ ଆଜି ଦୁର୍ଘଟଣାଗ୍ରସ୍ତ ହୋଇ ଜାଭା ସମୁଦ୍ରରେ ଖସି ପଡ଼ିଛି। ଏହି ବିମାନରେ କ୍ରୁ ସଦସ୍ୟଙ୍କୁ ମିଶାଇ ସମୁଦାୟ ୧୮୯ ଜଣ ଲୋକ ଥିଲେ। ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବାରୁ ସମସ୍ତ ୧୮୯ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ତେବେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ। ବିମାନଟି ଜାକର୍ତ୍ତାରୁ ପାଙ୍ଗକଲ ପିନାଙ୍ଗ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବିମାନର ପାଇଲଟ୍‌ ଜଣେ ଭାରତୀୟ। ଦିଲ୍ଲୀରେ ରହୁଥିବା ଭବ୍ୟ ସୁନେଜା ଲାୟନ୍‌ ଏୟାରର ଏହି ବିମାନର ପାଇଲଟ୍‌ ଥିଲେ। ସୁନେଜା ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ରୁହନ୍ତି। ସେ ୨୦୧୧ରେ ଇଣ୍ଡୋନେସିଆର ଲାୟନ୍‌ ଏୟାର ସଂସ୍ଥାରେ ଯୋଗ ଦେଇଥିଲେ। ଏହିଠାରେ ହିଁ ସେ ବୋଇଂ ୭୩୭ ଚଳାଉଥିଲେ। ୩୧ ବର୍ଷୀୟ ସୁନେଜା ଖୁବ୍‌ଶୀଘ୍ର ଭାରତ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଥିଲା। କିନ୍ତୁ ଏବେ ସବୁ କିଛି ଓଲଟପାଲଟ ହୋଇଯାଇଛି।

plane

ସୂଚନା ଅନୁସାରେ ୨୦୦୯ରେ ସୁନେଜା ବେଲ୍‌ ଏୟାର ଇଣ୍ଟରନ୍ୟାଶନାଲ୍‌ଠାରୁ ବିମାନ ଚଳାଇବାକୁ ଲାଇସେନ୍ସ ପାଇଥିଲେ। ସେ ପ୍ରଥମେ ୨୦୧୦ରେ ଏମିରେଟସ୍‌ରେ ଟ୍ରେନି ପାଇଲଟ୍‌ ଭାବେ କାର୍ଯ୍ୟ କରିବା ପରେ ୨୦୧୧ ମସିହା ମାର୍ଚ୍ଚ ମାସରେ ଲାୟନ୍‌ ଏୟାରରେ ମୁଖ୍ୟ ପାଇଲଟ୍‌ ଭାବେ ଯୋଗଦେଇଥିଲେ।



from Odisha Reporter https://ift.tt/2qjkjvL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages