ଅନ୍ଧାର ରାତିରେ ପିତୃପୁରୁଷଙ୍କୁ ଏମିତି ବାଡ଼ କଢେଇ ଦିଅନ୍ତି ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଅନ୍ଧାର ରାତିରେ ପିତୃପୁରୁଷଙ୍କୁ ଏମିତି ବାଡ଼ କଢେଇ ଦିଅନ୍ତି ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବଡ଼ବଡ଼ୁଆ ହୋ ! ଅନ୍ଧାରରେ ଆସି ଆଲୁଏ ଯାଅ । ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚେ ଗଡ଼ଗଡ଼ଉ ଥାଅ ।”

ଏମିତି କହି ଆପଣ ବି ବଡ଼ ବଡିଆ ଡାକିଥିବେ। ଓଡ଼ିଆ ଘରେ ଦୀପାବଳି ଉତ୍ସବର ଏ ହେଉଛି ପ୍ରମୁଖ ଆଉ ଚର୍ଚ୍ଚିତ ପରମ୍ପରା। ଯାହାକୁ ସାଧାରଣ ଓଡିଆ ଭାବେ ଆମେ ଜାଣିବା ନିହାତି ଆବଶ୍ୟକ।

ଆପଣଙ୍କ ମନରେ ବି ଅନେକ ସମୟରେ ପ୍ରଶ୍ନ ଆସିଥିବ, ଏ ପାରମ୍ପରିକ ଡାକ ବା ବୋଲିର ବାସ୍ତବିକ୍‌ ଅର୍ଥ କ’ଣ ବୋଲି।

ତେବେ ଆସନ୍ତୁ ଜାଣିବା ଏହି “ବଡ଼ ବଡିଆ ଡାକ” କ’ଣ?

ଓଡ଼ିଆ ଚଳଣିରେ ପିତୃପକ୍ଷର ଅୟମାରମ୍ଭ ହୋଇଥାଏ ମହାଳୟ ଅମାବାସ୍ୟାରେ। ଏହି ଦିନକୁ ଆଧାର କରି ଆମେ ‘ମଉଳା’ ବା ମହାଳୟା ଶ୍ରାଦ୍ଧ ଦେଇଥାଉ। ବଡ଼ବଡିଆ ବା ଗୃହରେ ଥିବା ‘ଇଶାଣ’ଙ୍କ ପାଖରେ ଶ୍ରଦ୍ଧା ସମର୍ପଣ ପୂର୍ବରୁ ପ୍ରସାଦ ଲାଗି କରାଯାଇଥାଏ। ଧାର୍ମିକ ବିଶ୍ୱାସ ମୁତାବକ ଗୋଟିଏ ପକ୍ଷ ଆମ ପିତୃପୁରୁଷ ଆମ ସହ ରହିବାକୁ ଭୁଲୋକକୁ ଆସନ୍ତି। ଆଉ ସେମାନେ ସ୍ୱଲୋକକୁ ଫେରିବାର ଦିନଟି ହେଉଛି ଦୀପାବଳି ଅମାବାସ୍ୟ। ଯାହାକୁ ଓଡିଆ ଘରେ ବଡ଼ ବଡିଆ ଡକା ପରମ୍ପରା ବୋଲି କୁହାଯାଏ।

ଉପରୋକ୍ତ ବୋଲିରେ ପିତୃ ପୁରୁଷମାନଙ୍କୁ ଆନନ୍ଦରେ ନିବାସ କରିବା ଲାଗି କୁହାଯାଇଛି। ଗବେଷକଙ୍କ ମତରେ  ହିନ୍ଦୁ ମତବାଦରେ ଗଙ୍ଗା, ଗୟା, କାଶି ଓ ପୁରୁଷୋତ୍ତମ ଶ୍ରୀକ୍ଷେତ୍ରକୁ ସଂସାରର ସବୁଠାରୁ ପବିତ୍ରତମ ସ୍ଥାନ ବୋଲି ବିବେଚନା କରାଯାଇଛି। ଯେଉଁଠାରେ ଜଳ, ସ୍ଥଳ ଆଉ ଅନ୍ତରୀକ୍ଷରେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ। ଏଣୁ ବଡ଼ ବଡିଆ ଡାକ ସମୟରେ ୫୪ଟି କାଠି ବଳିତା(୫୪ ପୁରୁଷଙ୍କ ଉଦ୍ଦେଶ୍ୟରେ) ଅଥବା କାଉଁରୀଆ କାଠିରେ ଅଗ୍ନି ସଂଯୋଗ କରି ଅନ୍ଧାର ରାତି(ଅମାବାସ୍ୟା ତିଥି ହୋଇଥିବାରୁ)ରେ ପିତୃପକ୍ଷଙ୍କୁ ସ୍ୱର୍ଗ ପ୍ରତ୍ୟାବର୍ତ୍ତନ ପଥ ପ୍ରଦର୍ଶନ କରିଥାନ୍ତି ତାଙ୍କର ବଂଶଜମାନେ। ମହାପ୍ରସାଦ ସେବନ କରି ମହାପ୍ରଭୁଙ୍କ ୨୨ ପାହାଚରେ ଆନନ୍ଦରେ ସ୍ୱର୍ଗ ପଥରେ ଆରୁଢ ହୁଅନ୍ତୁ ବୋଲି ଏଥିରେ କୁହାଯାଇଥାଏ।

ଏଣୁ ଦୀପାବଳି ଭାରତର ଅନ୍ୟ ପ୍ରାନ୍ତ ଅପେକ୍ଷା ଓଡ଼ିଶାରେ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ।

ବଡ଼ବଡ଼ୁଆ ଡାକ ବା ପୟାଶ୍ରାଦ୍ଧ ଦିନ ଘରର ସଦସ୍ୟମାନେ ବାରଣ୍ଡା ବା ଅଗଣାରେ ଏକତ୍ରିତ ହୋଇଥାନ୍ତି । ସେଠାରେ ମୁରୁଜ ପକାଇ ଏକ ବଡ଼ ବୋଇତ ବା ଡଙ୍ଗାର ଚିତ୍ର ଅଙ୍କିତ କରାଯାଇଥାଏ । ଏହି ଡଙ୍ଗାର ଋଷି, ଦେବତା ଓ ପିତୃପୁରୁଷମାନଙ୍କ ନିମନ୍ତେ ସ୍ୱତନ୍ତ୍ର କୋଠରୀ ଅଙ୍କିତ ହୋଇଥାଏ ।

ମୁରୁଜ ବା ଝୋଟି ପଡ଼ିଥିବା ଏହି ସବୁ କୋଠରୀରେ ତୁଳା, ସୋରିଷ, ହଳଦୀ, ପନିପରିବା, ପିଠା, ମିଠା, ଲୁଣ, ଶତାବରୀ ମୂଳ, ବନ୍ୟ ଲତା ଇତ୍ୟାଦି ଦ୍ରବ୍ୟ ରଖାଯାଏ । ମଧ୍ୟଭାଗରେ ରହିଥିବା ଗୋଟିଏ କୋଠରୀରେ ଭୋଗ ରଖାଯାଇଥାଏ । କାଠି ବଳିତା କିମ୍ବା କାଉଁରିଆ କାଠିର ଅଗରେ ଅଗ୍ନି ସଂଯୋଗ କରି ମଶାଲ ଭଳି ଆକାଶକୁ ଦେଖାଇ ବଡ ବଡିଆ ଡକା ଯାଇଥାଏ।



from Odisha Reporter https://ift.tt/2ENMAVB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages