ଜାଣିଛନ୍ତି କି? ଥରଟିଏ ଯୌନସଂଗମ ପାଇଁ ଜଣେ ପୁରୁଷର କେତେ କ୍ୟାଲୋରୀ ନଷ୍ଟ ହୋଇଥାଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଜାଣିଛନ୍ତି କି? ଥରଟିଏ ଯୌନସଂଗମ ପାଇଁ ଜଣେ ପୁରୁଷର କେତେ କ୍ୟାଲୋରୀ ନଷ୍ଟ ହୋଇଥାଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ତ୍ରୀ-ପୁରୁଷ ମିଳନ ହେଉଛି ସୃଷ୍ଟି-ତତ୍ୱର ଅଧାର। ମଣିଷର ଜୀବନ-ଶୈଳୀରେ ସେକ୍ସ ବା ଯୌନସଙ୍ଗମ ଏକ ଅଭିନ୍ନ ଅଂଶ। ଏହା ଏକ ପବିତ୍ର ପ୍ରାକୃତିକ ପ୍ରକ୍ରିୟା ବୋଲି କୁହାଯାଏ

ସ୍ତ୍ରୀ-ପୁରୁଷ ଯୌନସଂଗମକୁ ନେଇ ବୈଜ୍ଞାନିକମାନେ ଅନେକ ସର୍ବେକ୍ଷଣ କରିଛନ୍ତି। ଗବେଷଣା ବେଳେ ଅନେକ ରୋଚକ ତଥ୍ୟ ମଧ୍ୟ ପଦାକୁ ଆସିଥାଏ। ରକ୍ଷଣଶୀଳ ଭାରତୀୟ ସମାଜରେ ଯୌନଶିକ୍ଷା ପ୍ରଚଳନ ହୋଇପାରି ନାହିଁ। କିନ୍ତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏହାକୁ ସୀକୃତି ଦିଆସରିଛି। ଏବେଏବେ ହୋଇଥିବା ଏକ ସର୍ବେକ୍ଷଣରୁ ଯେଉଁସବୁ ତଥ୍ୟ ଆସିଛି ତାହା ଅତ୍ୟନ୍ତ ରୋଚକ। ଆସନ୍ତୁ ଜାଣିବା ଏଥିରୁ କିଛି।

–        ଥରେ ମୈଥୁନ ହେଲେ ପୁରୁଷ ଶରୀରରୁ ଯେଉଁ ବୀର୍ଯ୍ୟ ନିର୍ଗତ ହୁଏ ସେଥିରେ ୩୦ରୁ ୪୫ କୋଟି ଶୁକ୍ରାଣୁ ଥାଆନ୍ତି

–        ମେଡିକାଲ ଲ୍ୟାବ୍‌ରେ ଥିବା ବୀର୍ଯ୍ୟ ବ୍ୟାଙ୍କର ତାପମାତ୍ରା ହେଲା ମାଇନସ୍‌ ୧୯୬.୯ ଡିଗ୍ରୀ ସେଲସିୟସ୍‌।

–        ମନସ୍ତତ୍ତ୍ଵବିତ୍‌ଙ୍କ ମତରେ ପ୍ରାୟ ୨୫ ପ୍ରତିଶତ ପୁରୁଷଙ୍କ ମନରେ ସେକ୍ସ ବା ଯୌନସଂଗମକୁ ନେଇ ସର୍ବଦା ଭାବନା ଥାଏ।

–        ଯୌନସଂଗମ ସମୟରେ ଉଭୟ ପୁରୁଷ ଓ ମହିଳାଙ୍କ ହୃତ୍ କମ୍ପନ, ପ୍ରତି ମିନିଟ୍‌ରେ ୧୪୦ ଛୁଇଁଯାଏ।

–        ମହିଳାମାନେ ୪୫ ବର୍ଷ ପର୍ଯ୍ୟନ୍ତ ୩ ହଜାରଥର ଯୌନସଂଗମ କରିପାରନ୍ତି।

–        ଥରେ ମୈଥୁନ କଲେ ଜଣେ ପୁରୁଷର ଶହେ କ୍ୟାଲୋରୀ ନଷ୍ଟ ହୋଇଥାଏ।

–        ମଦ୍ୟପାନ କରୁଥିବା ପୁରୁଷଙ୍କ ସହ ଯୌନସଂପର୍କ ରକ୍ଷା ପାଇଁ ଅଧିକାଂଶ ମହିଳା ରାଜି ହୁଅନ୍ତି ନାହିଁ।

–        ଯୌନସଂଗମ ବେଳେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଶରୀରରୁ ଅଧିକ ଝାଳ ବୋହିଥାଏ।

–        ଯୌନସଂଗମ ବେଳେ ୩୦ ପ୍ରତିଶତ ପୁରୁଷଙ୍କର ଶୀଘ୍ର ବୀର୍ଯ୍ୟପତନ ହୋଇଯାଏ।

–        ଗୋଟିଏ ଦିନରେ ପ୍ରାୟ ୧୦୦ କୋଟି ଲୋକେ ଯୌନସଂଗମରେ ଲିପ୍ତ ରହନ୍ତି।

–        ଯୌନଜୀବନ ଅତିବାହିତ କଲେ ମହିଳାଙ୍କ ଶାରିରୀକ ସଂରଚନାରେ ଆଖିଦୃଶିଆ ପରିବର୍ତ୍ତନ ଆସିଥାଏ।

–        ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କଣ୍ଡୋମ୍‌ର ବ୍ୟବହାର ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ତେବେ ଏହାର କାରଣ ଥିଲା ଅଲଗା। ଦିନଦିନ ଧରି ସୈନ୍ୟମାନେ ଗୋଟିଏ ଡ୍ରେସ୍‌ ପିନ୍ଧି ଯୁଦ୍ଧ କରୁଥିଲେ। ତେଣୁ ଶରୀରରୁ ନିର୍ଗତ ଝାଳ ଯେମିତି ଯୌନାଙ୍ଗ ସଂସ୍ପର୍ଶରେ ଆସି ଇନ୍‌ଫେକସନ୍‌ ନ ହୁଏ, ସେଥିପାଇଁ ଏମିତି ସତର୍କତା ଅବଲମ୍ବନ କରାଯାଉଥିଲା।



from Odisha Reporter https://ift.tt/2Q7QeLj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages