କ୍ୟାଟ୍‌ ୱାକ୍‌ କଲା ବିଲେଇ, ଭାଇରାଲ୍‌ ହେଲା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

କ୍ୟାଟ୍‌ ୱାକ୍‌ କଲା ବିଲେଇ, ଭାଇରାଲ୍‌ ହେଲା ଭିଡିଓ

ଫ୍ୟାସନ୍‌ ଶୋ’ଗୁଡିକରେ ମଡେଲ୍‌ମାନେ ରାମ୍ପରେ ଚାଲିବାର ଆପଣ ଦେଖିଥିବେ। ଆଉ ସେହି ଚାଲିବାକୁ ‘କ୍ୟାଟ୍‌ ୱାକ୍‌’ କୁହାଯାଏ। ଏହାର ମାନେ ବିଲେଇ ଭଳି ଚାଲିବା। ଅଙ୍କେଇ ବଙ୍କେଇ ବିଲେଇ ଯେପରି ଚାଲେ ମଡେଲ୍‌ମାନଙ୍କ ଚାଲିକୁ ତାହା ସହିତ ତୁଳନା କରାଯାଇଛି।

ରାମ୍ପରେ ମଡେଲ ଚାଲିବା ବେଳେ ଏହା ଉପସ୍ଥିତ ଲୋକମାନଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଥରେ ଭାବନ୍ତୁ, ଯଦି ରାମ୍ପରେ କେବେ ପ୍ରକୃତରେ ବିଲେଇ ଆସି ଚାଲିବା ଆରମ୍ଭ କରିବ ତେବେ ପରିବେଶ କେମିତି ରହିବ।

କଥା ଶୁଣି ଆପଣ ହସୁଥିବେ। ଭାବୁଥିବେ ଆମେ ଇଆଡୁ ସିଆଡୁ କ’ଣ ଗୁଡାଏ ଗପୁଛୁ।

ନାଇଁ ନାଇଁ ଆଜ୍ଞା, ସେମିତି ନୁହେଁ। ସତସତିକା ଏମିତି ଏକ ମନୋରମ ପରିବେଶ ଦେଖିବାକୁ ମିଳିଥିଲା ଇସ୍ତାନବୁଲ୍‌ରେ।

ସେଠାରେ ଚାଲିଥିବା ‘ଏସମୋଡ ଇଣ୍ଟରନ୍ୟାସନାଲ୍‌ ଫ୍ୟାସନ ଶୋ’ରେ ଏମିତି କିଛି ଦୃଶ୍ୟ ଏବେ ସେଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶୋ’ ଚାଲିଥିବା ସମୟରେ ଷ୍ଟେଜ୍‌କୁ ଗୋଟେ ବିଲେଇ ଚାଲିଆସି ମଡେଲ୍‌ମାନଙ୍କ ସହ ଚାଲିବା ଆରମ୍ଭ କରିଥିଲା। ଅପ୍ରତ୍ୟାସିତ ଭାବେ ଘଟଣାଟି ଘଟିଥିବାରୁ ଏହା ଦେଖିବା ପରେ ଉପସ୍ଥିତ ଲୋକେ ହସି ହସି ବେଦମ୍‌ ହୋଇଯାଇଥିଲେ।

କିଛି ଲୋକ ମଡେଲ୍‌ ଏବଂ ବିଲେଇର କ୍ୟାଟ୍‌ ୱାକ୍‌କୁ ଭିଡିଓ କରିବାରେ ଲାଗିଲେ। ଯାହା ଏବେ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

 



from Odisha Reporter https://ift.tt/2ACFdw9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages