ମୃତ୍ୟୁ ପୂର୍ବରୁ ଆଜିର ଦିନରେ ଭୁବନେଶ୍ୱରରେ ଅନ୍ତିମ ଭାଷଣ ଦେଇଥିଲେ ଇନ୍ଦିରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ମୃତ୍ୟୁ ପୂର୍ବରୁ ଆଜିର ଦିନରେ ଭୁବନେଶ୍ୱରରେ ଅନ୍ତିମ ଭାଷଣ ଦେଇଥିଲେ ଇନ୍ଦିରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଇନ୍ଦିରା ଗାନ୍ଧିଙ୍କର ତିରୋଧାନ ଦିବସ ହେଉଛି ଆସନ୍ତା କାଲି, ୩୧ ଅକ୍ଟୋବର। ଆଜକୁ ଠିକ୍‌ ୩୪ ବର୍ଷ ପୂର୍ବେ ନିଜ ବାସଭବନ ୧-ସଫଦରଜଙ୍ଗ ରୋଡସ୍ଥିତ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳି ପଡ଼ିଥିଲେ ଇନ୍ଦିରା ଗାନ୍ଧି। ଆଉ ୧୯୮୪ ମସିହା ୩୦ ଅକ୍ଟୋବର ଥିଲା ଇନ୍ଦିରା ଗାନ୍ଧିଙ୍କ ସହ ଦେଶବାସୀଙ୍କ ଶେଷ ଭେଟଘାଟ। ଅର୍ଥାତ ଆଜିର ଦିନରେ ଇନ୍ଦିରା ତାଙ୍କର ଅନ୍ତିମ ଭାଷଣ ଦେଇଥିଲେ। ଆଉ ବିଶାଳ ଜନତାଙ୍କ ସହ ଏହି ଭେଟଘାଟର ଠିକଣା ଥିଲା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ତତ୍କାଳୀନ ପ୍ୟାରେଡ ପଡ଼ିଆ ଓ ଆଜିର ଇନ୍ଦିରା ପାର୍କ।

ଏହାର ପରଦିନ ସେ ଗୁଳିମାଡ଼ରେ ଆରପାରିକୁ ଚାଲିଯାଇଥିଲେ। ହେଲେ ଭୁବନେଶ୍ୱରରେ ଇନ୍ଦିରା ଯେଉଁ ମାର୍ମିକ ଭାଷଣ ଦେଇଥିଲେ, କେହି କେହି କୁହନ୍ତି, ଇନ୍ଦିରା ତାଙ୍କର ମୃତ୍ୟୁ ହେବ ବୋଲି ପୂର୍ବରୁ ଅନୁମାନ କରିପାରିଥିଲେ। ଆଜି ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ପାର୍କ(ଇନ୍ଦିରା ଗାନ୍ଧିଙ୍କ ନାମରେ ନାମିତ ହୋଇଥିବା)ଠାରେ ସେ ଏକ ଓଜ୍ଜସ୍ୱନୀ ଭାଷଣ ଦେଇଥିଲେ। ସେ ଲେଖାଯାଇଥିବା ଭାଷଣକୁ ପଢ଼ିବା ବଦଳରେ ନିଜ ମନରୁ କହିବା ଆରମ୍ଭ କରିଥିଲେ।

ସେ କହିଥିଲେ,” ମୁଁ ଆଜି ଏଇଠି ଅଛି। କାଲି ହୁଏତ ମୁଁ ଏଠି ନ ଥିବି। ମୁଁ ରହେ ଵା ନ ରହେ, ସେଥିପାଇଁ ମୋର ଚିନ୍ତା ନାହିଁ । ମୁଁ ଏକ ଲମ୍ବା ଜୀବନ ପାଇଛି ଏବଂ ମତେ ଗର୍ବ ଲାଗେ ଯେ, ମୁଁ ମୋର ପୂରା ଜୀବନ ଲୋକଙ୍କ ସେବାରେ ବିତାଇଛି। ଆଉ ଯେ ପର୍ଯ୍ୟନ୍ତ ମୋ ଶରୀରରେ ନିଃଶ୍ୱାସ ପ୍ରଶ୍ୱାସ ଆତଯାତ ହେଉଥିବ, ସେ ପର୍ଯ୍ୟନ୍ତ ତାହା ଲୋକଙ୍କ ସେବାରେ ହିଁ ଲାଗୁଥିବ। ଯେତେବେଳେ ମୁଁ ମରିଯିବି ମୋର ପ୍ରତିଟି ରକ୍ତବିନ୍ଦୁ ଭାରତକୁ ଜୀବିତ ରଖିବ। ଆଉ ଭାରତକୁ ମଜଭୁତ୍‌ କରିବ।”



from Odisha Reporter https://ift.tt/2Q66Ti2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages