ଆଜିଠୁ ଏହି ସହରରେ ପଲିଥିନ୍‌ ବ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଆଜିଠୁ ଏହି ସହରରେ ପଲିଥିନ୍‌ ବ୍ୟାନ୍‌

plastic-ban

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟର ୬ଟି ସହରରେ ପଲିଥିନ ବ୍ୟାନ୍ ହେବ। ଏହି ସହର ଗୁଡ଼ିକ ହେଲା କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ମହାନଗର ନିଗମ ଓ ପୁରୀ ମ୍ୟୁନିସିପାଲିଟି।

ରାଜ୍ୟ ସରକାରଙ୍କ ନିୟମ ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ। ଜିନିଷପତ୍ର ନେବା ଆଣିବା, ପରିବହନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେବ ନାହିଁ। ୫୦୦ ମିଲିଲିଟରଠୁ କମ୍ ପରିମାଣର ପାଣିବୋତଲ, ଥର୍ମୋକୁଲ କିମ୍ବା ପ୍ଲାଷ୍ଟିକ୍‌ ପ୍ରସ୍ତୁତ ଥାଳି, ଚାମଚ, କପ୍, ପ୍ଲେଟ୍, ଗ୍ଲାସ୍, ଷ୍ଟ୍ର, ପାଉଚ୍ ଏବଂ ଅନ୍ୟ ତରଳ ପଦାର୍ଥ ରହୁଥିବା କଣ୍ଟେନର ମଧ୍ୟ ବ୍ୟବହାର କରାଯିବନି।

ସେହିଭଳି କୌଣସି ବ୍ୟକ୍ତି ଜାଣତରେ କିମ୍ବା ଅଜାଣତରେ ପ୍ଲାଷ୍ଟିକ ଏଣେ ତେଣେ ଫିଙ୍ଗି ପାରିବେ ନାହିଁ।

ତେବେ ଦ୍ରବ୍ୟ ସଂରକ୍ଷଣ, ପରିବହନ, ପ୍ୟାକେଜିଂ ପାଇଁ ବ୍ୟବହାର ହେଉଥିବା ୫୦ ମାଇକ୍ରନଠାରୁ ଅଧିକ ମୋଟେଇ ପଲିଥିନ୍, ବିକ୍ରି ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଓ ପାନୀୟ ରହୁଥିବା ପ୍ଲାଷ୍ଟିକ୍ ବ୍ୟବହାର କରିବା ଉପରେ କଟକଣା ରହିବ ନାହିଁ।

ନର୍ସରୀ, କୃଷି, ଉଦ୍ୟାନ କୃଷି ଲାଗି ବ୍ୟବହାର ହେଉଥିବା ପଲିଥିନ୍ ଓ ସ୍ୱାସ୍ଥ୍ୟକ୍ଷେତ୍ର ବିଶେଷ କରି ମେଡିସିନ୍, ରକ୍ତ ସଂରକ୍ଷଣ ବ୍ୟାଗ୍, ସିରିଞ୍ଜ୍ ଓ ଅନ୍ୟ ଡାକ୍ତରୀ ଉପକରଣ କ୍ଷେତ୍ରରେ କୌଣସି କଟକଣା ଲାଗିବନି।

ଆଇନ୍‌ ଖିଲାପକାରୀଙ୍କୁ ୫ ବର୍ଷ ଜେଲ ଓ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଅଛି। ଛୋଟ ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ ମ୍ୟୁନିସପାଲ ଆଇନରେ ବ୍ୟବସ୍ଥା କରିବାକୁ ସରକାର ଯାଉଛନ୍ତି।



from Odisha Reporter https://ift.tt/2OuR9HK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages